Home କେନ୍ଦ୍ରାପଡ଼ା ଅଖିଳ ଭାରତ କୃଷକ ସଭା ପକ୍ଷରୁ ଦାଳୁଅ ଧାନଚାଷ ପାଇଁ ଋଣ, ବୀହନ ଯୋଗାଇଦେବାକୁ ଅତିରିକ୍ତ...

ଅଖିଳ ଭାରତ କୃଷକ ସଭା ପକ୍ଷରୁ ଦାଳୁଅ ଧାନଚାଷ ପାଇଁ ଋଣ, ବୀହନ ଯୋଗାଇଦେବାକୁ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବିପତ୍ର

145

କେନ୍ଦ୍ରାପଡା ୧୪/୯(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ)- ଅଖିଳ ଭାରତ କୃଷକ ସଭା ଜିଲ୍ଲା କମିଟି ପକ୍ଷରୁ ଜିଲ୍ଲାପାଳଙ୍କ ଉଦେଶ୍ୟରେ ଦାଳୁଅ ଧାନଚାଷ ପାଇଁ ଋଣ, ବୀହନ ଯୋଗାଇ ଦେବାକୁ ସୋମବାର ଅତିରିକ୍ତ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଚଳିତବର୍ଷ ଜିଲ୍ଲାରେ ଲଘୁଚାପ ବର୍ଷା ମହାନଦୀ ଓ ବ୍ରାହ୍ମଣୀ ସିଷ୍ଟମରେ ବନ୍ୟା, ବେଣୀପୁର ଘାଇ ଦ୍ୱାରା ଜମିରେ ମାସାଧିକ କାଳ ପାଣି ଜମି ରହିବା ଫଳରେ ଧାନ ପଚିଯାଇଛି। ଡେରାବିଶି ବ୍ଲକର ସେକ ପାଟଣା, ବଡମଙ୍ଗରାଜପୁର, ବାଲିପାଟଣା, ନୂଆଗାଁ ସମେତ ଜିଲ୍ଲାର ଅନ୍ୟ ଅଂଚଳରେ ଟାଇଚୁନ ଚାଷ ପାଇଁ ବୀହନ, ସାର, ଔଷଧ ସହିତ ଚାଷୀମାନଙ୍କୁ ଋଣ ଯୋଗାଇ ଦେବାକୁ ଅଖିଳ ଭାରତ କୃଷକ ସଭା ଜିଲ୍ଲା କମିଟି ପକ୍ଷରୁ ଜିଲ୍ଲାପାଳଙ୍କ ନିକଟରେ ଦାବି କରାଯାଇଛି। ରମଣୀରଞ୍ଜନ ରାଉତରାୟଙ୍କ ନେତୃତ୍ୱରେ ଅନିରୁଦ୍ଧ ବେହେରା, ଦୁର୍ଗାପ୍ରସାଦ ବେହେରା, ଗୁରୁଚରଣ ବେହେରା, ଚିନ୍ମୟ ବେହେରା, ଅଜୟ କୁମାର ପରିଡା, ସୁରେଶ ମଳିକ, ଟିଟୁ ମଳିକ, ବସନ୍ତ ପରିଡା, ବୈରାଗୀ ମଳିକ, ନୃସିଂହ ମଳିକ, ଅଜୟ ମଳିକ ପ୍ରମୁଖ ଦାବିପତ୍ର ପ୍ରଦାନ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.