Home ଓଡ଼ିଶା ଅଜଣା ରୋଗ ପୋକ ଯୋଗୁଁ ଫସଲ ନଷ୍ଟ ନେଇ ଚିନ୍ତାରେ ଚାଷୀ

ଅଜଣା ରୋଗ ପୋକ ଯୋଗୁଁ ଫସଲ ନଷ୍ଟ ନେଇ ଚିନ୍ତାରେ ଚାଷୀ

62

ବଲାଙ୍ଗୀର, ୧୫-୦୯ (ଓଡ଼ିଆ ପୁଅ) : ବଲାଙ୍ଗୀର ଜିଲ୍ଲାର ସଇଁତଲା ବ୍ଲକ ଅଞ୍ଚଳରେ ଚଳିତ ବର୍ଷ କେତେକ ସ୍ଥାନରେ ଭଲ ବର୍ଷା ହୋଇ ଥିବାବେଳେ ଭଲ ଅମଳ ହେବ ବୋଲି ଚାଷୀ ଆଶା ରଖିଥିଲା। ହେଲେ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକର ୨୨ଟି ପଞ୍ଚାୟତରେ ଅଜଣା ରୋଗ ପୋକ ଯୋଗୁଁ ଚିନ୍ତାରେ ଭାଙ୍ଗି ପଡିଛି ଚାଷୀ। ଅନ୍ୟପଟେ କୃଷି ବିଭାଗର ଏଥିପ୍ରତି ଦୃଷ୍ଟି ନଥିବା ଯୋଗୁଁ ତାହାକୁ ନେଇ ସାଧାରଣରେ ଆଲୋଚନା ହେଉଛି। ଚାଷୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ପ୍ରକାଶ ଥାଉକି, ଚଳିତ ବର୍ଷ ସଇଁନ୍ତଲା ବ୍ଲକରେ ସାର କଳାବଜାରୀ ହେଉଥିବା ବେଳେ ତଦନ୍ତ ବଦଳେ ବିଭାଗୀୟ ଅଧିକାରୀଙ୍କ ମଧୂଚନ୍ଦ୍ରିକା ଯୋଗୁଁ ଚାଷୀ ଚଢା ଦରରେ ସାର କିଣିବାକୁ ପଡୁଥିବା ଅଭିଯୋଗ ହୋଇଛି। ତେବେ ଘୁନସର ଗ୍ରାମରେ ଅନେକ ଚାଷୀଙ୍କ ଧାନ ପତ୍ର ଗୁଡ଼ିକ ଲାଲ ପଡି ଯାଉଥିବା ବେଳେ ଚିନ୍ତାରେ ମେରୁଦଣ୍ଡ ଭାଙ୍ଗି ଯାଇଛି ଚାଷୀଙ୍କ। ତେବେ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ନେବାକୁ ଚାଷୀ ମହଲରେ ଦାବି ପ୍ରକାଶ ପାଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.