Home କୋରାପୁଟ ଅଧ୍ୟାପିକାଙ୍କ ଆତ୍ମହତ୍ୟା ଉଦ୍ୟମ ;କୋରାପୁଟ ହସପିଟାଲରେ ଭର୍ତି

ଅଧ୍ୟାପିକାଙ୍କ ଆତ୍ମହତ୍ୟା ଉଦ୍ୟମ ;କୋରାପୁଟ ହସପିଟାଲରେ ଭର୍ତି

389

କୋରାପୁଟ ;ତା୦୫-୦୬-୧୯(ଓଡିଆପୁଅ /ରଂଜନ କୁମାର ଦାସ) ପାରିବାରିକ ଅଶାନ୍ତି ଯୋଗୁଁ ଲକ୍ଷ୍ମୀପୁର ମହାବିଦ୍ୟାଳୟର କେମଷ୍ଟ୍ରୀ ବିଭାଗ ଅଧ୍ୟାପିକା ମଧୁମିତା ବିଶ୍ୱାଳ ନିଦ ବଟିକା ଖାଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ସୂଚନା ଅନୁଯାୟୀ କିଛି ଦିନ ପୂର୍ବେର୍ ସ୍ୱାମୀଙ୍କ ଠାରୁ ସେ ଅଲଗା ରହୁଥିଲେ । ପାରିବାରିକ ଜୀବନକୁ ନେଇ ଅସୁଖୀ ଥିବା ମଧୁମିତା ଅନେକ ସମୟରେ ମାନସିକ ଭାରାକ୍ରାନ୍ତ ରହୁଥିଲେ । ଗତକାଲି ରାତିରେ ମାନସିକ ଭାରସାମ୍ୟ ହରାଇ ନିଦ ବଟିକା ଖାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଗୁରୁତର ଅବସ୍ଥାରେ ଅଧ୍ୟାପିକାଙ୍କୁ କୋରାପୁଟ ଏସଏଲଏନ ମେଡିକାଲ୍ କଲେଜ୍ ଓ ହସ୍ପିଟାଲକୁ ଅଣା ଯାଇ ଆଇସିୟୁ ରଖାଯାଇଥିଲା । ରାତି ତମାମ ଚିକିସôା ପରେ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ହୋଇଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.