Home ଓଡ଼ିଶା ଅସୁସ୍ଥ ପଦ୍ମଶ୍ରୀ କମଳା ପୂଜାରୀଙ୍କୁ କଟକ ମେଡିକାଲରେ ଭେଟିଲା କଟକ ନଗର ବିଜେପି

ଅସୁସ୍ଥ ପଦ୍ମଶ୍ରୀ କମଳା ପୂଜାରୀଙ୍କୁ କଟକ ମେଡିକାଲରେ ଭେଟିଲା କଟକ ନଗର ବିଜେପି

32

କଟକ, ୨୫/୮ (ଓଡ଼ିଆ ପୁଅ/ଅଭୟ ଜେନା) ଓଡ଼ିଶାର ଗୌରବ ପଦ୍ମଶ୍ରୀ କମଳା ପୂଜାରୀ ଅସୁସ୍ଥ ହୋଇ କଟକ ଶ୍ରୀ ରାମଚନ୍ଦ୍ର ଭଞ୍ଜ ମେଡିକାଲରେ ଚିକିତ୍ସିତ ହେଉଥିବାରୁ, ତାଙ୍କୁ ଭେଟିବା ପାଇଁ କଟକ ନଗର ଭାଜପାର ଏକ ଟିମ ଆଜି ମେଡ଼ିକାଲ ଯାଇଥିଲେ। ଭାଜପା କଟକ ନଗର ସଭାପତି ଲଲାଟେନ୍ଦୁ ବଡୁଙ୍କ ନେତୃତ୍ୱରେ ରାଜ୍ୟ ସଂଖ୍ୟା ଲଘୁମୋର୍ଚା ସଭାପତି ସିକନ୍ଦର ଅଲ୍ଲି, ଜିଲ୍ଲା ସାଧାରଣ ସମ୍ପାଦକ ବିଶ୍ୱରଂଜନ ମିଶ୍ର, ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରବୀଣା ମହାପାତ୍ର ପ୍ରମୁଖ କାର୍ଯ୍ୟକର୍ତ୍ତା ଶ୍ରୀମତୀ ପୂଜାରୀଙ୍କ ସ୍ୱାସ୍ଥ୍ୟଵସ୍ଥା ସମ୍ପର୍କରେ ବିଭାଗୀୟ ଡାକ୍ତରଙ୍କ ସହିତ ଆଲୋଚନା କରିଥିଲେ ଏବଂ ସଦା ସର୍ବଦା ହସମୁଖ ତଥା ପ୍ରଫୁଲ୍ଲିତ ରହୁଥିବା ଶ୍ରୀମତୀ ପୂଜାରୀଙ୍କ ଆଶୁ ଆରୋଗ୍ୟ କାମନା କରିଵା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜଣାଇ ଥିବା ସଦ୍ଦିଛା ସଂପର୍କରେ ଅବଗତ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.