Home ଜିଲ୍ଲା ପରିକ୍ରମା ଅବକାରୀ ଚଢାଉ ମଦଗାଡ଼ି ଜବଦ , ୩ ଗିରଫ

ଅବକାରୀ ଚଢାଉ ମଦଗାଡ଼ି ଜବଦ , ୩ ଗିରଫ

78

ବାହାନଗା,୧୭ା୧୦(ଭାରତୀ ଦାସ/ ଓଡ଼ିଆ ପୁଅ) : ଆକୁ ପାର୍ବଣ ଋତୁ ଆସୁଛି । ତେଣୁ ଚୋରା ମଦକୁ ରୋଗିବା ପାଇଁ ବାଲେଶ୍ୱର ଅବକାରୀ ବିଭାଗ ତରଫରୁ ବିଭିନ୍ନ ସ୍ଥାନ ମାନଙ୍କରୁ ଚଢାଉ କରି ୨ଟି ୪ଚକିଆ ମଦ ବୋଝେଇ ଗାଡ଼ି ଜବଦ ସହ ୩ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତ ମାନେ ହେଲେ ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ଅଧିନ ସୁବର୍ଣ୍ଣପୁର ଗ୍ରାମର ମୁକୁନ୍ଦ ପଲେଇଙ୍କ ପୁଅ କମଳଲୋଚନ(୨୮)ା ଚାନ୍ଦିପୁର ଥାନା ଅଧିନ ପୁରୁଣା ବାଲେଶ୍ୱର ଗ୍ରାମର ଧ୍ରୁବ ଚରଣ ଘଡ଼େଇଙ୍କ ପୁଅ ରାଜେନ୍ଦ୍ର , ଖନ୍ତାପଡ଼ା ଥାନା ପାତ୍ରସାହିର ହରିହର ଦାସଙ୍କ ପୁଅ ରାକେଶ(୨୫) । ସୂଚନା ଅନୁସାରେ ଆଗକୁ ପାର୍ବଣ ଆସୁ ଥିବାରୁ ଅବକାରୀ ଅଧିକ୍ଷକ ବିବେକାନନ୍ଦ ନାୟକ ନିର୍ଦ୍ଦେଶ କ୍ରମେ ଏକ କଣ୍ଟ୍ରୋଲ ରୁମ ଖୋଲା ଖୁଲା ଯାଇଛି । ଅବକାରୀ ବିଭାଗର ଡେପୁଟି ସୁପରିଟେଣ୍ଡେଣ୍ଟ ଭାବେ ସେକ ଅସଫଅଲ୍ଲି ଏହି ଦାୟିତ୍ୱରେ ଅଛନ୍ତି । ତାଙ୍କ ନିର୍ଦ୍ଦେଶ କ୍ରମେ ସ୍ୱାର୍ଡ଼ ଇନସପେକ୍ଟର ଗାଲୁରାମ ସୋରେନଙ୍କ ନେତୃତ୍ୱରେ ସଦରଅବକାରୀ ଇନସପେକ୍ଟର ପ୍ରବୀଣ କୁମାର ପ୍ରଧାନଙ୍କ ତତ୍ୱାବଧାନରେ ବିଭିନ୍ନ ଯାଗାରେ ଚଢାଉ କରାଯାଇଥିଲା । ଫଳରେ ଖନ୍ତାପଡ଼ା ଥାନା ସେରଗଡ଼ ଛକରେ ପେଟ୍ରୋଲିଂ କରୁଥିବା ସମୟରେ ଏକ ବୋଲେରୋ (ଓଡ଼ି ୦୧ଏସ୍ -୨୬୦୬) ଦ୍ରୁତ ଗତିରେ ଯାଉଥିଲା । କିଛି ବାଟ ଗଲାପରେ ସେରଗଡ଼ – ସାଆନ୍ତ ରାସ୍ତାରେ ତାକୁ ଅଟକକାଇ ଯାଞ୍ଚ କରିବାରୁ ସେଥିରୁ ବିପୁଳ ପରିମାଣରେ ଦେଶୀ ମଦ ଥିବାର ଜଣାପଡ଼ିଥିଲା । ଫଳରେ ବୋଲେରୋ ସହ ମଦକୁ ଜବଦ କରାଯାଇ ଡ୍ରାଇଭରକୁ ଗିରଫ କରାଯାଇଥିବାର ଜଣାପଡ଼ିଛି । ସେହି ଭଳି ସଲ୍ଲଟରୋଡ଼ ବଙ୍କାଖଜିର ଛକର ଅନତି ଦୁରରେ ଏକ ମାରୁତିଅଲଟୋ(ଓଆର ୧୪ଏଫ -୦୧୭୧)ରୁ ବିପୁଳ ପରିମାଣରେ ମଦ ଜବଦ କରାଯାଇ ୨ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଏଥି ସହ ୨୨/୨୦, ୬୨/୨୦ରେ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଏହି ଚଢାଉରେ ସଦର ଅବକାରୀ ଏସଆଇ କୁଳମଣି ମହାରଣା, ଏଏସଆଇ ବ୍ରଜମୋହନ ମଲ୍ଲିକ, କନେଷ୍ଟବଳ ସେକ କଲିମ, ରମାକାନ୍ତ ମହାନ୍ତ, ରଶ୍ମିରେଖା ପାତ୍ର,ବିଦ୍ୟାଧର ବିଦ୍ଧାଣୀ, ଅଞ୍ଜନ କୁମାର ଜେନା ପ୍ରମୁଖ ସାମିଲ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.