Home ଜିଲ୍ଲା ପରିକ୍ରମା ଅଙ୍ଗନୱାଡି କେନ୍ଦ୍ରର ଜାଲିଆତି ନେଇ ଗ୍ରାମବାସୀଙ୍କ ଆମରଣ ଅନଶନ

ଅଙ୍ଗନୱାଡି କେନ୍ଦ୍ରର ଜାଲିଆତି ନେଇ ଗ୍ରାମବାସୀଙ୍କ ଆମରଣ ଅନଶନ

44

ଭଦ୍ରକ, ୨୮ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ବାସୁଦେବପୁର ପଞ୍ଚାୟତ ସମିତି ଅଧୀନସ୍ଥ ଆନ୍ଦୋଳା ଗ୍ରାମପଞ୍ଚାୟତର ଗୋପାଳପୁର ରାଜସ୍ୱ ଗ୍ରାମରେ ଥିବା ଦୁଇଗୋଟି ଅଙ୍ଗନୱାଡି କେନ୍ଦ୍ରର ନାମକୁ ଜାଲିଆତି କରାଇବା ବିରୁଦ୍ଧରେ ଆଜି ସ୍ଥାନୀୟ ଗ୍ରାମବାସୀ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ କରିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଏହି ଅଙ୍ଗନୱାଡି କେନ୍ଦ୍ର ଗୁଡିକର ସଠିକ୍ ଅବସ୍ଥାନରେ ଜାଲିଆତି ନଥିପତ୍ର ପ୍ରସ୍ତୁତି ଏବଂ ପ୍ରାରମ୍ଭରୁ ଗୋପାଳପୁର ଅଙ୍ଗନୱାଡି କେନ୍ଦ୍ର ଯାହା ଏବେ ଗୋପାଳପୁର ଜେନାସାହି ଅଙ୍ଗନୱାଡି କେନ୍ଦ୍ର ହୋଇଛି, ଏହାର କର୍ମୀ ମିନତୀ ମିଶ୍ର ଓ ବାସୁଦେବପୁର ସିଡିପିଓଙ୍କ ମିଳିତ ମଧୁଚନ୍ଦ୍ରିକାରେ ସମସ୍ତ କାଗଜପତ୍ରର ଜାଲିଆତି ହୋଇଥିବାବେଳେ ଏ ସଂପର୍କରେ ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ ସାମ୍ବିଧାନିକ ମୌଳିକ ଅଧିକାର ଧାରା ୨୧ ର ଉଲ୍ଲଂଘନ ହେବା ନେଇ ଗ୍ରାମବାସୀମାନେ ସମସ୍ୟାର ସମାଧାନ ନହେଲେ ଆମରଣ ଅନଶନ କରିବେ ବୋଲି ଚେତାବନୀ ଦେଇଥିଲେ। ସେମାନଙ୍କ ଦାବି ମୂଳେ ଗତ ୨୦୦୨ ମସିହାରେ ଗୋପାଳପୁର ରାଜସ୍ୱ ଗ୍ରାମରେ ଗୋପାଳପୁର ଅଙ୍ଗନୱାଡି କେନ୍ଦ୍ର ଯାହା ବର୍ତ୍ତମାନ ଗୋପାଳପୁର ଜେନାସାହି ହୋଇଛି, ତାହାର ପୂର୍ଣ୍ଣାଙ୍ଗ ରୂପରେଖ ପାଇଁ ଗ୍ରାମବାସୀମାନେ ଦାବି କରିଛନ୍ତି।

