ଆମେରୀକାର କଂଗ୍ରେସ ସାମନାରେ ହାଜର ହେଲେ ମାର୍କ ଜକରବର୍ଗ, କ୍ଷମା ମାଗିଲେ, କହିଲେ – ଭାରତୀୟ ନିର୍ବାଚନରେ ସଚୋଟତାର ସହିତ କର୍ତ୍ତବ୍ୟ ସଂପାଦନ କରିବେ

ୱା।ସିଙ୍ଗଟନ ୧୧-୪ (ଓଡ଼ିଆ ପୁଅ) ଫେସବୁକ ସଂସ୍ଥାପକ ମାର୍କ ଜକରବର୍ଗ ଡାଟା ଲିକ ମାମଲାରେ ଆମେରୀକାର ସେନେଟ ସାମନାରେ ହାଜର ହୋଇ କ୍ଷମା ମାଗିଛନ୍ତି। ସେନେଟ କମର୍ସ ଆଣ୍ଡ ଜୁଡିସିଆରୀ କମିଟିର ସାମନାରେ ହାଜର ହୋଇ ଜକରବର୍ଗ ଫେସବୁକ ଜରିଆରେ ହୋଇଥିବା ଡାଟା ଲିକ୍ ର ଭୁଲ ସ୍ୱୀକାର କଲେ ଏବଂ ନିର୍ବାଚନ ସମୟରେ ଲୋକମାନଙ୍କର ଭରସାକୁ ଅକ୍ଷୁର୍ଣ୍ଣ ରଖିବାକୁ ଭରସା ଦେଇଛନ୍ତି ଏବଂ କହିଛନ୍ତି କି ଭାରତରେ ଆଗାମୀ ନିର୍ବାଚନ ସମୟରେ ପୂରା ସଚୋଟତାର ସହିତ କର୍ତ୍ତବ୍ୟ ନିଭାଇବେ।

ଆମେରୀକାର କଂଗ୍ରେସ ଆଗରେ ହାଜର ହେବା ସମୟରେ ଜକରବର୍ଗ କହିଛନ୍ତି, “ଆମର ଏହା ଦାୟିତ୍ୱ କି କେବଳ ଟୁଲ୍ସ ବନାଇବା ସହ ଏହା ମଧ୍ୟ ଆଶ୍ଵସ୍ତ କରିବା ସେହି ଟୁଲ୍ସର ବ୍ୟବହାର ଭଲ ହେଉ ବୋଲି। ଏହା ସ୍ପଷ୍ଟ କି ଆମ ଟୁଲ୍ସର ବ୍ୟବହାର ଭୁଲ କାର୍ଯ୍ୟ ପାଇଁ ନହେଉ। ଫେକ ନ୍ୟୁଜ, ହେଟ ସ୍ପିଚ, ନିର୍ବାଚନରେ ବିଦେଶୀ ହସ୍ତକ୍ଷେପ, ଡାଟାର ସ୍ୱାଧିନତା ପରି କ୍ଷତିକୁ ରୋକିବା ପାଇଁ ପର୍ଯାପ୍ତ ପଦକ୍ଷେପ ଉଠାଇବାକୁ ଚେଷ୍ଟା କରିବୁ। ଆମେ ନିଜର ଦାୟିତ୍ୱ ଉତ୍ତମ ଭାବରେ କରିବୁ। ଏହା ବଡ଼ ଭୁଲ୍ ଏବଂ ମୁଁ କ୍ଷମା ମାଗୁଛି। ମୁଁ ଫେସବୁକ ଆରମ୍ଭ କରିଥିଲି, ମୁଁ ଏଥିରେ ଯାହା କିଛି ଭୁଲ୍ ହେବ ସେଥିପାଇଁ ଦାୟୀ ରହିବି”।

ସେ କହା, “ଆମେ ଆଶ୍ଵସ୍ତ କରୁଛୁଯେ, ଭାରତରେ ଆଗାମୀ ନିର୍ବାଚନ ସମୟରେ ସଚୋଟତା ରକ୍ଷାକରି ନିଜର ସର୍ବଶ୍ରେଷ୍ଠ ପ୍ରଦାନ କରିବୁ। 2016ରେ ହୋଇଥିବା ଆମେରୀକାର ନିର୍ବାଚନ ପରେ ଆମର ପ୍ରାଥମିକତା ସମଗ୍ର ଦୁନିଆରେ ହେଉଥିବା ନିର୍ବାଚନ ସଚୋଟତାର ସହିତ ହେଉ। ଡାଟା ପ୍ରାଇଭେସୀ ଏବଂ ନିର୍ବାଚନରେ ବିଦେଶୀ ହସ୍ତକ୍ଷେପ ତାହା ସବୁଠାରୁ ବଡ଼ ସମସ୍ୟା, ଯାହାର ସାମନା କମ୍ପାନୀ କରୁଛି ଏହି ସମସ୍ୟାକୁ ଭଲଭାବରେ ଦାୟୀତ୍ୱର ସହ ତୁଲାଇବା ଆମର ଗୁରୁ ଦାୟିତ୍ୱ ଏବଂ ଏହ ବହୁତ ବଡ଼ ଦାୟୀତ୍ୱ’।

Leave a Reply

Your email address will not be published. Required fields are marked *