Home କେନ୍ଦୁଝର ଅଜଣା ରୋଗରେ ଧାନଫସଲ ନଷ୍ଟ, ଚିନ୍ତାରେ ଚାଷୀକୁଳ

ଅଜଣା ରୋଗରେ ଧାନଫସଲ ନଷ୍ଟ, ଚିନ୍ତାରେ ଚାଷୀକୁଳ

263

ହାଟଡିହି ୧୪ । ୯ :(ଓଡିଆପୁଅ/ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ଅଞ୍ଚଳରେ ଅଜଣା ରୋଗ ଯୋଗୁଁ ଧାନଫସଲ ସବୁ ନଷ୍ଟ ହୋଇଯାଉଛି । ଚଳିତବର୍ଷ ଉପଯୁକ୍ତ ପାଣିପାଗ ଯୋଗୁଁ ଭଲ ଫସଲ ହୋଇଥିବାବେଳେ ଲଘୁଚାପ ବର୍ଷା ପରେପରେ ଏବେ କିଛିଦିନ ହେଲା ରୋଗପୋକ ଯୋଗୁଁ ଧାନଫସଲ ସମ୍ପୁର୍ଣ୍ଣ ନଷ୍ଟ ହେବାକୁ ବସିଛି । ଏହି ଅଜଣା ରୋଗଯୋଗୁଁ ଧାନଗଛ ଗୁଡିକ ହଳଦିଆ ପଡିଯାଇ ଗଛ ଗୁଡିକ ଶୁଖି ନଷ୍ଟ ହୋଇଯାଉଛି । ଯେତେ ପ୍ରକାର କୀଟନାଶକ ବ୍ୟବହାର କଲେ ମଧ୍ୟ କୌଣସି ସୁଫଳ ମିଳିପାରୁନି । ବିଶେଷକରି ଓରାଳି, ଶାସଙ୍ଗ, ହାଟହିହି, ମରୈଗାଁ, ବଞ୍ଚୋ, ପଞ୍ଚୁଗୋଛିଆ, ଆମ୍ବୋ, ସୁଲଣ, ଅକରୁଆ, ପନ୍ଦାଡୋ, ସଢ଼ା, ସୋସୋ ଆଦି ପଞ୍ଚାୟତରେ ଏପରି ରୋଗପୋକ ଲାଗିଥିବାରୁ ଚାଷୀମାନେ ମୁଣ୍ଡରେ ହାତଦେଇ ବସିଛନ୍ତି । ଏନେଇ ଓରାଳି ପଞ୍ଚାୟତର ଚାଷୀ ସୁଧାଶୁଂ ଦକ୍ଷିଣରାୟ କୃଷି ବିଭାଗକୁ ଅବଗତ କରାଇବାପରେ କୃଷି ବିଭାଗର ଅଧିକାରୀ ଓ କିଛି କର୍ମଚାରୀ ଓରାଳି ଚାଷଜମି ଗୁଡିକ ପରିଦର୍ଶନ କରି ଆବଶ୍ୟକ କୀଟନାଶକ ବ୍ୟବହାର ପାଇଁ ଚାଷୀମାନଙ୍କୁ ପରାମର୍ଶ ଦେବାପରେ ଚାଷୀମାନେ ହଜାର ହଜାର ଟଙ୍କା ଖର୍ଚ୍ଚକରି କୀଟନାଶକ ସିଞ୍ଚନ କରିଥିଲେବି କୌଣସି ସଫଳତା ମିଳି ନଥିଲା । ଏହାକୁ ନେଇ ଚାଷୀ ମାନେ ମୁଣ୍ଡରେ ହାତଦେଇ ବସିଥିବାବେଳେ କୃଷି ବିଭାଗ ପକ୍ଷରୁ ତୁରନ୍ତ ଏକ ବିଶେଷଜ୍ଞ ଦଳ ପଠାଯାଇ ରୋଗନିରାକରଣ ପାଇଁ ବ୍ୟବସ୍ଥା କରିବାକୁ ଓରାଳି ଗ୍ରାମର ଚାଷୀ ଆନନ୍ଦ ନାୟକ, ରଘୁନାଥ ଦଳେଇ, ଗୋଲଖ ଜେନା, ଭିକାରୀ ରାଉତ, ସିତାଶୁଂ କୁମାର ଦକ୍ଷିଣରାୟ, ଅରୁଣ କୁମାର ପ୍ରଧାନ, ରମେଶ ନାୟକ, ମାଧବ ଜେନା, ଫକିର ରାଉତ, ଶାସଙ୍ଗ ଗ୍ରାମର ପ୍ରାଣବଲ୍ଲବ ବିଶ୍ୱାଳ, ନିରଞ୍ଜନ ବିଶ୍ୱାଳ, ସଞ୍ଜିବ କୁମାର ସ୍ୱାଇଁ, ବୈକୁଣ୍ଠ ପାଢ଼ୀ, ଅଭୟ କୁମାର ବିଶ୍ୱାଳ ପ୍ରମୁଖ ଚାଷୀମାନେ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.