Home ଓଡ଼ିଶା ଅପହରଣ ଅଭିଯୋଗର ୩ଘଣ୍ଟା ଭିତରେ ଅପହୃତ ଉଦ୍ଧାର ,ଅପହରଣକାରୀ  ଗିରଫ

ଅପହରଣ ଅଭିଯୋଗର ୩ଘଣ୍ଟା ଭିତରେ ଅପହୃତ ଉଦ୍ଧାର ,ଅପହରଣକାରୀ  ଗିରଫ

100

ଓଡିଆପୁଅ(ଦେବୀପ୍ରସାଦ ଆଚାର୍ଯ୍ୟ);ନୟାଗଡ ଜିଲ୍ଲା ଚାନ୍ଦପୁର ଥାନାରେ ଅପହରଣ ଅଭିଯୋଗର ୩ଘଣ୍ଟା ଭିତରେ ପୋଲିସ୍ ଅପହୃତ ଯୁବକକୁ ଉଦ୍ଧାର କରିବାସହ ୨ଅପହରଣକାରୀଙ୍କୁ ଗିରଫକରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ଘଟଣାରୁ ପ୍ରକାଶ ଗତ ଏପ୍ରିଲ୍ ୧୬ତାରିଖ ଅପରାନ୍‌ହ ୪ ଘଟିକା ସମୟରେ ଟାଙ୍ଗି ଥାନା ଝରିଆ ଗ୍ରାମର ଉର୍ମିଳା ପଲେଇ  ତାଙ୍କ ସ୍ୱାମୀ ନିଳକଣ୍ଠ ପଲେଇ (୩୮)କୁ ଅପହରଣ ହୋଇଥିବା ନେଇ ଚାନ୍ଦପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ଚାନ୍ଦପୁର ଥାନା ଇନିସ୍ପେକ୍ଟର୍ ରଶ୍ମିରଂଜନ ଦାସ ବିଭିନ୍ନ ସ୍ଥାନ ଖୋଜିବା ସହ ଅକ୍ଳାନ୍ତ ପରିଶ୍ରମ କରି ଜାଣିବାକୁ ପାଇଲେ ଯେ ଚାନ୍ଦପୁର୧୬ନମ୍ବର ଜାତୀୟ ରାଜପଥ କଡରେ ଅପହରଣକାରୀ ଅପହୃତକୁ ରଖିଛନ୍ତି । ସଂଧ୍ୟା ୬ଘଟିକା ୩୦ମିନିଟ୍ ସମୟରେ ସେଠାରେ ପହଂଚି ହାତଗୋଡ ବନ୍ଧାଥିବା ଅବସ୍ଥାରେ ଅପହୃତ ନିଳକଣ୍ଠ ପଲେଇକୁ ଉଦ୍ଧାର କରିଥିଲେ ।

 

 

ଅପହରଣକାରୀ ପ୍ରତାପ ବେହେରା ଓ ସୈାଭାଗ୍ୟ ସାହୁକୁ ଗିରଫ କରିଥିବା ବେଳେ ଅନ୍ୟତମ ଅପହରଣକାରୀ ବସନ୍ତ ବେହେରା ଓରଫ୍ କାନ୍ଟି ଫେରାର୍ ହୋଇଯାଇଥିଲା । ଅପହରଣକାରୀଙ୍କ ଠାରୁ ମୁଣ୍ଡ ଜାମିନ୍ ରଖି  ବ୍ୟାଙ୍କ୍ ଆକାଉଣ୍ଟ ରୁ ଉଠାଇ ନେଇଥିବା ୩୦୦୦୦ ଟଙ୍କା  ଓ ଅପହରଣରେ ବ୍ୟବହୃତ ୨ଟି ମୋଟର୍ ସାଇକେଲ୍ ଓ ମୋବାଇଲ୍ ଜବତ କରିଥିବା ଜଣାପଡିଛି । ଅପହରଣକାରୀଙ୍କୁ ରଣପୁର କୋର୍ଟକୁ ଚାଲାଣ କରାଯାଇଛି । ପୋଲିସ୍ ଠାରୁ ସୂଚନା ଅନୁଯାୟୀ ନିଳକଣ୍ଠ ପଲେଇ ଓ ଅପହରଣକାରୀଙ୍କ ମଧ୍ୟରେ ପୂର୍ବରୁ ଟଙ୍କା ନେଣଦେଣକୁ ନେଇ ବିବାଦ ଲାଗିରହିଥିଲା  । ଅପହରଣକାରୀମାନେ ଗତ ଜାନୁୟାରୀ ମାସରେ ଏହିଭଳି ଉପାୟରେ ନିଳକନ୍‌ଠକୁ ଅପହରଣକରି ମୁନ୍‌ଡ ଜାମିନ୍ ରଖି   ତା ବ୍ୟାଙ୍କ୍ ଆକାଉଣ୍ଟରୁ ୫୦୦୦୦ ଟଙ୍କା ଉଠାଇ ନେଇଥିଲେ । ଘଟଣାଟି ଚାନ୍ଦପୁର ଥାନା ଅଂଚଳରେ ଆଲୋଚନାର ବିଷୟବସ୍ତୁ ପାଲଟିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.