Home ଜିଲ୍ଲା ପରିକ୍ରମା ଅର୍ଜୁନବିନ୍ଧା-ମଧୁପୁର ରାସ୍ତା ନିର୍ମାଣ ହୋଇ ନପାରିବା ପ୍ରସଂଗ, ଅର୍ଜୁନବିନ୍ଧା ଗ୍ରାମର ୨୭ ଘର ଓ ଦୋକାନ...

ଅର୍ଜୁନବିନ୍ଧା-ମଧୁପୁର ରାସ୍ତା ନିର୍ମାଣ ହୋଇ ନପାରିବା ପ୍ରସଂଗ, ଅର୍ଜୁନବିନ୍ଧା ଗ୍ରାମର ୨୭ ଘର ଓ ଦୋକାନ ଉଚ୍ଛେଦ

13
?????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????

ଭଦ୍ରକ, ୧୧ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଜିଲା ପୂର୍ତ ବିଭାଗ ଅଧୀନରେ ଥିବା ତିହିଡ଼ି ବ୍ଲକ ଅଧୀନ ଅର୍ଜୁନବିନ୍ଧା-ମଧୁପୁର ରାସ୍ତା ନିର୍ମାଣ ପାଇଁ ଜବର ଦଖଲରେ ଥିବା କେତେକ ଘର ପ୍ରତିବନ୍ଧକ ସାଜିଥିଲା। ଯାହାଫଳରେ ଅର୍ଜୁନବିନ୍ଧା ଗ୍ରାମରେ ପାଣି ଜମି ରହି ଯାତାୟତରେ ବାଧା ସୃଷ୍ଟି କରୁଥିଲା। ଏ ନେଇ ଦୀର୍ଘଦିନ ହେବ ଗ୍ରାମବାସୀଙ୍କ ପକ୍ଷରୁ ବିଭିନ୍ନ ସମୟରେ ଜିଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଗତ କିଛିଦିନ ତଳେ ଅତିରିକ୍ତ ଜିଲାପାଳ ସରୋଜ କୁମାର ଦତ, ତହସିଲଦାର ଜୟଦ୍ରଥ ଆଚାର୍ଯ୍ୟ, ବିଡିଓ ନିରଂଜନ ବାରିକ, ଜିଲା ପୂର୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ଦେବୀପ୍ରସନ୍ନ ଘୋଷ କ୍ଷେତ୍ରୀୟ ତଦନ୍ତ କରି ପଦକ୍ଷେପ ନେବାକୁ ଉପଜିଲାପାଳ ସୌରଭ ଚକ୍ରବର୍ତୀଙ୍କୁ ଜଣାଇଥିଲେ। ଉପଜିଲ୍ଲାପାଳ ଶ୍ରୀ ଚକ୍ରବର୍ତୀଙ୍କ ନିର୍ଦ୍ଦେଶକ୍ରମେ ତହସିଲଦାର ଶ୍ରୀ ଆଚାର୍ଯ୍ୟ ରାସ୍ତାକୁ ଜବରଦଖଲ ମୁକ୍ତ କରିବା ପାଇଁ ୨୭ଜଣଙ୍କୁ ନୋଟିସ୍ କରିଥିଲେ। ଏହି ନୋଟିସ ପରେ ବୁଧବାର ପ୍ରଶାସନ ପକ୍ଷରୁ ଅର୍ଜୁନବିନ୍ଧା ଗ୍ରାମର ଜବରଦଖଲ ଉଚ୍ଛେଦ କରାଯାଇଛି। ଜବର ଦଖଲରେ ଥିବା ୨୭ଟି ଗୃହ ଓ ଦୋକାନକୁ ଉଚ୍ଛେଦ କରାଯାଇ ଜବରଦଖଲମୁକ୍ତ କରାଯାଇଛି। ଜବରଦଖଲ ଉଚ୍ଛେଦ ସମୟରେ ତହସିଲଦାର ଶ୍ରୀ ଆଚାର୍ଯ୍ୟ, ଅତିରିକ୍ତ ତହସିଲଦାର ନମିତା ଧଳ, ପୀରହାଟ ଥାନା ଅଧିକାରିଣୀ ରୋଜାଲିନ ବେହେରା, ଏସ.ଆଇ ଶ୍ୟାମସୁନ୍ଦର ନାୟକ, ସୁପରଭାଇଜର ଧନେଶ୍ୱର ମାରାଣ୍ଡି, ପୀରହାଟ ଆର.ଆଇ. ସ୍ମିତାରାଣୀ ସାହୁ, ଅମିନ ଶଙ୍କର୍ଷଣ ହେମ୍ବ୍ରମ, ଡିଇଓ ଦେବାଶିଷ ମହାପାତ୍ର, ତହସିଲ କର୍ମଚାରୀ ସିଦ୍ଧାର୍ଥ ମଲିକ, ଭାଗିରଥି ଦାସ, ପଂଚାନନ ସାହୁ, ବିଶ୍ୱନାଥ ପୁରୀ, ପୂର୍ତ ବିଭାଗ ଅଧିକାରୀ ପ୍ରମୁଖଙ୍କ ସମେତ ୧ପ୍ଲାଟୁନ ପୋଲିସ ଫୋର୍ସ ଉପସ୍ଥିତ ଥିଲେ। କୌଣସି ଦୁର୍ଘଟଣା ପାଇଁ ଦମକଳ ବାହିନୀ ଓ ବିଦ୍ୟୁତ୍ ବିଭାଗ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ ଯେ ଅର୍ଜୁନବିନ୍ଧା-ମଧୁପୁର ରାସ୍ତା ଉପରେ ଦୌଲତପୁର, ବାରସର, ଗୋବିନ୍ଦପୁର ପଂଚାୟତର ହଜାର ହଜାର ଲୋକ ନିର୍ଭର କରନ୍ତି। ଏହି ରାସ୍ତା ନିର୍ମାଣ ପାଇଁ ୯କୋଟି ୯ଲକ୍ଷ ଟଙ୍କା ବ୍ୟୟ ବରାଦ କରାଯାଇଛି। ଗତ ୨୦୨୩ ମସିହା ଫେବୃୟାରୀ ୧୪ ତାରିଖରେ ରାସ୍ତାର ଶିଳାନ୍ୟାସ କରାଯାଇଥିଲା। ଚୁକ୍ତି ଅନୁଯାୟୀ ରାସ୍ତା ନିର୍ମାଣ କାର୍ଯ୍ୟ ୨୦୨୪ ଡିସେମ୍ବର ୩୦ରେ ଶେଷ ହେବାର ଥିଲା। ମାତ୍ର ଜବରଦଖଲ ପାଇଁ ରାସ୍ତା ନିର୍ମାଣ କାର୍ଯ୍ୟ ଅଦ୍ୟାବଧି ଶେଷ ହୋଇପାରିନାହିଁ। ଫଳରେ ରାସ୍ତାରେ ଯାତାୟତ କରୁଥିବା ଲୋକମାନେ ନାହିଁନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି। ଏପରିକି ଅର୍ଜୁନବିନ୍ଧା ଗ୍ରାମର ପ୍ରାୟ ୧କି.ମି. ରାସ୍ତା ଜବରଦଖଲ ପାଇଁ ନିର୍ମାଣ ହୋଇ ପାରୁନଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.