Home Coronavirus Outbreak ଅକ୍ସିଜେନ୍‌ ଓ ଔଷଧର ଉତ୍ତମ ବିତରଣ ନେଇ ଟାସ୍କ ଫୋର୍ସ ଗଠନ କଲେ ସୁପ୍ରିମ୍‌କୋର୍ଟ

ଅକ୍ସିଜେନ୍‌ ଓ ଔଷଧର ଉତ୍ତମ ବିତରଣ ନେଇ ଟାସ୍କ ଫୋର୍ସ ଗଠନ କଲେ ସୁପ୍ରିମ୍‌କୋର୍ଟ

32

ନୂଆ ଦିଲ୍ଲୀ ୮-୫ (ଓଡ଼ିଆ ପୁଅ) ଦେଶରେ ମହାମାରୀ କରୋନା ମହାମାରୀ ଉତ୍କଟ ରୂପ ଧାରଣ କରିଛି। ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ସଂକ୍ରମଣ ଭିତରେ ଅକ୍ସିଜେନ ସଙ୍କଟ ମଧ୍ୟ ସାମ୍ନାକୁ ଆସିଛି। ଏହି ସଙ୍କଟକୁ ଦୂର କରିବା ପାଇଁ ବାରମ୍ବାର କେନ୍ଦ୍ରକୁ ତାଗିଦ କରୁଥିବା ସୁପ୍ରିମକୋର୍ଟ ବଡ଼ ପଦକ୍ଷେପ ନେଇଛନ୍ତି। ଦେଶର ଅଧିକାଂଶ ଅମ୍ଲଜାନ ଓ ଜରୁରୀ ଔଷଧ ଅଭାବ ଦେଖା ଦେଇଛି। ଏହା ଉପରେ ଲଗାତାର ଧ୍ୟାନ ରଖିଛନ୍ତି ସୁପ୍ରିମକୋର୍ଟ।

ସାରା ଦେଶରେ ଅକ୍ସିଜେନ ଯୋଗାଣ, ଆବଶ୍ୟକ ଓ ଆକଳନ ଉପରେ ନଜର ରଖିବା ପାଇଁ ସୁପ୍ରିମକୋର୍ଟ ଜାତୀୟ ଟାସ୍କଫୋର୍ସ ଗଠନ କରିଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟ ଶନିବାର ରାଜ୍ୟ ଗୁଡ଼ିକୁ ଅକ୍ସିଜେନ୍ ଏବଂ ଜରୁରୀ ଔଷଧ ନେଇ ଆବଣ୍ଟନ ପାଇଁ ୧୨ ଜଣିଆ ଜାତୀୟ ଟାସ୍କ ଫୋର୍ସ ଗଠନ କରିଛନ୍ତି। ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ବସିଥିବା ଖଣ୍ଡପୀଠ ଏହି ନିଷ୍ପତ୍ତି ନେଇଛନ୍ତି।

ଏହି ଟାସ୍କଫୋର୍ସରେ ୧୨ ଜଣ ସଦସ୍ୟ ରହିବେ। ଏହି ସଦସ୍ୟମାନେ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଉପରେ ନଜର ରଖିବେ।

କେବଳ ଅକ୍ସିଜେନ ବଣ୍ଟନ ନୁହେଁ, ଜରୁରୀ ଔଷଧ ବିତରଣ ଉପରେ ମଧ୍ୟ ଏମାନଙ୍କର ନଜର ରହିବ। କରୋନା ମହାମାରୀ ବେଳେ ଲୋକଙ୍କୁ ଆବଶ୍ୟକ ଏକ୍ସିଜେନ ଓ ଔଷଧ ଯୋଗାଇ ଦେବାକୁ ସୁପ୍ରିମକୋର୍ଟ ଏହି ଟାସ୍କଫୋର୍ସ ଗଠନ କରିଛନ୍ତି।

ଏହି ଟାସ୍କ ଫୋର୍ସରେ

୧) ଡକ୍ଟର ଭବତୋଷ ବିଶ୍ୱାସ, ପୂର୍ବତନ କୁଳପତି, ପଶ୍ଚିମବଙ୍ଗ ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ

୨) ଡକ୍ଟର ଦେବେନ୍ଦ୍ର ସିଂହ ରାଣା, ଅଧ୍ୟକ୍ଷ, ବୋର୍ଡ ଅଫ୍ ମ୍ୟାନେଜମେଣ୍ଟ, ସାର ଗଙ୍ଗାରାମ ହସ୍ପିଟାଲ ଦିଲ୍ଲୀ

୩) ଡକ୍ଟର ଦେବୀ ପ୍ରସାଦ ସେଟ୍ଟୀ, ଅଧ୍ୟକ୍ଷ ତଥା କାର୍ଯ୍ୟକାରୀ ନିର୍ଦ୍ଦେଶକ, ନାରାୟଣ ହେଲଥ କେୟାର, ବେଙ୍ଗଳୁରୁ

