Home ଜିଲ୍ଲା ପରିକ୍ରମା ଅଧିବକ୍ତା ସ୍ୱର୍ଗତ ପୂର୍ଣ୍ଣଚନ୍ଦ୍ର ଲେଙ୍କାଙ୍କ ତୈଳ ଚିତ୍ର ଓ ସ୍ମୃତିଚାରଣ ସଭା ଅନୁଷ୍ଠିତ

ଅଧିବକ୍ତା ସ୍ୱର୍ଗତ ପୂର୍ଣ୍ଣଚନ୍ଦ୍ର ଲେଙ୍କାଙ୍କ ତୈଳ ଚିତ୍ର ଓ ସ୍ମୃତିଚାରଣ ସଭା ଅନୁଷ୍ଠିତ

70

ଭଦ୍ରକ, ୨୩ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଓକିଲ ସଂଘ ସଭାଗୃହ ପରିସରରେ ଅଧିବକ୍ତା ସ୍ୱର୍ଗତ ପୂର୍ଣ୍ଣଚନ୍ଦ୍ର ଲେଙ୍କାଙ୍କ ତୈଳ ଫଟୋଚିତ୍ର ଓ ସ୍ମୃତିଚାରିଣ ସଭା ଅନୁଷ୍ଠିତ ହୋଇଯାଇଛି । ଭଦ୍ରକ ଓକିଲ ସଂଘର ସଭାପତି ଦିଲ୍ଲୀପ୍ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସ୍ମୃତିଚାରଣ ସଭାରେ ମାନ୍ୟବର ଜିଲ୍ଲା ଓ ଦୌରାଜଜ୍ ଶିଶିର କୁମାର ରଥ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ସ୍ୱର୍ଗତ ଲେଙ୍କା ମାମଲା ପରିଚାଳନାରେ ନିଜର ନିଷ୍ଠାପର ମାନସିକତା ଉପରେ ମତପ୍ରଦାନ କରିଥିଲେ । ମୁଖ୍ୟବକ୍ତା ଭାବେ ମାନ୍ୟବର ଅତିରିକ୍ତ ଜିଲ୍ଲାଜଜ୍ ପ୍ରଣତି ସାହା ଯୋଗଦାନ କରି ନିଜର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ତାଙ୍କ ପ୍ରତି ସହାନୁଭୂତି ଓ ଭଲପାଇବା ଆଜିର ସ୍ମୃତିଚାରଣ ସଭାରେ ପ୍ରତିଫଳିତ ହୋଇଛି ବୋଲି କହିଥିଲେ । ଏହି ସ୍ମୃତିଚାରଣ ସଭାରେ ଭଦ୍ରକ ବାର୍‌ର ବରିଷ୍ଠ ଆଇନ୍‌ଜୀବୀ ନିରାକାର ଜେନା, ଦିବ୍ୟସିଂହ ନାୟକ, ଓକିଲ ସଂଘର ସାଧାରଣ ସଂପାଦକ ସୂର୍ଯ୍ୟକାନ୍ତ କୁଅଁର,ଗିରିଧାରି ନାଥ, ରାଧା ଦାସ, ଗଦାଧର ବଳ, ପବନ ଶର୍ମା,କରୁଣାକର ଦାସ, ପୂର୍ଣ୍ଣଚନ୍ଦ୍ର ମହାନ୍ତି, ସନ୍ତୋଷ ଆଚାର୍ଯ୍ୟ ପ୍ରମୁଖ ଦିବ୍ୟଂଗତ ଲେଙ୍କାଙ୍କ ସହ ସେମାନଙ୍କର ଘନିଷ୍ଠତା ଉପରେ ସ୍ମୃତି ଚାରଣ କରିଥିଲେ । ସଭା ପ୍ରାରମ୍ଭରେ ଜିଲ୍ଲା ଜର୍ଜ ସ୍ୱର୍ଗତ ଲେଙ୍କାଙ୍କର ତୈଳଚିତ୍ର ଉନ୍ମୋଚନ କରିବା ସହ ତାଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଏହି ସ୍ମୃତି ଚାରଣ ସଭାରେ ପରିବାର ଅଦାଲତର ବିଚାରପତି ବିକ୍ରମ ପ୍ରଧାନ , ରେଜିଷ୍ଟାର ଅଭିନାଶ ଚୌଧୂରୀ,ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ ଦେବୀଦତ୍ତ ପଟ୍ଟନାୟକ, ବରିଷ୍ଠ ଦେୱାନୀ ଜଜ୍ ହିମାଂଶୁ ଶେଖର ବିଶ୍ୱାଳ, ସହକାରୀ ବରିଷ୍ଠ ଦେୱାନୀ ଜଜ୍ ଆରାଧନା ଷଡଙ୍ଗୀ, କନିଷ୍ଠ ଦେୱାନୀ ଜଜ୍ ଅବିନାଶ ଚିନ୍ନାରା, ଉପଖଣ୍ଡ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ ଅଳକାନନ୍ଦା ମହାନ୍ତି, ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ନର୍ମଦା କର, ସସ୍ମିତା ସାହୁ, ଲିପ୍ସାରାଣୀ ରାଉତ, ରିତିକା ଜେନା, ରଶ୍ମି ନାରାୟଣ ମିଶ୍ର ପ୍ରମୁଖ ବିଚାରପତିମାନେ ଏହି ସ୍ମୃତି ଚାରଣ ସଭାରେ ଯୋଗଦେଇଥିବାବେଳେ ସ୍ୱର୍ଗତ ଲେଙ୍କାଙ୍କ ଓକିଲାତି ପେଶାର ଗୁରୁ ଶଶିଭୁଷଣ ପଣ୍ଡାଙ୍କ ସଂଯୋଜନାରେ ଅନୁଷ୍ଠିତ ସ୍ମତିଚାରଣ ସଭାରେ ସଂଘର ଉପସଭାପତି ଅମିତାବାଳା ଆଚାର୍ଯ୍ୟଙ୍କ ସମେତ ଓକିଲ ସଂଘର ସମସ୍ତ କର୍ମକର୍ତ୍ତା ଏବଂ ସମସ୍ତ ବାର ସଦସ୍ୟମାନେ ଉପସ୍ଥିତ ରହିଥିଲେ । ଶେଷରେ ସ୍ୱର୍ଗତ ଲେଙ୍କା ଦାଦା କରୁଣାକର ଲେଙ୍କା ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.