Home ଜିଲ୍ଲା ପରିକ୍ରମା ଅଭିଯୁକ୍ତଙ୍କ ହତ୍ୟା ଧମକ : ଏସ୍‌ପିଙ୍କ ଦ୍ୱାରସ୍ଥ ହେଲେ ଅସହାୟ ମହିଳା

ଅଭିଯୁକ୍ତଙ୍କ ହତ୍ୟା ଧମକ : ଏସ୍‌ପିଙ୍କ ଦ୍ୱାରସ୍ଥ ହେଲେ ଅସହାୟ ମହିଳା

166

ଭଦ୍ରକ, ୧୫ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜମିବାଡି ଓ ପୈତୃକ ସଂପତ୍ତି ଭାଗବଣ୍ଟାକୁ ନେଇ ସଂଘଠିତ ଏକ ହତ୍ୟାକାଣ୍ଡରେ ଜଡିତ ଥିବା ଜାଣେ ଅଭିଯୁକ୍ତ ଏଯାଏ ଗିରଫ ହୋଇନି । ସେ ଏବେ ବି ଧମକ ଦେଉଛନ୍ତି । ଫଳରେ ଭୟଭୀତ ହୋଇ ସଂପୃକ୍ତ ଅସହାୟ ପରିବାର ନ୍ୟାୟ ପାଇଁ ଭଦ୍ରକ ଜିଲା ଆରକ୍ଷୀ ଅଧିକ୍ଷକ (ଏସ୍‌ପି) ଙ୍କ ଦ୍ୱାରସ୍ଥ ହୋଇଛନ୍ତି । ତେବେ ଏସ୍‌ପି ସଂପୃକ୍ତ ମହିଳାଙ୍କୁ ନ୍ୟାୟ ପ୍ରଦାନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି । ଭଦ୍ରକ ଜିଲା ବାସୁଦେବପୁର ବ୍ଲକ୍ କମାରପୁର ଗ୍ରାମର ପଦ୍ମାବତୀ ମାଝୀଙ୍କ ଅଭିଯୋଗ ଅନୁଯାୟୀ ସେ ନିଜ ସ୍ୱାମୀ କୈଳାସ ମାଝୀ ଓ ନିଜର ୪ ନାବାଳକ ଶିଶୁପୁତ୍ର ଓ କନ୍ୟାଙ୍କ ସହ ନିଜ ପୁରୁଣା ଘରେ ରହି ଆସୁଥିଲେ । କିନ୍ତୁ ତାଙ୍କ ଦାଦା ଶ୍ୱଶୁର ପଦନ ମାଝୀ, ମନ୍ମଥ ମାଝୀ ତୁରନ୍ତ ଏହି ଘର ଛାଡି ଅନ୍ୟତ୍ର ପଳାଇବାକୁ ଧମକ ଦେଇ ଆସୁଥିଲେ । ଗତ ମାସ ୩ ତାରିଖ ସନ୍ଧ୍ୟାରେ ସେମାନେ ଓ ସେମାନଙ୍କ ପୁତ୍ର ଦାସିଆ ମାଝୀ ଓ ଚନ୍ଦନ ମାଝୀ ସଂଘବଦ୍ଧ ଭାବେ କୈଳାସଙ୍କୁ ଆକ୍ରମଣ କରିଥିଲେ । ପରେ ଗୁରୁତର ଅବସ୍ଥାରେ ସେମାନେ କୈଳାସଙ୍କୁ ଘୋଷାଡି ଅନ୍ୟ ଆଡେ ନେଇ ଯାଇଥିଲେ । ପରଦିନ ସକାଳେ କୈଳାସଙ୍କ ମୃତଦେହ ଏକ ଗଛରେ ଝୁଲୁଥିବା ଦେଖିବାକୁ ମିଳିଥିଲା । ପଦ୍ମାବତୀଙ୍କ ଏତଲା ମୂଳେ ବାସୁଦେବପୁର ଥାନା ପୁଲିସ୍ କେଶ୍ ନଂ ୧୯୭/୨୦, ଦଫଶ ୩୦୨ / ୨୦୧ / ୩୪ ମୂଳେ ମାମଲା ରୁଜୁ କରିଥିଲା । ଅଭିଯୋଗ ମୂଳେ ମନ୍ମଥ, ପଦନ ଓ ଦାସିଆଙ୍କୁ ଗିରଫ କରି ପୁଲିସ୍ କୋର୍ଟ ଚାଲାଣ କରିଛନ୍ତି । କିନ୍ତୁ ଅଦ୍ୟାବଧି ଚନ୍ଦନକୁ ପୁଲିସ୍ ଗିରଫ କରିନି । ଏହାର ସୁଯୋଗ ନେଇ ଚନ୍ଦନ ସେମାନଙ୍କ ପରିବାରକୁ ଧମକ ଚମକ ଦେଉଛନ୍ତି । ଏଥିସହିତ ମାମଲା ପ୍ରତ୍ୟାହାର ପାଇଁ ଧମକ ଦେଇ ଚାଲିଛନ୍ତି ବୋଲି ପଦ୍ମାବତୀ ଅଭିଯୋଗ କରିଥିଲେ । ନିଜ ପରିବାରର ସୁରକ୍ଷା ପାଇଁ ସେ ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇଛନ୍ତି । ସୂଚନା ଥାଉକି ସ୍ୱାମୀଙ୍କ ହତ୍ୟା ପରେ ପଦ୍ମାବତୀ ନିଜର ୪ ନାବାଳକ ଶିଶୁପୁତ୍ର ଓ କନ୍ୟାଙ୍କ ସହ ଅତ୍ୟନ୍ତ ଭୟଭୀତ ଅବସ୍ଥାରେ ଅଛନ୍ତି । ତେବେ ଏସ୍‌ପି ଉପଯୁକ୍ତ ନ୍ୟାୟ ପ୍ରଦାନ କରିବାକୁ ପଦ୍ମାବତୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି । ଏହି ଅବସରରେ ଅଖିଳ ଭାରତୀୟ ଗଣତାନ୍ତ୍ରିକ ମହିଳା ସଂଗଠନର ନେତ୍ରୀ ମମତାଜେନା, ସୀତା ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.