Home ଓଡ଼ିଶା ଅନ୍ ଲାଇନ୍ ଶିକ୍ଷା ପ୍ରହସନ, ୩ ମାସର ଫି ଛାଡ଼ ପାଇଁ ବିଭିନ୍ନ ମହଲରେ ଦାବି

ଅନ୍ ଲାଇନ୍ ଶିକ୍ଷା ପ୍ରହସନ, ୩ ମାସର ଫି ଛାଡ଼ ପାଇଁ ବିଭିନ୍ନ ମହଲରେ ଦାବି

213

ବଡ଼ବିଲ ,ତା ୦୮ ମେ (ଓଡ଼ିଆ ପୁଅ/ସୀତାରାମ ଦୀକ୍ଷିତ) ଭାରତରେ ମହାମାରୀ କରୋନାର ସଂକ୍ରମଣ ଦେଖା ଯିବା ପରେ ଗତ ମାର୍ଚ୍ଚ ୧୭ ତାରିଖରୁ ରାଜ୍ୟ ସରକାର ପର୍ଯ୍ୟାୟ କ୍ରମେ ସମସ୍ତ ଶିକ୍ଷାନୁଷ୍ଟାନକୁ ବନ୍ଦ କରିଛନ୍ତି । ଏଥିସହ ଅଧିକାଂଶ ପରୀକ୍ଷାକୁ ବାତିଲ କରାଇ ସବୁ ଛାତ୍ରଛାତ୍ରୀଙ୍କୁ ପାସ୍ କରାଯିବା ନିମନ୍ତେ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ରହିଛି । ଯାହା ଫଳରେ ସ୍କୁଲ ଖୋଲିବା ନେଇ ମଧ୍ୟ ଅନିଶ୍ଚିତତା ଦେଖାଯାଇଛି । ଏଥି ସହିତ ଛାତ୍ରଛାତ୍ରୀଙ୍କ ପାଠପଢାରେ ମଧ୍ୟ ବିଭ୍ରାଟ ସୃଷ୍ଟି ହୋଇଛି । ତେବେ ଏହାର ପ୍ରତିକାର ନିମନ୍ତେ ବେସରକାରୀ ଶିକ୍ଷାନୁଷ୍ଠାନ ଗୁଡିକ ଅନ୍ ଲାଇନ୍ ଶିକ୍ଷା ଆରମ୍ଭ କରିଛନ୍ତି । ଶ୍ରେଣୀ ଅନୁସାରେ ଛାତ୍ର ଛାତ୍ରୀ ମାନଙ୍କର whatsapp ଗ୍ରୁପ କରାଯାଇ ସେଥିରେ ସେମାନଙ୍କୁ ପାଠପଢା ଯାଉଥିବା ଜଣାପଡିଛି । ତେବେ ଆଦିବାସୀ ଅଧ୍ୟୁଷିତ ବଡ଼ବିଲ ଅଞ୍ଚଳରେ ଏପରି ଅନ୍ ଲାଇନ୍ ଶିକ୍ଷା ଫଳପ୍ରଦ ହୋଇପାରୁ ନଥିବା ଜଣାପଡିଛି । ସମସ୍ତ ଅଭିଭାବକଙ୍କ ପାଖରେ ସ୍ମାର୍ଟ ଫୋନ ନଥିବା ବେଳେ ସେମାନଙ୍କୁ ଉକ୍ତ ଗ୍ରୁପରେ ସାମିଲ କରାଯାଇପାରୁନାହାନ୍ତି । ଯାହା ଫଳରେ ସେହି ଛାତ୍ର ଛାତ୍ରୀମାନଙ୍କୁ ପାଠ ପଢ଼େଇବା ସମ୍ଭବ ହୋଇପାରୁନାହିଁ । ଏଥିସହ ଲକ୍ ଡାଉନ୍ ସମୟରେ ସମସ୍ତ ଅଭିଭାବକଙ୍କ whatsapp ନମ୍ବର ସଂଗ୍ରହ କରାଯାଇ ଗ୍ରୁପରେ ସାମିଲ କରିବା କାଠିକର ପାଠ ହୋଇପଡିଛି । ଯାହାକୁ ନେଇ ୫୦ ପ୍ରତିଶତ ଛାତ୍ରଛାତ୍ରୀ ଏହି ସୁବିଧାରୁ ବଞ୍ଚିତ ହେଉଥିବା ଅଭିଯୋଗ ହେଉଛି । ବର୍ତମାନ ସମଗ୍ର ଦେଶରେ ଲକ୍ ଡାଉନ୍ ଚାଲିଥିବା ଯୋଗୁଁ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ୩ମାସର ଫି ଛାଡ଼ କରାଇବା ପାଇଁ ବିଭିନ୍ନ ମହଲରେ ଦାବି ହୋଇଛି । ସମସ୍ତ ବେସରକାରୀ ଶିକ୍ଷାନୁଷ୍ଠାନ ଗୁଡିକରେ ଛାତ୍ରଛାତ୍ରୀଙ୍କ ମାସିକ ଫି ଟଙ୍କାରେ ଶିକ୍ଷକଙ୍କୁ ଦରମା ଦିଆଯାଏ । ତେଣୁ ସେମାନେ ମାସିକ ଫି ଛାଡିବା ସପକ୍ଷରେ ନଥିବାରୁ ଏପରି ଅନ୍ ଲାଇନ୍ ଶିକ୍ଷା ଆରମ୍ଭ କରିଥିବା ସାଧାରଣରେ ଆଲୋଚନା ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.