Home ଜିଲ୍ଲା ପରିକ୍ରମା ଅଗ୍ନିକାଣ୍ଡରେ ଜଳିଗଲା ପାଳଗଦା

ଅଗ୍ନିକାଣ୍ଡରେ ଜଳିଗଲା ପାଳଗଦା

26

ଭଦ୍ରକ, ୯ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀର ବ୍ଲକର ଦକ୍ଷିଣବାଡ ପଞ୍ଚାୟତ କୁସୁମା ଗ୍ରାମର ନିରାମାକର ଦାସଙ୍କ ପାଳଗଦା ଓ ଦିବାକର ଦାସଙ୍କ ପାଳଗଦାରେ ଗତ ବୁଧବାର ଅପରାହ୍ନ ପ୍ରାୟ ୨.୩୦ମି. ସମୟରେ ଅଗ୍ନିସଂଯୋଗ ହୋଇ ଜଳିଯାଇଥିବା ଜଣାଯାଇଛି। ଖବର ପାଇ ଭଣ୍ଡାରିପୋଖରୀରୁ ଦମକଳ ଆସି ଅଗ୍ନିକୁ ଆୟତ୍ତ କରିଥିଲା। ସେତେବେଳକୁ ଉଭୟଙ୍କର ପାଳଗଦା ସଂପୂର୍ଣ୍ଣ ଜଳିପୋଡି ପାଉଁଶ ହୋଇସାରିଥିଲା। ଏପର୍ଯ୍ୟନ୍ତ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.