Home ଜିଲ୍ଲା ପରିକ୍ରମା ଅଗ୍ନିପଥ ଯୋଜନା ବାତିଲ କରିବା ଦାବିରେ ଏସ୍‌ଏଫ୍‌ଆଇ ଓ ଡିୱାଇଏଫ୍‌ଆଇ ପକ୍ଷରୁ ଶୋଭାଯାତ୍ରା ଓ ବିକ୍ଷୋଭ

ଅଗ୍ନିପଥ ଯୋଜନା ବାତିଲ କରିବା ଦାବିରେ ଏସ୍‌ଏଫ୍‌ଆଇ ଓ ଡିୱାଇଏଫ୍‌ଆଇ ପକ୍ଷରୁ ଶୋଭାଯାତ୍ରା ଓ ବିକ୍ଷୋଭ

38

ଭଦ୍ରକ, ୨୯ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆମ ଦେଶର ପ୍ରଧାନମନ୍ତ୍ରୀ ୭୨ ବର୍ଷ ବୟସରେ ଦେଶର ପ୍ରଧାନ ଦେଶ ସେବକ ଭାବେ କାର୍ଯ୍ୟ କରୁଥିବାବେଳେ ଦେଶର ଯବାନ ମାନଙ୍କୁ ୨୫ ବର୍ଷରୁ ସେନାବାହିନୀରୁ ବିଦା କରିବାକୁ ଉଭୟ ଛାତ୍ର ଯୁବ ସଂଘ ଦୃଢ ନିନ୍ଦା କରିଛନ୍ତି। ଆମ ଦେଶର ସ୍ଥଳସେନା, ନୌସେନା ଓ ବାୟୁସେନାର ମୁଖ୍ୟମାନେ ଇସ୍ତଫା ଦେଇ ସେମାନଙ୍କ କନିଷ୍ଠ କମାଣ୍ଡରମାନଙ୍କୁ ଦେଶ ସେବାର ସୁଯୋଗ ଦେବାକୁ ଆମ ଦେଶର ଦକ୍ଷ ସାମ୍ବାଦିକମାନେ ଯେତେବେଳେ ପ୍ରଶ୍ନ କରୁଛନ୍ତି ସେତେବେଳେ ଏହି ସେନାମୁଖ୍ୟ ମାନେ ନରିବ। ଅଗ୍ନିପଥ ଯୋଜନାକୁ ସମର୍ଥନ କରୁଥିବା ସେନାମୁଖ୍ୟ ମାନଙ୍କୁ ସେମାନଙ୍କ ୪ ବର୍ଷ ର ଦରମା ରଖି ଆଉ ସମସ୍ତ ଦରମା ଅର୍ଥ ସରକାରଙ୍କୁ ଫେରାଇ ଦେବାକୁ ସେମାନଙ୍କୁ ଯେତେବେଳେ ପ୍ରଶ୍ନ କରାଯାଉଛି, ସେମାନେ ନିରବ। ଆମ ଦେଶର ସମସ୍ତ ଯୁବ ଛାତ୍ର ଓ ଜନବାଦୀ ଆନ୍ଦୋଳନକୁ ବେଖାତିର କରି ମୋଦି ସରକାର ଠିକା ସୈନିକ ନିଯୁକ୍ତି ନିମନ୍ତେ ଯେପରି ବ୍ୟଗ୍ର ହୋଇଛନ୍ତି, ତାକୁ ସମସ୍ତ ବାମପନ୍ଥୀ ଯୁବ ଛାତ୍ର ସଂଗଠନ ପକ୍ଷରୁ ଦେଶବ୍ୟାପୀ ଆଜି ପ୍ରତିବାଦ ଓ ପ୍ରତିରୋଧ ଆନ୍ଦୋଳନ ସଂଗଠିତ କରାଯାଇଛି।

