Home ଜିଲ୍ଲା ପରିକ୍ରମା ଅତିରିକ୍ତ ଏସ୍‌ପିଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ଅତିରିକ୍ତ ଏସ୍‌ପିଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

36

ଭଦ୍ରକ, ୨୯ା୧୦ (ଓଡ଼ିଆ ପୁଅ /ସ୍ନିଗ୍ଧା ରାୟ) – ଭଦ୍ରକର ଅତିରିକ୍ତ ଏସ୍‌ପି କୈଳାସ ଚନ୍ଦ୍ର ପରିଡାଙ୍କୁ ଭଦ୍ରକର ଅଗ୍ରଣୀ ସାମାଜିକ ସଂଗଠନ ଫେଲୋସିପ୍ ପରିବାର ପକ୍ଷରୁ ଅବସରକାଳୀନ ସମ୍ବର୍ଦ୍ଧନା ଦିଆ ଯାଇଛି । ଭଦ୍ରକ ୱାନ୍ ଷ୍ଟପ୍ ସେଣ୍ଟର ପରିସରରେ ଅନୁଷ୍ଠିତ ଏକ ସଭାରେ ଫେଲୋସିପ୍‌ର ନିର୍ଦ୍ଦେଶକ ଲଲାଟେନ୍ଦୁ ମହାନ୍ତି ଅଧ୍ୟକ୍ଷତା କରିଥିଲେ । ଏଥିରେ ଅତିଥି ଭାବେ ଯୋଗ ଦେଇ ଅନ୍ୟତମ ଅତିରିକ୍ତ ଏସ୍‌ପି ବିକାଶ ଦାଶ କହିଥିଲେ କି ସେ ଜଣେ ଉତ୍ତମ ସହଯୋଗୀଙ୍କ ସହଯୋଗ ପାଇବାରୁ ବଞ୍ଚିତ ହେବେ । ଭଦ୍ରକର ଆଇନ ଶୃଙ୍ଖଳା ପରିସ୍ଥିତିକୁ ମୁକାବିଲା କରିବାରେ ବନ୍ଧୁ ଅନ୍ୟତମ ଅତିରିକ୍ତ ଏସପି ଶ୍ରୀଯୁକ୍ତ ପରିଡାଙ୍କ ସହଯୋଗ ଅବର୍ଣ୍ଣନୀୟ । ଶ୍ରୀଯୁକ୍ତ ପରିଡା ଜଣେ ଦକ୍ଷ ପୁଲିସ ଅଧିକାରୀ ଭାବେ କର୍ତ୍ତବ୍ୟ ପ୍ରତି ସଦା ସର୍ବଦା ଯତ୍ନଶୀଳ ଥିଲେ ବୋଲି କହିଥିଲେ । ଅନ୍ୟତମ ଅତିଥି ଟାଉନ ଥାନା ଆଇ ଆଇଆଇସି ଚନ୍ଦନ ଘଡେଇ ତାଙ୍କ ବକ୍ତବ୍ୟରେ ଶ୍ରୀଯୁକ୍ତ ପରିଡାଙ୍କ ଭଳି ଜଣେ ଜ୍ଞାନୀଗୁଣୀ ଅଫିସରଙ୍କ ଅଧିନରେ କାର୍ଯ୍ୟ କରିବା ଖୁବ୍ କମ୍ ଲୋକଙ୍କ ଭାଗ୍ୟରେ ମିଳିଥାଏ । ପୁଲିସ ଆଇନ କାନୁନ ସମ୍ପର୍କରେ ଶ୍ରୀଯୁକ୍ତ ପରିଡାଙ୍କର ଅଗାଧ ଜ୍ଞାନ ତଳିଆ ଅଧିକାରୀଙ୍କ ପାଇଁ ମାର୍ଗଦର୍ଶନ କରାଇଥାଏ ବୋଲି କହିଥିଲେ । ଫେଲୋସିପ୍‌ର ସମ୍ପାଦକ ଫାରୁକ୍ ଭାଇ ଶ୍ରୀଯୁକ୍ତ ପରିଡାଙ୍କ ଫେଲୋସିପ୍ ପ୍ରତି ରହିଥିବା ଭଲ ପାଇବା ଅବସର ପରେ ମଧ୍ୟ ଜାରି ରହିବ ବୋଲି ଆଶାବ୍ୟକ୍ତ କରିଥିଲେ । ସମ୍ବର୍ଦ୍ଧନାର ପ୍ରତ୍ୟୁତ୍ତରରେ ଶ୍ରୀଯୁକ୍ତ ପରିଡା ଭଦ୍ରକବାସୀଙ୍କ ଭଲପାଇବା, ଫେଲୋସିପ୍ ସହିତ ସମ୍ପର୍କ ତାଙ୍କ ପାଇଁ ଅଭୁଲା ହୋଇ ରହିବ । ଫେଲୋସିପ୍ ପକ୍ଷରୁ ବିଭିନ୍ନ ସମୟରେ କର୍ମଶାଳା ଆୟୋଜନ କରି ଅନ୍ୟମାନଙ୍କ ଦିଗ୍‌ଦର୍ଶନ ଦେବାରେ ସେ ପୂର୍ଣ୍ଣ ସହଯୋଗ ରଖିବେ ବୋଲି ପ୍ରତିାୃତି ଦେଇଥିଲେ । ଶେଷରେ ଅଧ୍ୟକ୍ଷ ଶ୍ରୀ ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.