ଏଥିପୂର୍ବରୁ ଏହି ଅଙ୍ଗନୱାଡି କେନ୍ଦ୍ରର କର୍ମୀ ମିନତୀ ମିଶ୍ରଙ୍କ ସର୍ଭେ ରିପୋର୍ଟରୁ ଗୋପାଳପୁର ଗ୍ରାମର ନୂତନ ଅତିରିକ୍ତ ଠାକୁରାଣୀ ସାହି ଅଙ୍ଗନୱାଡି କେନ୍ଦ୍ର କର୍ମୀର ପରିଚୟ, ସଂପାଦନ ଓ ସରକାରୀ ସହାୟତାରେ ଆସୁଥିବା ସମସ୍ତ କାର୍ଯ୍ୟକ୍ରମକୁ ବାତିଲ କରିବା ଦାବି କରିଛନ୍ତି। ଶ୍ରୀମତୀ ମିଶ୍ର ଏହି କେନ୍ଦ୍ରକୁ ବିଭିନ୍ନ ପ୍ରକାର ନାମ ଦେବା, ଗ୍ରାମବାସୀଙ୍କ ସୂଚନା ଅଧିକାର ଆଇନ୍ ମୂଳେ ତଥ୍ୟ ସଂଗ୍ରହରେ ଭୁଲ୍ ତଥ୍ୟ ଦେବା ଓ କେନ୍ଦ୍ରର ରୂପରେଖ ବଦଳାଇଥିବାରୁ ତାଙ୍କୁ ବହିଷ୍କାର କରିବା ନେଇ ପଦକ୍ଷେପ ଗ୍ରହଣ କରିବାକୁ ଗ୍ରାମବାସୀଙ୍କ ମଧ୍ୟରେ କୃଷ୍ଣଚନ୍ଦ୍ର ଦାସ, ମହେନ୍ଦ୍ର ନାୟକ, ରତିକାନ୍ତ ଜେନା, ବନମାଳୀ ଦାସ, ରଙ୍ଗଲତା ନାୟକ, ଶୀତୋୟା ବେହେରା ପ୍ରମୁଖ ଅଡି ବସିଥିଲେ। ଏଥିସହ ଗୋପାଳପୁର ଗ୍ରାମର ନୂତନ ଅତିରିକ୍ତ ଠାକୁରାଣୀ ସାହି ଅଙ୍ଗନୱାଡି କେନ୍ଦ୍ରର କର୍ମୀ ଓ ସହାୟିକା ପଦବୀ ଯଥାଶୀଘ୍ର ପୂରଣ କରାଯିବା ଏବଂ ଉପରୋକ୍ତ ଜାଲିଆତି ଘଟଣାରେ ଶ୍ରୀମତୀ ମିଶ୍ର ଓ ବାସୁଦେବପୁର ସିଡିପିଓଙ୍କ ଚକ୍ରାନ୍ତରେ ନୂଆକରି ନାମକରଣ କରାଯାଇଥିବା ଗୋପାଳପୁର ଓ ଗୋପାଳପୁର-୨ କେନ୍ଦ୍ର ନାମକୁ ସଂଶୋଧନ କରି ଗୋପାଳପୁର ଜେନାସାହି ଅଙ୍ଗନୱାଡି କେନ୍ଦ୍ର ଓ ନୂତନ ଅତିରିକ୍ତ ଠାକୁରାଣୀ ସାହି ଅଙ୍ଗନୱାଡି କେନ୍ଦ୍ରର ନାମକରଣ ପ୍ରଶାସନ ଦ୍ୱାରା ଘୋଷଣା କରାଯିବା ପାଇଁ ଦାବି କରିଥିଲେ। ତେବେ ଉପଜିଲ୍ଲାପାଳ ଧାରଣାସ୍ଥଳରେ ପହଞ୍ôଚ ଆସନ୍ତା ଗୁରୁବାର ଦିନ ଜିଲା ସମାଜ ମଙ୍ଗଳ ଅଧିକାରୀଙ୍କ ସହ ବାସୁଦେବପୁରରେ ପହଞ୍ôଚ ତଦନ୍ତ କରି ଉପଯୁକ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଏହି ଗଣଧାରଣା ପ୍ରତ୍ୟାହୃତ ହୋଇଥିବାର ଜଣାପଡିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.