Home ଜିଲ୍ଲା ପରିକ୍ରମା ଅଭିଯୁକ୍ତ ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି – ଏସପିଙ୍କଠାରେ ବିଧବାଙ୍କ ଫେରାଦ

ଅଭିଯୁକ୍ତ ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି – ଏସପିଙ୍କଠାରେ ବିଧବାଙ୍କ ଫେରାଦ

106

ବାଲେଶ୍ୱର, ୩୧-୭ (ଓଡ଼ିଆ ପୁଅ/ଅଭୟ ଦାସ): ଅବହେଳା ଯୋଗୁଁ ଡାକ୍ତରଖାନାରେ ସ୍ୱାମୀର ମୃତ୍ୟୁ ହୋଇଥିବା ବେଳେ ଅଭିଯୁକ୍ତ ଡାକ୍ତରଙ୍କ ବିରୋଧରେ ପୁଲିସର ଶୂନ୍ୟ କାର୍ଯ୍ୟାନୁଷ୍ଠାନକୁ ନେଇ ବାଲେଶ୍ୱର ଏସପିଙ୍କଠାରେ ଫେରାଦ ହୋଇଛନ୍ତି ଅଭିଯୋଗକାରିଣୀ ସୋର ଅଞ୍ଚଳର ମହିଳା ପ୍ରଭାତୀ ମଲ୍ଲିକ। ମୁମ୍ବାଇରେ ରହୁଥିବା ତାଙ୍କ ସ୍ୱାମୀ ସ୍ୱଗର୍ତ ବିପିନ୍ ମଲ୍ଲିକ ଓ ଦେଢ଼ଶୂର କରୋନା ସମୟରେ ପ୍ରବାସୀ ଶ୍ରମିକ ଟ୍ରେନ୍‌ରେ ଘରକୁ ଆସି ଭଦ୍ରକରେ ଓହ୍ଲାଇ ସିଧା ନିଜ ଗାଁ ଜଳଦା କ୍ୱାରେଣ୍ଟାଇନ୍ ସେଣ୍ଟରରେ ରହିଥିଲେ। କ୍ୱାରେଣ୍ଟାଇନ୍ ସେଣ୍ଟରରେ ରହିବାର ଷଷ୍ଠ ରାତିରେ ହଠାତ୍ ବିପନ୍‌ଙ୍କର ସ୍ୱାସ୍ଥ୍ୟବସ୍ଥା ଖରାପ ହେବାରୁ ସ୍ଥାନୀୟ ସରପଞ୍ଚ ଓ ସମିତିସଭ୍ୟାଙ୍କ ପରାମର୍ଶ କ୍ରମେ ତାଙ୍କୁ ସୋର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ତେବେ ଡ୍ୟୁଟିରେ ଥିବା ଡାକ୍ତର ମହମ୍ମଦ ଫୟାଜ୍ ଖାଁଙ୍କ ଅବହେଳା ଓ ଭୁଲ ଇଂଜେକ୍ସ ଦେବା ଫଳରେ ବିପିନ୍‌ଙ୍କର ମୃତ୍ୟୁ ହୋଇଯାଇଥିଲା। ଡାକ୍ତରଙ୍କ ଅବହେଳାକୁ ନେଇ ପତ୍ନୀ ପ୍ରଭାତୀ ସୋର ଥାନାରେ ଡାକ୍ତର ଫୟାଜ ଖାଁଙ୍କ ବିରୋଧରେ ଏତଲା ଦେଇଥିଲେ। ମାତ୍ର ଦୀର୍ଘଦିନ ପରେ ବି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନଯିବା ଯୋଗୁଁ ସେ ଜନୈକ ମାନବାଧିକାର ସଦସ୍ୟଙ୍କ ସହଯୋଗରେ ଗୁରୁବାରଦିନ ଏସପିଙ୍କୁ ଜଣାଇଥିବା ସୂଚନା ଦେଇଛନ୍ତି। ଏ ବାବଦରେ ତୁରନ୍ତ ପଦକ୍ଷେପ ନେବାକୁ ପ୍ରଭାତୀ ଏସପିଙ୍କୁ ନିବେଦନ କରିଛନ୍ତି। ଏନେଇ ସେ ଏକ ସ୍ମାରକପତ୍ର ଏସପି ଶୁଧାଂଶୁ ମିଶ୍ରଙ୍କୁ ପ୍ରଦାନ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.