୪) ଡକ୍ଟର ଗଗନଦୀପ କାଙ୍ଗ, ପ୍ରଫେସର, ଖ୍ରୀଷ୍ଟିୟାନ୍ ମେଡିକାଲ କଲେଜ୍, ଭେଲ୍ଲୋର, ତାମିଲନାଡ଼ୁ

୫) ଡକ୍ଟର ଜେଭି ପିଟର, ନିର୍ଦ୍ଦେଶକ, , ଖ୍ରୀଷ୍ଟିୟାନ୍ ମେଡିକାଲ କଲେଜ୍, ଭେଲ୍ଲୋର, ତାମିଲନାଡ଼ୁ

୬) ଡକ୍ଟର ନରେଶ ତ୍ରେହାନ, ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ, ମେଦାନ୍ତ ହସ୍ପିଟାଲ, ଗୁରୁଗ୍ରାମ

୭) ଡକ୍ଟର ରାହୁଲ ପଣ୍ଡିତ, ନିର୍ଦ୍ଦେଶକ, ଫର୍ଟିସ୍ ହସ୍ପିଟାଲ ମୁମ୍ବାଇ

୮) ଡକ୍ଟର ସୌମିତ୍ର ରାୱତ, ଅଧ୍ୟକ୍ଷ, ସାର୍ ଗଙ୍ଗାରାମ ହସ୍ପିଟାଲ, ଦିଲ୍ଲୀ

୯) ଡକ୍ଟର ଶିବ କୁମାର ସରିନ, ବରିଷ୍ଠ ପ୍ରଫେସର ଏବ ହେପାଟୋଲୋଜି ବିଭାଗ ମୁଖ୍ୟ, ନିର୍ଦ୍ଦେଶକ ଆଏଲବିଏସ୍ ଦିଲ୍ଲୀ

୧୦) ଡକ୍ଟର ଜାରିର ଏଫ୍ ଉଦୱାଡିଆ, ଛାତିରୋଗ ବିଶେଷଜ୍ଞ, ହିନ୍ଦୁଜା ହସ୍ପିଟାଲ

୧୧) ସଚିବ, କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ, ଭାରତ ସରକାର

୧୨) ଜାତୀୟ ଟାସ୍କ ଫୋର୍ସର ଆବାହକ ଏହାର ସଦସ୍ୟ ରହିବେ। ଯିଏ କି କେନ୍ଦ୍ରର କ୍ୟାବିନେଟ୍ ସଚିବ ସ୍ତରର ହୋଇଥିବେ।

ସୁପ୍ରିମ୍‌କୋର୍ଟ କହିଛନ୍ତି ଯେ, ଟାସ୍କ ଫୋର୍ସ ଏବେ ଆହୁରି ଭବିଷ୍ୟତ ପାଇଁ ପାରଦର୍ଶିତା ଆଧରରେ ମହାମାରୀର ସଙ୍କଟକୁ ସାମନା କରିବା ପାଇଁ ଇନ୍‌ପୁଟ୍‌ବା ରଣନୀତି ପ୍ରଦାନ କରିବ।

ଟାସ୍କ ଫୋର୍ସ ବୈଜ୍ଞାନିକ, ତର୍କ ସଙ୍ଗତ ଓ ନ୍ୟାୟ ସଙ୍ଗତ ଆଧାର ଉପରେ ରାଜ୍ୟ ଗୁଡ଼ିକୁ ଅକ୍ସିଜେନ୍‌ପାଇଁ କାର୍ଯ୍ୟ ପ୍ରାଣାଳୀ ପ୍ରସ୍ତୁତ କରିବ।

ମହାମାରୀ ବେଳେ ସୃଷ୍ଟି ହେଉଥିବା ସମସ୍ୟାର ସମାଧାନ କରିବା ପାଇଁ ମଧ୍ୟ ଏହି ଟାସ୍କଫୋର୍ସ ପ୍ରସ୍ତାବ ଦେଇପାରିବ। ଏପରିକି ବିଭିନ୍ନ ରାଜ୍ୟ ସମେତ କେନ୍ଦ୍ର ଶାସିତ ଅଞ୍ଚଳ ଠାରୁ ସଦସ୍ୟ ତଥ୍ୟ ହାସଲ କରିବେ। ଏହାର ମୁକାବିଲା ପାଇଁ ଆବଶ୍ୟକ ପଦକ୍ଷେପ ସମ୍ପର୍କରେ ଅବଗତ କରାଇ ପାରିବେ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

