Home ଓଡ଼ିଶା ଅକ୍ଟୋବର ମାସରେ ରାଜ୍ୟର ଖୋଲିବ ସମସ୍ତ ପର୍ଯ୍ୟଟନସ୍ଥଳୀ : ପର୍ଯ୍ୟଟନ ମନ୍ତ୍ରୀ

ଅକ୍ଟୋବର ମାସରେ ରାଜ୍ୟର ଖୋଲିବ ସମସ୍ତ ପର୍ଯ୍ୟଟନସ୍ଥଳୀ : ପର୍ଯ୍ୟଟନ ମନ୍ତ୍ରୀ

63

ଭୁ‌ବନେଶ୍ୱର ୨୭-୯ (ଓଡ଼ିଆ ପୁଅ) : କରୋନା ଭାଇରସ୍ ସଂକ୍ରମଣକୁ ନଜରରେ ରଖି ମାର୍ଚ୍ଚ ମାସରୁ ସମସ୍ତ ପର୍ଯ୍ୟଟନ ସ୍ଥଳୀ ରାଜ୍ୟରେ ବନ୍ଦ ଅଛି। ଏହା ଫଳରେ ଏହା ଉପରେ ନିର୍ଭର କରୁଥିବା ଅନେକ ଲୋକ ଆର୍ଥିକ ଦୁର୍ଗତି ଦେଇ ଗତି କରୁଛନ୍ତି। ତେବେ ଆଜିର ଖବର ସେମାନଙ୍କ ପାଇଁ ଆଶ୍ୱସ୍ତି ଆଣିଛି।
ଆଗାମୀ ଅକ୍ଟୋବର ମାସରେ ରାଜ୍ୟର ସମସ୍ତ ପର୍ଯ୍ୟଟନସ୍ଥଳୀ ସାଧାରଣ ଲୋକଙ୍କ ପାଇଁ ଖୋଲାଯିବ। ଏ ନେଇ ବିଶ୍ବ ପର୍ଯ୍ୟଟନ ଦିବସ ଅବସରରେ ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ସୂଚନା ଦେଇଛନ୍ତି।
କିନ୍ତୁ ଓଡ଼ିଶାରେ ମନ୍ଦିରଗୁଡ଼ିକ କେବେ ଖୋଲିବ, ସେ ନେଇ କିଛି ସ୍ପଷ୍ଟ କରିନାହାନ୍ତି ମନ୍ତ୍ରୀ।
ପର୍ଯ୍ୟଟନ ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ପୁରୀର ଶ୍ରୀଜଗନ୍ନାଥ ମନ୍ଦିର ଖୋଲିବା ନେଇ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନେବ। ଅପରପକ୍ଷରେ ଅନ୍ୟ ମନ୍ଦିରଗୁଡ଼ିକ କେବେ ଖୋଲିବ ସେଥିନେଇ ଆଇନ୍ ବିଭାଗ ନିଷ୍ପତ୍ତି ନେବ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.