Home ଅନୁଗୁଳ ଅଗ୍ନିପଥ ନିଯୁକ୍ତି ପ୍ରତିବାଦରେ ତାଳଚେର କଂଗ୍ରେସର ଶାନ୍ତିପୂର୍ଣ୍ଣ ସତ୍ୟାଗ୍ରହ

ଅଗ୍ନିପଥ ନିଯୁକ୍ତି ପ୍ରତିବାଦରେ ତାଳଚେର କଂଗ୍ରେସର ଶାନ୍ତିପୂର୍ଣ୍ଣ ସତ୍ୟାଗ୍ରହ

21

ତାଳଚେର, ୨୭/୬(ଓଡ଼ିଆ ପୁଅ/ଅଜିତ ବେହେରା): ଅଗ୍ନିପଥ ନିଯୁକ୍ତିକୁ ବିରୋଧ କରି କଂଗ୍ରେସ ପକ୍ଷରୁ ଆଜି ଶାନ୍ତିପୂର୍ଣ୍ଣ ସତ୍ୟାଗ୍ରହ ଓ ପ୍ରତିବାଦ ସଭା ତାଳଚେର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନୁଷ୍ଠିତ ହୋଇଯାଇଛି। ଅଗ୍ନିପଥ ନିଯୁକ୍ତି ନାମରେ ଦେଶର ଯୁବକମାନଙ୍କ ଭବିଷ୍ୟତକୁ ବିଜେପି ସରକାର ଅନ୍ଧକାର ଭିତରକୁ ଠେଲିଦେଉଛି ବୋଲି କଂଗ୍ରେସ୍ ନେତୃବୃନ୍ଦ କେନ୍ଦ୍ର ସରକାର ବିରୋଧରେ ଅଭିଯୋଗ କରିଛନ୍ତି। ମାତ୍ର ୪ ବର୍ଷ ଚାକିରୀ କାଳ ମଧ୍ୟରେ ଗୋଟିଏ ବର୍ଷ ତାଲିମ୍ ପରେ ଅବଶିଷ୍ଟ ୩ ବର୍ଷ ନିଯୁକ୍ତି ପରେ ସେମାନେ କଣ କରିବେ ବୋଲି କଂଗ୍ରେସ ଦଳ ପ୍ରଶ୍ନ କରିଛି। ଏହାଦ୍ୱାରା ଦେଶରେ ବେକାର ସଂଖ୍ୟା ବୃଦ୍ଧି ପାଇବା ସହିତ ଯୁବକ ଯୁବତୀମାନଙ୍କ ଭବିଷ୍ୟତ ଅନ୍ଧକାରମୟ ହୋଇଯିବ। ଏହାକୁ ତୁରନ୍ତ ବନ୍ଦ କରିବା ପାଇଁ ତାଳଚେର କଂଗ୍ରେସ୍ ଦାବି କରିଛି। ଏହି ପ୍ରତିବାଦ ସଭାରେ ବରିଷ୍ଠ କଂଗ୍ରେସ୍ ନେତା ତଥା ପୂର୍ବତନ ବ୍ଲକ ଅଧ୍ୟକ୍ଷ ଦିଗମ୍ବର ଗଡନାୟକ, ଜିଲ୍ଲା ଉପସଭାପତି ତଥା ପୂର୍ବତନ ନଗରପାଳ କେଶବ ଭୂତିଆ, ଅନୁଗୋଳ ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଦାସରଥି ସାହୁ, ପୂର୍ବତନ ବ୍ଲକ ସଭାପତି ହାଡିବନ୍ଧୁ ବିଶ୍ୱାଳ, କଣିହାଁ ବ୍ଲକର ପୂର୍ବତନ ସଭାପତି ଶିବରାମ ଦାସ, ଜିଲ୍ଲା ସେବାଦଳ ମୁଖ୍ୟ ସୌମ୍ୟ ସଞ୍ଜୀବ ମିଶ୍ର, ନଗର କଂଗ୍ରେସର କାର୍ଯ୍ୟକାରୀ ସଭାପତି ମହମ୍ମଦ ଜାବିର, ନଗର ଉପସଭାପତି ପ୍ରଫୁଲ ନାଏକ, ସେବାଦଳର ସଂଯୋଜକ ସଞ୍ଜୀବ ନାଏକ, ସନ୍ତୋଷ ମହାରଣା, କଣିହାଁ କୃଷକ ମୋର୍ଚ୍ଚା ସଭାପତି ଶ୍ରୀନିବାସ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.