Home ଜିଲ୍ଲା ପରିକ୍ରମା ଅମୃତ ସହର ଭଦ୍ରକରେ ପାନୀୟ ଜଳ ଯୋଗାଣ କେବେ! : ଅବଧି ସରୁଛି, କାର୍ଯ୍ୟ ଅଟକିଛି

ଅମୃତ ସହର ଭଦ୍ରକରେ ପାନୀୟ ଜଳ ଯୋଗାଣ କେବେ! : ଅବଧି ସରୁଛି, କାର୍ଯ୍ୟ ଅଟକିଛି

86

ଭଦ୍ରକ, ୧୨ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଅମୃତ ସହର ଭଦ୍ରକରେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ଦିଗହରା ହୋଇପଡିଛି । କାର୍ଯ୍ୟାଦେଶ ପାଇଥିବା ଠିକାଦାର ବିଭିନ୍ନ ଆଳ ଦେଖାଇ ନିର୍ଦ୍ଧାରିତ ସମୟ ମଧ୍ୟରେ କାର୍ଯ୍ୟ ସଂପୂର୍ଣ୍ଣ କରିନପାରି ସମୟ ଗଡାଉଛନ୍ତି । ବିଭାଗୀୟ କର୍ତ୍ତୃପକ୍ଷ କେବଳ ସେମାନଙ୍କ ଉପରେ ପେନାଲ୍ଟି ଲଗାଇ ନୀରବ ବସୁଛି । ଅପରପକ୍ଷେ ଉଭୟ ବିଭାଗୀୟ କର୍ତ୍ତୃପକ୍ଷ ଓ ଠିକାଦାରଙ୍କ ମଧ୍ୟରେ ସମନ୍ୱୟର ଅଭାବ ଯୋଗୁଁ ସହରବାସୀଙ୍କ ନିକଟରେ ଅମୃତ ଯୋଜନାର ପାନୀୟ ଜଳ ଯୋଗାଣ ବ୍ୟବସ୍ଥାର ସୁଫଳ ପହଞ୍ôଚ ପାରୁନାହିଁ । ଏଠାରେ ସୂଚନାଯୋଗ୍ୟ, ଭଦ୍ରକ ସହର ୨୦୧୬ ମସିହାରେ ଅମୃତ ଯୋଜନାରେ ସାମିଲ ହୋଇଥିଲା । ଏହି ଯୋଜନାରେ ପାନୀୟ ଜଳ ଯୋଗାଣ, ସହରବାସୀଙ୍କ ମନୋରଂଜନ ପାଇଁ ଅମୃତ ପାର୍କ, ସହର ମଧ୍ୟରେ ଆଲୋକୀକରଣ ବ୍ୟବସ୍ଥା, ପରିମଳ ବ୍ୟବସ୍ଥାର ଉନ୍ନତି ଉପରେ ବିଶେଷ ଧ୍ୟାନ ଦିଆଯାଇଥିଲା । ଏହି କ୍ରମରେ ପୌରବାସୀଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ୮୩ କୋଟି ଟଙ୍କା ମଂଜୁର ହୋଇଥିଲା । ଜନସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ଟେଣ୍ଡର ପ୍ରକ୍ରିୟା ଶେଷ ହେବା ପରେ ବିଭିନ୍ନ ପର୍ଯ୍ୟାୟରେ ମୋଟ ୫ ଠିକା ସଂସ୍ଥାଙ୍କୁ ୬ଟି କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲା । ଏହି ମେଗା ପ୍ରକଳ୍ପରେ ମୋଟ ୨୧୩ କିଲୋମିଟର (କିମି) ଲମ୍ବର ପାଇପ୍ ବିଛାଯାଇ ସମସ୍ତଙ୍କ ନିକଟରେ ପାନୀୟ ଜଳ ପହଞ୍ଚାିବାର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଥିଲା । କିନ୍ତୁ ଏହି ପ୍ରକଳ୍ପ ଆରମ୍ଭ ହେବାକୁ ଇତିମଧ୍ୟରେ ୩ ବର୍ଷ ବିତିସାରିଛି । ବିଭାଗୀୟ ଉପ ନିର୍ବାହୀ ଯନ୍ତ୍ରୀ ଇଂ ମନୋରଂଜନ ଜେନାଙ୍କ ସୂଚନା ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ୧୮୮ କିମି ଲମ୍ବର ପାଇପ୍ ବିଛା କାର୍ଯ୍ୟ ସରିଛି । ଭୃପୁଷ୍ଠରୁ ଜଳ ଉତ୍ତୋଳନ ପାଇଁ ଜଳ ଉତ୍ସ କାର୍ଯ୍ୟ ମଧ୍ୟ ସରିଛି । କିନ୍ତୁ କେତେକ ସ୍ଥାନରେ ପାଇପ୍ ବିଛାଇବାବେଳେ କେତେକ ସ୍ଥାନୀୟ ବ୍ୟକ୍ତି ନିଜର ବ୍ୟକ୍ତିଗତ ଜମିଥିବା କହି କାର୍ଯ୍ୟରେ ବାଧା ସୃଷ୍ଟି କରୁଛନ୍ତି । କାର୍ଯ୍ୟ ସଂପୂର୍ଣ୍ଣ ହେବାରେ ବିଳମ୍ବ ଘଟୁଛି । ତଥାପି ଆମେ ଏହି ବିଳମ୍ବ ପାଇଁ ସଂପୃକ୍ତ ଠିକାଦାରଙ୍କ ଉପରେ ପେନାଲ୍ଟି ଲାଗଇଛୁ । ଦୁଇହଜାର ମସିହାରେ ଆରଡବ୍ଳ୍ୟୁଏସ୍‌ଏସ୍ ଠାରୁ ପୃତକ୍ ହୋଇ ନିଜର ସ୍ୱତନ୍ତ୍ର ପରିଚୟ ପାଇଥିଲା ଜନସ୍ୱାଇ୍ୟ ବିଭାଗ ।

