ଭଦ୍ରକ, ୧୫ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଷ୍ଣୁପୁର ବିନ୍ଧା ଗ୍ରାମ ପଂଚାୟତ ପୋଡ଼ପୋଡ଼ା ଗ୍ରାମରେ ଟିପୁ ମୁଣ୍ଡା ଙ୍କ ଘରପୋଡି ଯାଇଛି । ଖବର ପାଇ ବିଜୁ ଜନତା ଦଳର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ପୀଡ଼ିତ ପରିବାର ବର୍ଗଙ୍କୁ ଭେଟି ସମବେଦନା ଜଣାଇବା ସହ ବ୍ୟକ୍ତିଗତ ସହାୟତା ପ୍ରଦାନ ପୂର୍ବକ ସମସ୍ତ ପ୍ରକାର ସରକାରୀ ସହାୟତା ଯୋଗେଇ ଦେବାକୁ ତହସିଲଦାର ଓ ଜିଲ୍ଲା ପ୍ରଶାସନଙ୍କ ସହିତ ଆଲୋଚନା କରିଛନ୍ତି । ବିଜୁ ଜନତା ଦଳର ଭଦ୍ରକ ବ୍ଲକ ପୂର୍ବତନ ସଭାପତି ପ୍ରଫୁଲ୍ଲ ନାୟକ, ସ୍ଥାନୀୟ ସରପଂଚଙ୍କ ପ୍ରତିନିଧି ସୁରେନ୍ଦ୍ର ପୃଷ୍ଟି, ସ୍ଥାନୀୟ ସମିତି ସଭ୍ୟ ବଟକୃଷ୍ଣ ଜେନା, ଅର୍ଣ୍ଣପାଳ ଗ୍ରାମ ପଂଚାୟତ ର ପୂର୍ବତନ ସରପଂଚ ପ୍ରତାପ ମହାନ୍ତି, ଯୁବନେତା ଦେବାଶିଷ ଭାରତୀଙ୍କ ସମେତ ସ୍ଥାନୀୟ ନେତୃବୃନ୍ଦ ଉପସ୍ଥିତ ଥିଲେ ।
Home ଜିଲ୍ଲା ପରିକ୍ରମା ଅଗ୍ନିବିପନ୍ନଙ୍କୁ ଭେଟି ସରକାରୀ ସହାୟତା ଯୋଗାଇଦେବାକୁ ପ୍ରଶାସନ ସହ ଆଲୋଚନା କଲେ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ...