Home ଜିଲ୍ଲା ପରିକ୍ରମା ଅର୍ଥାଭାବରୁ ଚିକିତ୍ସା ନହେବା କାରଣରୁ ଯନ୍ତ୍ରଣାରେ ବୃନ୍ଦାବନ, ପ୍ରଶାସନ ଦୃଷ୍ଟି ଦେବାକୁ ଦାବି

ଅର୍ଥାଭାବରୁ ଚିକିତ୍ସା ନହେବା କାରଣରୁ ଯନ୍ତ୍ରଣାରେ ବୃନ୍ଦାବନ, ପ୍ରଶାସନ ଦୃଷ୍ଟି ଦେବାକୁ ଦାବି

153

ବଲାଙ୍ଗୀର ୧୩-୦୯ (ଓଡ଼ିଆ ପୁଅ) ବଲାଙ୍ଗୀର ଜିଲ୍ଲାର ତୁରେକେଲା ବ୍ଲକ ଖଗସା ସଂପୃକ୍ତ ବ୍ଲକ୍‌ର ଖଗସା ଗାଁର ବୃନ୍ଦାବନ ବେହେରା(୫୮) କିଡ଼୍‌ନୀ ଓ ବାତ ରୋଗରେ ପୀଡ଼ିତ ହୋଇ ବହୁତ କଷ୍ଟ ପାଉଛନ୍ତି। ତାଙ୍କ ପତ୍ନୀ ବିମଳା ବେହେରା ବହୁ ଥର ଡାକ୍ତରଖାନାକୁ ନେଇ ଚିକିତ୍ସା କରିଥିଲେ ବି ବୃନ୍ଦାବନ ସୁସ୍ଥ ହୋଇ ପାରିନାହାନ୍ତି। ତେବେ ଅତ୍ୟନ୍ତ ଗରିବ ନିସନ୍ତାନ ବୃନ୍ଦାବନ ବର୍ତ୍ତମାନ ଅର୍ଥାଭାବରୁ ଚିକିତ୍ସିତ ମଧ୍ୟ ହୋଇ ପାରୁନାହାନ୍ତି। ଘରେ ଯାହା ଥିଲା ସବୁ ଚିକିତ୍ସାରେ ଶେଷ ହୋଇଯାଇଛି। ଏବେ କେବଳ ଭଗବାନଙ୍କୁ ଭରସା କରି ରହିଛନ୍ତି ପତିପତ୍ନୀ। ଏପଟେ ରୋଗ ଆହୁରି ଆହୁରି ବଢ଼ିବାରେ ଲାଗିଛି। ରୋଗର କଷ୍ଟ ଅସହ୍ୟ ବି। ବୃନ୍ଦାବନଙ୍କ ପତ୍ନୀ ସହାୟତା ନିମନ୍ତେ ସରପଞ୍ଚଙ୍କୁ ଜଣାଇଥିଲେ ବି କୌଣସି ସହଯୋଗ ପାଇ ପାରି ନଥିବା କହିଛନ୍ତି। ତେବେ ବୃନ୍ଦାବନଙ୍କ ପାଇଁ ସରକାରଙ୍କ ପକ୍ଷରୁ କିଛି ସାହାଯ୍ୟ କରାଗଲେ, ସେ ଉପକୃତ ହୋଇ ପାରନ୍ତେ ବୋଲି ସ୍ଥାନୀୟ ଲୋକ ଦାବି କରିଛନ୍ତି। ପଞ୍ଚାୟତ ଓ ବ୍ଲକ୍‌ ତଥା ଜିଲ୍ଲା ପ୍ରଶାସନ ତରଫରୁ ତୁରନ୍ତ ସହଯୋଗ ପ୍ରଦାନ କରାଯାଉ ବୋଲି ବଲାଙ୍ଗୀର ଜିଲ୍ଲାର ଜନସେବା ସଂଘ ଦାବି କରିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.