Home Top News ଅଯୋଧ୍ୟାରେ ‘ରାମ ମନ୍ଦିର’ ପୂର୍ବରୁ ନିର୍ମିତ ହେଲା ଯୋଗୀଙ୍କ ମନ୍ଦିର, ଆରତୀ ହେଉଛି ପ୍ରତିଦିନ, ଅଖିଲେଶ...

ଅଯୋଧ୍ୟାରେ ‘ରାମ ମନ୍ଦିର’ ପୂର୍ବରୁ ନିର୍ମିତ ହେଲା ଯୋଗୀଙ୍କ ମନ୍ଦିର, ଆରତୀ ହେଉଛି ପ୍ରତିଦିନ, ଅଖିଲେଶ କହିଲେ, ଏ ତ ତା’ଙ୍କଠାରୁ ଦୁଇଟି ପାଦ ଆଗରେ…

51

ଅଯୋଧ୍ୟା ୧୯-୯ (ଓଡ଼ିଆ ପୁଅ) ପ୍ରଭୁ ଶ୍ରୀ ରାମଙ୍କ ମନ୍ଦିର ନିର୍ମାଣ କାର୍ଯ୍ୟ ରାମନଗରୀ ଅଯୋଧ୍ୟାରେ ଚାଲିଛି। ଏହାପୂର୍ବରୁ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ମନ୍ଦିର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ଅଯୋଧ୍ୟା ମୌର୍ଯ୍ୟର ପୁର୍ବା ଗ୍ରାମରେ ମୁଖ୍ୟମନ୍ତ୍ରୀଙ୍କର ଜଣେ ବଡ଼ ପ୍ରଶଂସକ ଥିବା ପ୍ରଭାକର ମୌର୍ଯ୍ୟ ଶ୍ରୀ ଯୋଗୀଙ୍କର ଏହି ମନ୍ଦିର ନିର୍ମାଣ କରିଛନ୍ତି।

ଏଠାରେ ପ୍ରତିଦିନ ଭଜନ ଏବଂ ଆରତୀ ଚାଲିଛି। ରାମ ଜନ୍ମଭୂମି ଠାରୁ ୧୫ କିଲୋମିଟର ଦୂରରେ ଏହି ମନ୍ଦିର ଅବସ୍ଥିତ।

ଯୋଗୀଙ୍କ ପ୍ରଶଂସକ ପ୍ରଭାକର ମୌର୍ଯ୍ୟ କହିଛନ୍ତି, ‘ମୁଁ ଏକ ସଂକଳ୍ପ ନେଇଥିଲି ଯେ, ଯିଏ ଅଯୋଧ୍ୟାରେ ଭଗବାନ ଶ୍ରୀ ରାମଙ୍କ ଏକ ମହାନ ମନ୍ଦିର ନିର୍ମାଣ କରିବେ। ମୁଁ ନିଜ ଗାଁରେ ତାଙ୍କର ମନ୍ଦିର ନିର୍ମାଣ କରିବି। ଆଜି ଅଯୋଧ୍ୟାରେ ଶ୍ରୀ ରାମଲାଲାଙ୍କର ଏକ ବିଶାଳ ମନ୍ଦିର ନିର୍ମାଣ କରାଯାଉଛି, ତେଣୁ ନିଜର ସଂକଳ୍ପ ପୂରଣ କରି ଶ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନାମରେ ଶ୍ରୀ ଯୋଗୀ ମନ୍ଦିର ନିର୍ମାଣ କରାଯାଇଛି। କେବଳ ଏତିକି ନୁହେଁ, ତାଙ୍କ ନାମରେ ଏକ ଭଜନ ମଧ୍ୟ ପ୍ରସ୍ତୁତ କରାଯାଇଛି, ଯାହା ପ୍ରତିଦିନ ମନ୍ଦିରରେ ଗାନ ଓ ପୂଜା କରାଯାଏ। ଏଥି ସହିତ, ଆରତୀ ମଧ୍ୟ କରାଯାଏ।

ଏହି ମନ୍ଦିର ନିର୍ମାଣ ପରେ ସୋସିଆଲ ମିଡ଼ିଆରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଲେଶ ଯାଦବ ନିଜର ପ୍ରତିକ୍ରିୟା ସେୟାର କରିଛନ୍ତି। ସେ ଲେଖିଛନ୍ତିଯେ, ଏ ତ ତା’ଙ୍କଠାରୁ ଦୁଇଟି ପାଦ ଆଗରେ… ଏବେ ପ୍ରଶ୍ନ ହେଉଛି, ପ୍ରଥମେ କିଏ?

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.