ଏହି ଟାସ୍କ ଫୋର୍ସରେ ଦେଶର ବିଭିନ୍ନ ଅଭିଜ୍ଞ ଡାକ୍ତର ମାନଙ୍କୁ ମଧ୍ୟ ସଂପୃକ୍ତ କରାଯାଇଛି। କୋର୍ଟ ପକ୍ଷରୁ ନିଯୁକ୍ତ ହୋଇଥିବା ପ୍ୟାନେଲ୍ ରେ ଗ୍ରାମୀଣ କ୍ଷେତ୍ରରେ ଆବଶ୍ୟକ ମେଡିସିନ୍, ମ୍ୟାନପାୱାର୍ ଏବଂ ଚିକିତ୍ସା ସୁବିଧା ଭଳି ବିଷୟ ଉପରେ ଦୃଷ୍ଟି ଆକର୍ଷଣ କରାଯିବ। ଏହି ଟାସ୍କ ଫୋର୍ସ ୧୨ ଜଣ ଯାକ ସଦସ୍ୟ ଅକ୍ସିଜେନ୍ ସମ୍ପର୍କିତ ସମସ୍ତ ପ୍ରକାର ସୁବିଧା ଉପରେ ବିଶେଷ ଗୁରୁତ୍ୱ ଦେବେ।

ସୁଚନାଯୋଗ୍ୟ, କିଛି ମାସ ହେବ କରୋନା ଆକ୍ରାନ୍ତ ବଢ଼ୁଥିବା ବେଳେ ବିଭିନ୍ନ ହସ୍ପିଟାଲରେ ଅକ୍ସିଜେନ୍ ସଙ୍କଟ ଦେଖାଦେଇଛି। କିଛି ସ୍ଥାନରେ ରୋଗୀଙ୍କୁ ଅକ୍ସିଜେନ୍ ମିଳିପାରୁନି। ଯାହା ଫଳରେ ଅନେକ ରୋଗୀ ପ୍ରାଣ ହରାଉଛନ୍ତି। ଏହି ଭଳି ମୁହୁର୍ତ୍ତରେ ବିଭିନ୍ନ ରାଜ୍ୟର ହାଇକୋର୍ଟରେ ଶୁଣାଣି ଜାରି ରହିଛି। ଅକ୍ସିଜେନ୍ ଯୋଗାଣକୁ ନେଇ ରାଜ୍ୟ ଏବଂ କେନ୍ଦ୍ର ସରକାର ମୁହାଁମୁହିଁ ଅବସ୍ଥାକୁ ଚାଲି ଆସିଲେଣି। ଅକ୍ସିଜେନ୍ ସଙ୍କଟକୁ ନେଇ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ କାର୍ଯ୍ୟକାରିତା ଉପରେ ଦୋଷ ଲଦୁଛନ୍ତି। ତେଣୁ ଏହିସବୁ ଅସୁବିଧାକୁ କେନ୍ଦ୍ର କରି ଏହି ଟାସ୍କ ଫୋର୍ସ ଗଠନ କରାଯାଇଛି।

ସୁପ୍ରିମକୋର୍ଟଙ୍କ ପଦକ୍ଷେପ ପରେ ରାଜ୍ୟଗୁଡ଼ିକର ଭେଦଭାବ ଅଭିଯୋଗ ସମାପ୍ତ ହେବ ବୋଲି ଆଶା କରାଯାଉଛି।

ଏହି ଟାସ୍କ ଫୋର୍ସମାନେ କେନ୍ଦ୍ର ସରକାରଙ୍କ ମାନବ ସମ୍ବଳ ସମ୍ବନ୍ଧରେ ସୂଚନା ପ୍ରସ୍ତୁତ କରିବା ପାଇଁ ଉଦ୍ଦିଷ୍ଟ ରହିବେ। ଏହା ବ୍ୟତୀତ, ଏହି ଟାକ୍ସଫୋର୍ସ ସେମାନଙ୍କର ନିଜସ୍ୱ କାର୍ଯ୍ୟ ପ୍ରଣାଳୀ ଗ୍ରହଣ କରିପାରିବେ। ଅଦାଲତ ଆହୁରି ମଧ୍ୟ କହିଛନ୍ତି ଯେ ଏହି ବିଶେଷଜ୍ଞ ଦଳଙ୍କୁ ଏଥିପାଇଁ ପ୍ରସ୍ତୁତ କରାଯାଇଛି ଯାହା ଦ୍ୱାରା ମହାମାରୀର ଏହି କଷ୍ଟଦାୟକ ସମୟରେ ଦେଶ ସମୃଦ୍ଧ ହୋଇପାରିବ। ବୈଜ୍ଞାନିକ ଏବଂ ବିଶେଷଜ୍ଞ ଡୋମେନ୍ ଜ୍ଞାନ ଉପରେ ଆଧାର କରି COVID-୧୯ ର ଜନସ୍ୱାସ୍ଥ୍ୟ ପ୍ରତିକ୍ରିୟାକୁ ସୁଗମ କରିବା ପାଇଁ ସୁପ୍ରିମକୋର୍ଟ ଏହି ବାର ସଦସ୍ୟ ବିଶିଷ୍ଟ ଜାତୀୟ ଟାସ୍କ ଫୋର୍ସ (NTF) ଗଠନ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.