Home ଜିଲ୍ଲା ପରିକ୍ରମା ଅଟକ ୫ ଓଡ଼ିଆ ଶ୍ରମିକ ଉଦ୍ଧାର

ଅଟକ ୫ ଓଡ଼ିଆ ଶ୍ରମିକ ଉଦ୍ଧାର

78

ପୁରୀ, ୧୩ା୯ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ଜିଲ୍ଲାପ୍ରଶାସନ ଓ ଜିଲ୍ଲା ଆଇନ୍‌ସେବା ପ୍ରାଧିକରଣର ମିଳିତ ଉଦ୍ୟମ କ୍ରମେ ତାମିଲନାଡ଼ୁରୁ ପାଞ୍ଚଜଣ ଓଡ଼ିଆ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ଉଦ୍ଧାର ଶ୍ରମିକମାନେ ବ୍ରହ୍ମଗିର ବ୍ଳକ ଅନ୍ତଗ୍ରତ ଖଣ୍ଡିଘରଗ୍ରାମର ରଜତ ନାୟକ, ସୁକାନ୍ତ ନାୟକ, ବଳରାମ ସ୍ୱାଇଁ, ସୁବ୍ରତ ନାୟକ ଓ ପ୍ରଭାତ ପ୍ରଧାନ ବୋଲି ଜଣାଯାଇଛି। ସମ୍ପୃକ୍ତ ଶ୍ରମିକମାନଙ୍କୁ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇ ନିଜ ନିଜ ଘରକୁ ପଠାଇଦିଆଯାଇଛି। ବ୍ରହ୍ମଗିରି ଅଞ୍ଚଳର ୧୩ ଶ୍ରମିକ ତାମିଲନାଡ଼ୁର ଏକ ଔଷଧ କମ୍ପାନିରେ କାମ କରିବାକୁ ଯାଇଥିଲେ। ସେଠାରେ କାମ ନମିଳିବାରୁ ୮ଜଣ ଫେରିଆସିଥିଲେ। ତେବେ ସେମାନଙ୍କୁ କାମଯୋଇଦେବାର ପ୍ରତିଶ୍ରୁତି ଦେଇ ନେଇଥିବା ଠିକାଦର ଔଷଧ କମ୍ପାନୀ ପରିବର୍ତ୍ତେତାମିଲନାଡ଼ୁ ତିରିଭାଲୁର ଜିଲ୍ଲାର ନେଲକାଷ୍ଟ ନାମକ ଏକ ଓଲ୍ଡିସଂସ୍ଥାରେ କାମ କରିବାକୁ ବାଧ୍ୟ କରିଥିଲା। ଶ୍ରମିକମାନେ ବିରୋଧ କରିବାରୁ ସେମାନଙ୍କୁ ଗୋଟିଏ କୋଠରୀରେ ଅଟକ ରଖିବା ସହିତ ଦୁଇ ଦିନ ପର୍ଯ୍ୟନ୍ତ କିଛି ଖାଇବାକୁ ଦେଇନଥିଲେ। ଶ୍ରମିକମାନଙ୍କ ପରିବାର ସଦସ୍ୟ ଏହା ଜଣିବାପରେ ସେମାନେ ଜିଲା ଆଇନ୍‌ସେବା ପ୍ରଧିକରଣଙ୍କ ସହିତ ଯୋଗାଯୋଗ କରିଥିଲେ। ଜିଲ୍ଲାଆଇନ୍ ସେବା ପ୍ରଧିକରଣ ପକ୍ଷରୁ ସମ୍ପୃକ୍ତ ଜିଲ୍ଲାଆଇନ୍ ସେବାପ୍ରଧିକରଣ ସହ ଯୋଗାଯୋଗ କରାଯାଇଥିଲା। ପୁରୀ ଜିଲ୍ଲାପାଳ ତୁରନ୍ତ ତିରୁଭାଲୁର ଜିଲ୍ଲାପାଳଙ୍କ ସହିତ ଆଲୋଚନା କରିଥିଲେ। ଉଭୟ ଜିଲ୍ଲାପ୍ରଶାସନ ମଧ୍ୟରେ ଯୋଗଯୋଗ ପରେ ଆଇନ୍‌ସେବା ପ୍ରାଧିରଣ, ସ୍ଥାନୀୟ ପୁଲିସ ଏବଂ ଶ୍ରମ ବିଭାଗର ମିଳିତ ଉଦ୍ୟମରେ ସମ୍ପୃକ୍ତ ଶ୍ରମିକମାନଙ୍କୁ ସେଠାରୁ ଉଦ୍ଧାର କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.