ଭଦ୍ରକ, ୧୭ା୫ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ଆମ ମାତୃଭାଷା ପରିଷଦର ସଂକ୍ରାନ୍ତି ଆସର କଲ୍ୟାଣୀ ନଗର ସ୍ଥିତ ଗୁରୁ କୃପା ଭବନରେ ଅନୁଷ୍ଠିତ ହୋଇଯାଇଛି। ଇଂ. ଅଭୟ ସୂତାରଙ୍କ ପୌରହିତ୍ୟରେ ମୁଖ୍ୟଅତିଥି ସ୍ତମ୍ବକାର ଅଭୟ ଦ୍ୱିବେଦୀ ଉଦ୍ଘାଟନ କରିଥିଲେ। “ଏସିଆ ମହାଦେଶର ଉଜ୍ଜ୍ୱଳ ଆଲୋକ ଗୌତମ ବୁଦ୍ଧ” ଶୀର୍ଷକ ଆଲୋଚନା ଚକ୍ରରେ ମୁଖ୍ୟବକ୍ତା ପୂର୍ବତନ ଅଧ୍ୟକ୍ଷ ପବିତ୍ର ପାଣିଗ୍ରାହୀ, ସମ୍ମାନନୀୟ ବକ୍ତା ଅଧ୍ୟକ୍ଷ ଶିବ ଚରଣ ଖାମୁରାଇ, ବିଶେଷ ଅତିଥି ବେଷ୍ଟ ଇଞ୍ଜିନିୟରିଂ କଲେଜର ଅଧ୍ୟକ୍ଷ ଇଂ ରବିନ୍ଦ୍ର କୁମାର ଜେନା, ବାବା ଆଖଣ୍ଡଳମଣୀ କଲେଜର ଅଧ୍ୟକ୍ଷ ନୀହାର ରଞ୍ଜନ କର, ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ରାମଚନ୍ଦ୍ର ପଣ୍ଡା, ଡାକ୍ତର କୈବଲ୍ୟ ଧୃପତି, ଡାକ୍ତର ନୀଳକଣ୍ଠ ପଣ୍ଡା, ଶିକ୍ଷାବିତ୍ ମାଧବ ଚନ୍ଦ୍ର ଜେନା, ନାଟ୍ୟଶ୍ରୀ ନିର୍ମଳ ରାଉତ, ସତ୍ୟ ସେଠୀ, ମନୋଜ କୁମାର ଜେନା, ପୁରୁଷୋତମ ଧଳ, ହୃଦାନନ୍ଦ କର ପ୍ରମୁଖଙ୍କ ଅହିଂସା ପରମ ଧର୍ମ ଓ ଧ୍ୟାନଯୋଗ ଦ୍ୱାରା ଶାନ୍ତି ଓ ମୁକ୍ତି ସମ୍ଭବ ଏହା ଗୌତମବୁଦ୍ଧ ବାଣୀ। ହିଂସା, ବାଦ, ଅହଙ୍କାର, ପରଚର୍ଚ୍ଚା ମନୁଷ୍ୟକୁ ଅଶାନ୍ତି ଓ କୁପଥକୁ ଟାଣିନିଏ ଓ ଜୀବନରେ ଶାନ୍ତି ଓ ମୋକ୍ଷ ପାଇଁ କାମନାର ବିନାଶ ନିତାନ୍ତ ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ। କବି ରମେଶ ଦାସ, ଶିକ୍ଷୟିତ୍ରୀ ଦୀପ୍ତିମୟୀ ସାହୁ, ଜାନକୀ ପାଢୀ ମନୋରମା ରାୟଙ୍କ ସଂଯୋଜନାରେ ଅନୁଷ୍ଠିତ କବିତା ଆସରରେ ମାନସୀବାଳା ସୂତାର, ପ୍ରବୋଧ କୁମାର ଅଗସ୍ତି, ଗୀତାଞ୍ଜଳି ଅଗସ୍ତି, ଗୋକୁଳାନନ୍ଦ ରାଉତ, ସୁବାସ ଚନ୍ଦ୍ର ବଳ, ସାବିତ୍ରୀ ବାନାର୍ଜୀ, ନରେଶ ଚନ୍ଦ୍ର ଲେଙ୍କା, ମଧୁସୂଦନ ମହାପାତ୍ର, ପ୍ରମୋଦ କୁମାରୀ ପଣ୍ଡା, କାଳନ୍ଦି ମଲ୍ଲିକ, ଶିକ୍ଷାବିତ୍ ଉମାକାନ୍ତ ମହାଳିକ, ମଧୁସ୍ମିତା ଖଣ୍ଡାଇ, ବିଶ୍ୱ ବିଜୟିନୀ ଦାସ ମହାପାତ୍ର, ଶ୍ରୀରାମ ଦାସ, ରଜତ କୁମାର ସାହୁ, ବିଜୟ କୁମାର ବହଳୀ, କୈଳାସ ଦାସ, ମହେନ୍ଦ୍ର ଓଝା, ଅଂଶୁମାନ ସ୍ୱାଇଁ, ସଂଗ୍ରାମ କେଶରୀ ସେନାପତି, ଶଶାଙ୍କ ଶେଖର ପଣ୍ଡା, ସୁରେଶ ସାହୁ ପ୍ରମୁଖ ପ୍ରାୟ ୬୦ଜଣ କବି କବିତା ପାଠ କରିଥିଲେ। ବେଦପାଠ ଓ ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ ସହସମ୍ପାଦିକା ମମତାରାଣୀ ଦାଶ ମିଶ୍ର ଓ ଡାକ୍ତର ଅନିଲ କୁମାର ଦାଶ, ମଂଚ ଆହ୍ୱାନ ଓ ଅତିଥି ପରିଚୟ କରିଥିଲେ ପ୍ରକୃତି ବନ୍ଧୁ ବୈକୁଣ୍ଠ ବିଶ୍ୱାଳ, ଭଜନ ଗାନ ଶଶ୍ମିତା ମଲ୍ଲିକ, ସ୍ୱାଗତମ ନୃତ୍ୟ ପରିବେଷଣ କରିଥିଲେ ଶିଶୁ ନୃତ୍ୟଶିଳ୍ପୀ ଶିବାଙ୍ଗୀ ଭୋଇ ଓ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଶିକ୍ଷାବିତ୍ ଗୟାଧର ଦାସ।