ad
ଓଡ଼ିଶା

ଅସହିଷ୍ଣୁତାର ଆଉ ଏକ ଫର୍ଦ୍ଧ ଆଦିବାସୀ ଅଞ୍ଚଳରେ ଖାରବେଳ ସ୍ବାଇଁଙ୍କୁ ମାଡ

ରାୟଗଡ଼ା ୨୪/୧୧(ଓଡିଆ ପୁଅ/ରବିନ୍ଦ୍ର ପାଟଖଣ୍ତାଳ) ବର୍ତ୍ତମାନର ସରକାରଙ୍କ ପାଖରେ ଆଉ ଏକ ଫର୍ଦ୍ଧ ଯୋଡ଼ି ହୋଇଯାଇଛି ଅସହିଷ୍ଣୁତାର ଏହା ଆଦିବାସୀ ଅଞ୍ଚଳରେ ଦେଖିବାକୁ ମିଳିଛି। ‘ଉତ୍କଳ ଭାରତ’ର ସଭାପତି ଖାରବେଳ ସ୍ୱାଇଁଙ୍କ ଉପରକୁ ଆଜି ରାୟଗଡ଼ା ଜିଲ୍ଲାର କାଶୀପୁରରେ ଆକ୍ରମଣ ହୋଇଥିବା ଜଣାପଡ଼ିଛି। କିଛି ଯୁବକ ସଭାସ୍ଥଳକୁ ଯାଇ ଖାରବେଳଙ୍କୁ ଆକ୍ରମଣ କରିଛନ୍ତି। ସଭା ଚାଲିଥିବା ବେଳେ ଯୁବକମାନେ ତାଙ୍କୁ ଏଠାକୁ କାହିଁକି ଆସିଛ କହି ଆକ୍ରମଣ କରିଥିଲେ ବୋଲି ଶ୍ରୀ ସ୍ୱାଇଁ ଅଭିଯୋଗ କରିଛନ୍ତି। ଆକ୍ରମଣ ସମୟର ଭିଡିଓକୁ ଖାରବେଳ ସ୍ୱାଇଁ ନିଜ ଫେସ୍‌ବୁକ୍‌ରେ ସେୟାର କରିଛନ୍ତି। ଖାରବେଳ ସ୍ୱାଇଁ ୨ ଦିନିଆର ରାୟଗଡ଼ା ଗସ୍ତ କରି ଜିଲ୍ଲାର ବିଭିନ୍ନ ସ୍ଥାନରେ ପଥପ୍ରାନ୍ତ ସଭାରେ ଯୋଗଦେଇଥିଲେ। ଗୁଣପୁର, ରାମନାଗୁଡ଼ା, ଟିକିରି ଏବଂ ରାୟଗଡ଼ା ଠାରେ ପଥପ୍ରାନ୍ତରେ ଯୋଗଦେଇ କାଶୀପୁର ଠାରେ ସଭାରେ ଦଳୀୟ କର୍ମକର୍ତ୍ତାଙ୍କୁ ଉଦ୍‌ବୋଧନ ଦେଉଥିବା ବେଳେ କିଛି ଯୁବକ ସଭାସ୍ଥଳରେ ଅଚାନକ ପହଞ୍ଚି ତାଙ୍କୁ ଗାଳିଗୁଲଜ କରିବା ସହ ଆକ୍ରମଣ କରିଥିଲେ।

ରାୟଗଡାର କାଶୀପୁର ସଭାରୁ ।

Posted by M.A. Kharabela Swain on Saturday, 24 November 2018

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top