Home କେନ୍ଦୁଝର ଅଁରା ପଞ୍ଚାୟତରେ ନିର୍ମାଣ ଶ୍ରମିକ ସହାୟତା ପ୍ରଦାନ

ଅଁରା ପଞ୍ଚାୟତରେ ନିର୍ମାଣ ଶ୍ରମିକ ସହାୟତା ପ୍ରଦାନ

186

ହାଟଡିହି-୨୨/୫, ହାଟଡିହି ବ୍ଲକ ଅଁରା ପଞ୍ଚାୟତରେ ନିର୍ମାଣ ଶ୍ରମିକ ହିତାଧିକାରୀ ମାନଙ୍କୁ ସହାୟତା ରାଶି ପ୍ରଦାନ କରାଯାଇଛି । ବ୍ଲକରେ ଅନ୍ୟ ପଞ୍ଚାୟତରେ ବହୁ ପୁର୍ବରୁ ହିତାଧିକାରୀଙ୍କୁ ନିର୍ମାଣ ଶ୍ରମିକ ସହାୟତା ଟଙ୍କା ବଣ୍ଟନ କରାଯାଇଥିବାବେଳେ ଏହି ପଞ୍ଚାୟତକୁ ଟଙ୍କା ଆସିନଥିବାରୁ ବଣ୍ଟନ ହୋଇ ପାରିନଥିଲା । ଏହାକୁନେଇ ହିତାଧିକାରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା । ଏହି ପଞ୍ଚାୟତର ହିତାଧିକାରୀଙ୍କ ସହାୟତା ଟଙ୍କା ଓରାଳି ପଞ୍ଚାୟତକୁ ପଳାଇଥିବାରୁ ଏପରି ଅସୁବିଧା ଉପୁଜିଥିଲା । ଓରାଳି ପଞ୍ଚାୟତ ବ୍ଲକରେ ଟଙ୍କା ଜମା କରିବାପରେ ଅଁରା ପଞ୍ଚାୟତର ପିଇଓ ରମେଶ ମାଝୀ ଆଜି ଟଙ୍କା ନେଇ ୫୨ଜଣ ହିତାଧିକାରୀଙ୍କୁ ଘରଘର ବୁଲି ୧୫୦୦ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.