ad
ଜିଲ୍ଲା ପରିକ୍ରମା

ଅସହାୟଙ୍କୁ ସହାୟତାର ହାତ ବଢାଇଛନ୍ତି ଯୁବକ

ଭଦ୍ରକ, ୨୯ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- କରୋନା ମହାମାରୀ ବହୁ ଲୋକଙ୍କ ପାଇଁ ସାଜିଛି ଆତଙ୍କ । ରୋଜଗାର ହରାଇ ଜୀବନ ବିତାଇବା ସେହିମାନଙ୍କ ପାଇଁ ହୋଇଛି ଦୁର୍ବିସହ । ଏପରି ସମୟରେ ଜଣେ ଯୁବକ କିଛି ସାଥୀଙ୍କ ସହିିତ ମିଶି ବଢାଇଛନ୍ତି ସହାୟତାର ହାତ, ନିରାଶ୍ରୟ, ଅସହାୟ, ଗରିବ ଦୀନ ମଜୁରିଆଙ୍କୁ କେତେବେଳେ ଶୁଖିଲା ଖାଦ୍ୟ ତ କେତେବେଳେ ରନ୍ଧାଖାଦ୍ୟ ଯୋଗାଇ ଅନ୍ୟ ଯୁବପିଢି ପାଇଁ ସାଜିଛନ୍ତି ପ୍ରେରଣାର ଉତ୍ସ । ସେ ହେଉଛନ୍ତି ବନ୍ତ ଅଞ୍ଚଳର ମୃତ୍ୟୁଞ୍ଜୟ ସୂତାର । ନିଜସ୍ୱ ଅର୍ଥ ସାଙ୍ଗକୁ ସାଙ୍ଗସାଥୀଙ୍କ ସହଯୋଗ ତଥା ବଦାନ୍ୟ ବ୍ୟକ୍ତିଙ୍କ ସାହାଯ୍ୟ ନେଇ ଦୀର୍ଘ ୧୫ ଦିନରୁ ଉର୍ଦ୍ଧ୍ୱ ହେବ ଦୈନିକ ଗରିବଙ୍କୁ ଦେଇ ଚାଲିଛନ୍ତି କିଛି କିଛି ସାହାଯ୍ୟ । ବନ୍ତ ବ୍ଲକର ଚଣ୍ଡିପୁର, ପଧାନପଡା, ଜଗଦିଶପୁର, ନରସିଂହପୁର, ବାଙ୍ଗୋରପଦୀ, ନରସିଂହପୁର, କେନ୍ଦୁଝର ଜିଲ୍ଳା ହାଟଡିହି ବ୍ଲକର କେତେକ ଗ୍ରାମରେ ମଧ୍ୟ ଖାଦ୍ୟ ଓ ମାସ୍କ ଆଦି ବଣ୍ଟନ କରୁଛନ୍ତି । ତାଙ୍କୁ ଏହି କାର୍ଯ୍ୟରେ ଲକ୍ଷ୍ମୀଧର କାଣ୍ଡି, ଅନିମା ଜେନା, ବଳରାମ ବିଶ୍ୱାଳ, ସୁଭଦ୍ରା ବିଶ୍ୱାଳ ପ୍ରମୁଖ ସହଯୋଗ କରୁଛନ୍ତି ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top