Home ଓଡ଼ିଶା ଟ୍ରେନରେ କଟି ଅଜଣା ଯୁବକର ଶୋଚନୀୟ ମୃତ୍ୟୁ

ଟ୍ରେନରେ କଟି ଅଜଣା ଯୁବକର ଶୋଚନୀୟ ମୃତ୍ୟୁ

1859

ବଲାଙ୍ଗୀର ୨୬-୧ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବଲାଙ୍ଗୀର ସ୍ଥିତ ସୁଦପଡା ରେଳ ଫାଟକ ନିକଟ ଦେଇ ଯାଇଥିବା ରେଳ ଲାଇନରେ ଜଣେ ଅଜଣା ଯୁବକଙ୍କ ଟ୍ରେନରେ କଟି ଶୋଚନୀୟ ମୃତ୍ୟୁ ଘଟିଛି। ପ୍ରକାଶ ଯେ, ପ୍ରାୟ ୩୦ ରୁ ୩୫ ବର୍ଷୀୟ ଏହି ଯୁବକ ଜଣକ ଗତ କିଛି ଦିନ ହେବ ବଲାଙ୍ଗୀର ମେଡ଼ିକାଲ କଲେଜ ଡାକ୍ତର ଖାନା ନିକଟରେ ବୁଲୁଥିବା ଦେଖିବାକୁ ମିଳିଥିଲା। ଉକ୍ତ ଯୁବକ ଜଣକ କିଏ ଓ କିପରି ଟ୍ରେନରେ କଟି ଗଲେ ସେ ନେଇ କିଛି ଜଣା ପଡିପାରି ନାହିଁ। ତାଙ୍କ ଅଣ୍ଟାରୁ ଦୁଇ ଭାଗ ହୋଇ କଟି ଯାଇଥିବା ବେଳେ ଏ ନେଇ ରେଳବାଇ ପୋଲିସ ଏକ ମାମଲା ରୁଜ୍ଜୁ କରି ଅଧିକ ତଦନ୍ତ ଚଳାଇ ଥିବା ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.