ଏହି ପରିପ୍ରେକ୍ଷୀରେ ଭଦ୍ରକରେ ଏସ୍‌ଏଫ୍‌ଆଇ ଓ ଡିୱାଇଏଫ୍‌ଆଇ ପକ୍ଷରୁ ମିଳିତ ଭାବେ ଏକ ଶୋଭାଯାତ୍ରା ଏସ୍‌ଏଫ୍‌ଆଇ ଜିଲା କାର୍ଯ୍ୟାଳୟ ଠାରୁ ବାହାରି ସହର ପରିକ୍ରମା କରି ଭଦ୍ରକ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ଓ ପ୍ରତିବାଦ ସଭା କରାଯାଇଥିଲା। ଏହି ପ୍ରତିବାଦ ସଭାରେ ସୈନିକମାନଙ୍କୁ ପୂର୍ବପରି ନିୟମିତ ନିଯୁକ୍ତି ଦେବା, ସୈନିକ ମାନଙ୍କୁ ପେନସନ, ଜୀବନ ବୀମା, ସ୍ୱାସ୍ଥ୍ୟ ବୀମା, ପ୍ରଭିଡେଣ୍ଟ ଆଦିର ଗ୍ୟାରେଣ୍ଟି କରାଯିବା, ସେନାବାହିନୀରେ ଠିକା ନିଯୁକ୍ତି ବାତିଲ କରିବା, ଆମ ଦେଶର ସାର୍ବଭୌମତ୍ୱର ସୁରକ୍ଷା କରିବା ଆଦି ଦାବି କରାଯାଇଥିଲା। ଏହି ବିକ୍ଷୋଭ ଓ ପ୍ରତିବାଦ ସଭାରେ ଯୁବ ନେତା ଉଜ୍ଜ୍ୱଳ ଜେନା ସଭାପତିତ୍ୱ କରିଥିବାବେଳେ ଏଫଏଫ୍‌ଆଇ ରାଜ୍ୟ ସାଙ୍ଗଠନିକ କମିଟି ସଭ୍ୟ ବିକାଶ ନାଥ, ଏସ୍‌ଏଫ୍‌ଆଇ ଜିଲା ସଭାପତି ଷ୍ଟାଲିନ ଟିଟନ ଲେଙ୍କା, ଚରମ୍ପା ମହାବିଦ୍ୟାଳୟ ଛାତ୍ର ନେତା ସାମ୍ୟବାଦୀ ସାହୁ, ଆଦର୍ଶ ସାହୁ, ଭଦ୍ରକ ମହାବିଦ୍ୟାଳୟ ଛାତ୍ରନେତା ଆକାଶ ରାଉତ, ଚନ୍ଦନ ଦାସ, ତିହିଡି ମହାବିଦ୍ୟାଳୟ ଛାତ୍ରନେତା ସାରଦା ସାହୁ, ଦେବାଶିଷ ରାଉତ, ବିରଞ୍ôଚ ନାରାୟଣ ମାଧାବାର୍ଜ୍ଜୁନ ମହାବିଦ୍ୟାଳୟ ଛାତ୍ରନେତା ଶିବାନନ୍ଦ ସାହୁ, ବେତାଳିଗାଁ ମହାବିଦ୍ୟାଳୟ ଛାତ୍ରନେତା ସମଲୁ ସାହାଜୀ, ଅକ୍ତର ସାହାଜୀ, ଡିୱାଇଏଫ୍‌ଆଇ ଜିଲା ସଭାପତି ବିନୋଦ ସାହୁ, ଯୁବ ନେତା ପ୍ରତାପ ସେଠୀ, ସିପିଆଇ (ଏମ୍‌ଲ) ଜିଲା ସଂପାଦକ ସୁଶାନ୍ତ ଜେନା ପ୍ରମୁଖ ଯୋଗଦେଇ ଆନ୍ଦୋଳନର ନେତୃତ୍ୱ ନେଇଥିଲେ। ଏହି ଅଗ୍ନିପଥ ଯୋଜନାକୁ ବାତିଲ କରାନଗଲେ ଆଗାମୀ ଦିନରେ ଭଦ୍ରକ ଜିଲାରେ ବହୁତ ଯୁବ ଛାତ୍ର ଆନ୍ଦୋଳନ ସଂଗଠିତ କରାଯିବ ବୋଲି ଛାତ୍ର ଯୁବ ନେତା ମାନେ ଚେତାବନୀ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.