Home ଜିଲ୍ଲା ପରିକ୍ରମା ଅପରେସନ ସିନ୍ଦୁରର ସଫଳତା, ଧାମରାରେ ପରାକ୍ରମ ଶୋଭାଯାତ୍ରା

ଅପରେସନ ସିନ୍ଦୁରର ସଫଳତା, ଧାମରାରେ ପରାକ୍ରମ ଶୋଭାଯାତ୍ରା

7

ଭଦ୍ରକ, ୧୭ା୫ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ଦେଶ ମାତୃକାର ସେବା ପାଇଁ ନିଜକୁ ବଳି ଦେଇଥିବା ଯବାନଙ୍କ ଉଦ୍ଦେଶ୍ୟରେ ଏବଂ ଆତଙ୍କବାଦ ବିରୋଧୀ ଅଭିଯାନରେ ସେନାର ପରାକ୍ରମକୁ ସମ୍ମାନ ଦେଖାଇ ଧାମରା ଅଂଚଳରେ ପରାକ୍ରମ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ହୋଇଥିବା ଶୋଭାଯାତ୍ରାରେ ମୁଖ୍ୟ ଆକର୍ଷଣ ଥିଲା ୩୦୦ ଫୁଟ ଲମ୍ବ ବିଶିଷ୍ଟ ତ୍ରିରଙ୍ଗା ପତାକା ଯାହାକୁ ଏକ ବିଶାଳ ରାଲିରେ ନିଆଯାଇ ଧାମରା ଅଂଚଳ ପରିକ୍ରମା କରାଯାଇଥିଲା। ବିଭିନ୍ନ ବିଦ୍ୟାଳୟର କୁନୀ କୁନୀ ଛାତ୍ରଛାତ୍ରୀ ମାନଙ୍କ ଠାରୁ ଆରମ୍ଭ କରି ଯୁବ ସମାଜ, ବୁଦ୍ଧିଜିବୀ, ସଂସଙ୍ଗଠିତ ମହିଳା, ଦଳମତ ନିର୍ବିଶେଷରେ ସମସ୍ତ ରାଜନୈତିକ ଦଳର ଜନ ପ୍ରତିନିଧି, ସେନା ନିବୃତ କର୍ମଚାରୀ ଏବଂ ଅଂଚଳର ଆବାଳ ବୃଦ୍ଧ ବନିତା ଏହି ଶୋଭାଯାତ୍ରାରେ ଭାଗ ନେଇଥିଲେ। ଏହି ତ୍ରିରଙ୍ଗା ଶୋଭାଯାତ୍ରା ଧାମରାଇ ମନ୍ଦିର ନିକଟରୁ ବାହାରି ଧାମରା ବଜାର ଏବଂ ଜାଗୁଳା ପଂଚାୟତ ଅତିକ୍ରମ କରିବା ପରେ ଧାମରାଇ ଗଙ୍ଗାମାତା ପଡିଆରେ ପହଂଚିଥିଲା। ସେଠାରେ ବୀର ଜଓାନଙ୍କ ସ୍ମୃତି ଉଦ୍ୱେଶରେ ଏକ ସ୍ମୃତି ସଭା ହେବା ସହ ଉପସ୍ଥିତ ଥିବା ବ୍ୟକ୍ତି ବିଶେଷ ଦେଶ ମାତୃକାର ଗୁଣଗାନ କରିଥିଲେ। ଆଗାମୀ ଦିନରେ ପାକିସ୍ଥାନ ଦ୍ୱାରା ଆରମ୍ଭ ହୋଇଥିବା ଆତଙ୍କବାଦ ମୂଳତ୍ପୋଟନ କରିବା ଭାରତୀୟ ମାନଙ୍କର ମୂଖ୍ୟ ଉଦ୍ୱେଶ ହେବା ଜରୁରୀ ଏବଂ ଭାରତ ସରକାର ସବୁ ସମୟରେ ଦେଶ ମାତୃକାର ସେବା ପାଇଁ ନିଜକୁ ସମର୍ପିତ କରିବା ମନୋଭାବ ରଖିବା ଜରୁରୀ ବୋଲି ମତ ପ୍ରକାଶ ପାଇଥିଲା। ହୋଇଥିବା ପରାକ୍ରମ ଶୋଭାଯାତ୍ରା ରେ ବିପିନ ବେହେରା,ପ୍ରଭାସ ସ୍ୱାଇଁ,କାର୍ତିକ ଗୁଡିଆ, ରବିନ୍ଦ୍ର ନାୟକ, ମନୋଜ ଲେଙ୍କା, ଚନ୍ଦ୍ର ଶେଖର ଜେନା, ପ୍ରଦ୍ୱୀପ ରାଉତ, ବାପୁଜୀ ମାଝୀ, ସୁରେଶ ସେଠୀ, ପରୀକ୍ଷିତ ଦାସ, ସୁକାନ୍ତ ସେଠୀ, ସେକ ଅବଦୁଲ, ବାବୁଲା ନାୟକ, ଅଭିମନ୍ୟୁ ଜେନା, ରେଣୁବାଳା ଜେନା, ସେନା ନିବୃତ କର୍ମଚାରୀ ନରହରି ମଲିକ, ନାଗାର୍ଜୁନ ଦାସ, ଭରତ ସାହୁ, ସୁକୁମାର ଦାସ, ଜଗନ୍ନାଥ ଗିରି ,ରାଜେନ୍ଦ୍ର ମହାଳିକ, ଅଞନ ମଲିକ, ଅଞ୍ଜନ ଦାସ,ହାକିମ ଦାସ,ଗଣେଶ ଗିରି ପ୍ରମୁଖ ଉପସ୍ଥିତ ରହିବା ସହ ପରାକ୍ରମ ଶୋଭାଯାତ୍ରା ର ମହତ ଉଦ୍ୱେଶ ବିଷୟରେ ନିଜ ନିଜର ବକ୍ତବ୍ୟ ରଖିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.