ନୂଆ ବିଭାଗର ମାନ୍ୟତା ପାଇବାର ୧୬ ବର୍ଷ ପରେ ଅମୃତ ଯୋଜନା କାର୍ଯ୍ୟକାରୀ ହୋଇଛି । ଏହାପୂର୍ବରୁ ପୌରାଞ୍ଚଳରେ ୧୭ଟି ଜଳ ଉତ୍ସ ଜରିଆରେ ୩୨ ହଜାରରୁ ହଜାର ପୌରବାସୀଙ୍କ ନିକଟରେ ପହଞ୍ôଚ ପାରିଥିଲା ଏହି ବିଭାଗ । ମାତ୍ର ୧୫ ଶହ ପରିବାର ଜନ ସ୍ୱାସ୍ଥ୍ୟ ବିଭାଗରୁ ପାଇପ୍ ଯୋଗେ ଜଳ ସଂଯୋଗ ନେଇଥିଲେ । କିନ୍ତୁ ଏହି ମେଗା ପ୍ରକଳ୍ପ ଆରମ୍ଭ ହେବାପରେ ବିଭାଗର ଦାୟିତ୍ୱ ବଢିଛି । ଏହି ଯୋଜନାରେ ପୌରାଞ୍ଚଳର ସମସ୍ ୩୦ଟି ୱାର୍ଡର ୨୫ ହଜାର ପରିବାରଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ପାଇଁ ସ୍ଥିର ହୋଇଛି । ପୂର୍ବରୁ ଜନସ୍ୱାସ୍ଥ୍ୟ ବିଭାଗ ନିକଟରେ ଦେଢହଜାର ଉପଭୋକ୍ତା ରହିଥିବାବେଳେ, ଇତିମଧ୍ୟରେ ୪ ହଜାର ଅଧିକ ପରିବାରଙ୍କୁ ପାନୀୟ ଜଳ ସଂଯୋଗ ଦିଆସରିଛି । ପ୍ରତ୍ୟେକ ୱାର୍ଡରେ ଏହି ସଂଯୋଗ ଦିଆସରିଛି । ପ୍ରତ୍ୟେକ ୱାର୍ଡରେ ଏହି ସଂଯୋଗ ପ୍ରକ୍ରିୟା ଜାରି ରହିଛି । ଯେଉଁ ଅଳ୍ପ କିଛି ପାଇପ୍ ବିଛା କାର୍ଯ୍ୟ ବାକି ରହିଛି, ତାହା ସଂପୂର୍ଣ୍ଣ ହୋଇଗଲେ, ସହରବାସୀ ଉକ୍ତ ପ୍ରକଳ୍ପ ଦ୍ୱାରା ଉପକୃତ ହୋଇପାରିବେ । ଆଗାମୀ ବର୍ଷ ମାର୍ଚ୍ଚ ମାସ ସୁଦ୍ଧା ଏହି ପ୍ରକଳ୍ପ ସଂପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇଯିବ ବୋଲି ଇଂ ଜେନା ଆଶା ପ୍ରକଟ କରିଛନ୍ତି । ନୂତନ ପାଇପ୍ ଲାଇନ୍ ସଂଯୋଗ ପାଇଁ ପୂର୍ବରୁ ଜଣେ ଗ୍ରାହକଙ୍କୁ ୩ ହଜାର ୬୦ ଟଙ୍କାର ଅମାନତ ଜମା ଦେବାକୁ ପଡୁଥିବାବେଳେ ନୂତନ ପ୍ରକଳ୍ପରେ ଉପଭୋକ୍ତାଙ୍କୁ ସଂଯୋଗ ପାଇଁ ଟଙ୍କାଟିଏ ମଧ୍ୟ ଦେବାକୁ ପଡିବ ନାହିଁ । କିନ୍ତୁ ପରବର୍ତ୍ତୀ ସମୟରେ ଜଳ କର ଦେବାକୁ ପଡିବ । ଏହି ପ୍ରକଳ୍ପ କେବେ କାର୍ଯ୍ୟକ୍ଷମ ହେବ, ତାକୁ ନେଇ ଏବେ ବି ଅନିଶ୍ଚିତତା ଲାଗି ରହିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.