Home ଜିଲ୍ଲା ପରିକ୍ରମା ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ ପାଇଁ ନିଧି ସଂଗ୍ରହ ଅଭିଯାନ

ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ ପାଇଁ ନିଧି ସଂଗ୍ରହ ଅଭିଯାନ

43

ଭଦ୍ରକ, ୧୭ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଣ୍ଡାରିପୋଖରୀ ବ୍ଲକର ଦକ୍ଷିଣବାଡ ପଞ୍ଚାୟତରେ ରାମ ମନ୍ଦିର ନିର୍ମାଣ ପାଇଁ ନିଧି ସଂଗ୍ରହ ଅଭିଯାନ ଆରମ୍ଭ ହୋଇଛି । ଭାରତୀୟ ଜନତା ପାର୍ଟି, ବିଶ୍ୱହିନ୍ଦୁ ପରିଷଦ ଓ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଆନୁକୂଲ୍ୟରେ ପାଳଦା ମା’ ମଙ୍ଗଳା ମନ୍ଦିରରୁ ରବିବାର ଦାନଗ୍ରହଣ ଆରମ୍ଭ କରାଯାଇଥିଲା । ବ୍ଲକ ବିଜେପି କୃଷକ ମୋର୍ଚ୍ଚା ସଭାପତି କରୁଣାକର ସାହୁଙ୍କ ନେତୃତ୍ୱରେ ଚାଲିଥିବା ଅଭିଯାନରେ ଦେବାଶିଷ ପରିଡା, ଗିରିଶ ସାମଲ, ପର୍ଶୁରାମ ଜେନା, ଅଭୟ ପରିଡା, ପ୍ରଦୀପ ଦାସ, ବସନ୍ତ କୁମାର ଜେନା ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.