Home ଜିଲ୍ଲା ପରିକ୍ରମା ଅଗ୍ନି ବିପନ୍ନଙ୍କୁ ଭେଟିଲେ ବିଧାୟକ ସଂଜୀବ ମଲ୍ଲିକ

ଅଗ୍ନି ବିପନ୍ନଙ୍କୁ ଭେଟିଲେ ବିଧାୟକ ସଂଜୀବ ମଲ୍ଲିକ

12

ଭଦ୍ରକ, ୬ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀର ବନ୍ତ ବ୍ଲକ୍ ଅନ୍ତର୍ଗତ ଆଗରପଡା ସ୍ଥିତ (ବି.ଟି ପୁର) ଗ୍ରାମ ପଂଚାୟତ ରାଉତରାୟ ପୁର ଗ୍ରାମରେ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ଉକ୍ତ ଗ୍ରାମର ବାସିନ୍ଦା ବିନୋଦ ସାହୁଙ୍କ ବାସଭବନ ସଂପୂର୍ଣ୍ଣ ପୋଡି ପାଉଁଶ ହୋଇଯାଇଛି। ଏହି ଘଟଣାର ଖବର ପାଇ ଭଣ୍ଡାରିପୋଖରୀ ବିଧାୟକ ସଂଜୀବ୍ କୁମାର ମଲ୍ଲିକ ଘଟଣାସ୍ଥଳରେ ଉପସ୍ଥିତ କ୍ଷତିଗ୍ରସ୍ତ ପରିବାରକୁ ଭେଟିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଭଦ୍ରକ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଯେନା ଙ୍କ ସମେତ ବନ୍ତ ବ୍ଲକ୍ ଅଧ୍ୟକ୍ଷ ମନୋରଞ୍ଜନ ଘଡେଇ ଓ ସ୍ଥାନୀୟ ଅଂଚଳର ନେତୃମଣ୍ଡଳୀ ଓ ଗ୍ରାମବାସୀ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.