ad
ଆନ୍ତର୍ଜାତୀୟ

କେନ ତନାକା ବିଶ୍ୱର ସବୁଠାରୁ ବୟସ୍କ ଜୀବିତ ମହିଳା : ଜାଣନ୍ତୁ ତାଙ୍କର ବୟସ କେତେ? ପୃଥିବୀର ସବୁଠାରୁ ବୟସ୍କ ବ୍ୟକ୍ତି କିଏ?

ନୂଆ ଦିଲ୍ଲୀ ୧୦-୩ (ଓଡ଼ିଆ ପୁଅ) ଜାପାନର ଫୁକୁଓକାର କେନ ତନାକାଙ୍କୁ ଆଧିକାରିକ ରୂପରେ ଉପରେ ୯ ମାର୍ଚ୍ଚ ୨୦୧୯ ରେ ୧୧୬ ବର୍ଷ ୬୬ ଦିନର ବୟସରେ ଜୀବିତ ଥିବା ସବୁଠାରୁ ବୃଦ୍ଧ ବ୍ୟକ୍ତିର ରୂପରେ ପୁଷ୍ଟି କରାଯାଇଛି।

୩୦ ଜାନୁଆରି ୨୦୧୯ (ଯେତେବେଳେ ସେ ୧୧୬ ବର୍ଷ ୨୮ ଦିନର ବୟସରେ ଜୀବିତ ଥିଲେ) ସବୁଠାରୁ ବୟସ୍କ ବ୍ୟକ୍ତି ରୂପରେ ଗୀନିସ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡ଼ ପାଇଁ ପ୍ରମାଣ ପତ୍ର ପରେ ସବୁଠାରୁ ବୃଦ୍ଧ ମହିଳା ଭାବରେ ତାଙ୍କୁ ପୁଷ୍ଟି କରାଯାଇଥିଲା।

ସବୁଠାରୁ ବୃଦ୍ଧ ବ୍ୟକ୍ତି କେନ ତନାକା:

କେନଙ୍କର ଜନ୍ମ ୨ ଜାନୁଆରି ୧୯୦୩ ହୋଇଥିଲା। କୁମାରକିଚୀ ଏବଂ କୁମା ଓଟାଙ୍କର ସପ୍ତମ ସନ୍ତାନ, କେନ ନିଜର ୧୯ ତମ ଜନ୍ମଦିନର ଚାରି ଦିନ ପରେ ୬ ଜାନୁଆରି ୧୯୨୨ରେ ହିଦେଓ ତନାକାଙ୍କ ସହିତ ବିବାହ କରିଥିଲେ।

କେନ ଏବଂ ହିଦେଓ ଚାରୋଟି ସନ୍ତାନ ଜନ୍ମ ଦେଇଥିଲେ ଏବଂ ଅନ୍ୟ ଜଣଙ୍କୁ ପୋଷ୍ୟଭାବେ ଗ୍ରହଣ କରିଥିଲେ।

ପରିବାର ଏବଂ ସମ୍ପର୍କୀୟଙ୍କ ସହିତ ଫଟୋ: ବାମରୁ ହିଦେଓ ତନାକା, କେନ ତନାକା, ନୋବୁଓ ତନାକା, ତ୍ସୁରୁକୋ କୁନୀମସା, ଟୋୟୋକୋ ନାକାମୁରା

୧୯୩୭ ରେ ଦ୍ଵିତୀୟ ସିନୋ-ଜାପାନୀ ଯୁଦ୍ଧ ସମୟରେ ହିଦେଓଙ୍କୁ ସୈନ୍ୟ ଭାବେ ଡକାଯାଇଥିଲା। କେନ ନିଜର ସନ୍ତାନମାନଙ୍କ ଶାଶୁଙ୍କର ଦେଖାଶୁଣା କରୁଥିଲେ। ପରିବାରର ବ୍ୟବସାୟରେ ନିଜକୁ ସାମିଲ କରିଥିଲେ।

କେନଙ୍କର ପ୍ରଥମ ପୁଅ ନୋବୁଓ ମଧ୍ୟ ୧୯୪୩ ରେ ସେନାରେ ସାମିଲ ହୋଇଥିଲେ ଏବଂ ଦ୍ଵିତୀୟ ବିଶ୍ଵ ଯୁଦ୍ଧ ପରେ ସୋବିଏତ ୟୁନିୟନ ଦ୍ଵାରା ବନ୍ଦୀ ବନିଥିଲେ, ୧୯୪୭ ରେ ଜାପାନ ଫେରିଥିଲେ।

ପ୍ରଥମ ଧାଡ଼ିରେ ମଝିରେ ବସିଛନ୍ତି କେନ୍ ଭାଇ ଭଉଣୀଙ୍କ ସହିତ

କେତେକ ଅପରେସନ ହେବା ସତ୍ତ୍ୱେ (ମୋତିଆବିନ୍ଦୁ ଏବଂ କୋଲୋରେକ୍ଟଲ କ୍ୟାନସର) ପରେ ମଧ୍ୟ କେନ ଏବେ ଘରେ ଏକ ଶାନ୍ତିପୂର୍ଣ୍ଣ ଜୀବନ ବ୍ୟତୀତ କରୁଛନ୍ତି।
ସେ ସାଧାରଣତଃ ସକାଳ ୬ଟାରେ ଉଠନ୍ତି ଏବଂ ଦ୍ୱିପ୍ରହରରେ ଗଣିତ ପରି ବିଷୟ ଗୁଡ଼ିକର ଅଧ୍ୟୟନ କରିଥାନ୍ତି। ରେକର୍ଡ ପରେ କେନଙ୍କୁ ଚକଲେଟର ଏକ ଡବା ଦିଆ ଗଲା, ଯାହାକୁ ସେ ତୁରନ୍ତ ଖୋଲି ଖାଇବା ଆରମ୍ଭ କରି ଦେଲେ। ପରେ ପଚରାଗଲା କି ସେ କେତୋଟି ଚକଲେଟ୍ ଖାଇବାକୁ ଚାହାନ୍ତି? ସେ ଉତ୍ତର ଦେଇଥିଲେ “୧୦୦।”

ପୃଥିବୀର ସବୁଠାରୁ ବୟସ୍କ ବ୍ୟକ୍ତି କିଏ?

୧୧୬ ବର୍ଷର କେନ ଆଜିପର୍ଯ୍ୟନ୍ତ ର ସବୁଠାରୁ ବୟସ୍କ ଜୀବିତ ବ୍ୟକ୍ତି ହୋଇଥିବା ବେଳେ ଗତ ୨୨ ବର୍ଷରୁ ବିଶ୍ୱର ସବୁଠାରୁ ବୟସ୍କ ବ୍ୟକ୍ତି ରେକର୍ଡ ଜ୍ୟାଂ ଲୁଇସ କଲମେଣ୍ଟ (ଫ୍ରାନ୍ସ)ଙ୍କ ନାମରେ ଅଛି। ସେ ୨୧ ଫେବ୍ରୁଆରୀ ୧୮୭୫ରେ ଜନ୍ମ ଗ୍ରହଣ କରିଥିଲେ ଜ୍ୟାଂ ୪ ଅଗଷ୍ଟ ୧୯୯୭ରେ ୧୨୨ ବର୍ଷ ୧୬୪ ଦିନ ବୟସରେ ଦକ୍ଷିଣ ଫ୍ରାନ୍ସର ଆର୍ଲେସର ଏକ ନର୍ସିଂଗ ହୋମରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top