ad
ଓଡ଼ିଶା

ବିଜେପୁର: ପତ୍ନୀର ତଣ୍ଟିକାଟି ହତ୍ୟା କରିବା ପରେ ସ୍ୱାମୀ କଲା ଆତ୍ମହତ୍ୟା

ବିଜେପୁର ୩-୪ (ଓଡ଼ିଆ ପୁଅ/ବିଜୟ କୁମାର ସାହୁ): ବରଗଡ଼ ଜିଲ୍ଲା ବିଜେପୁର ଥାନା ଅନ୍ତର୍ଗତ ଚାରପାଲି ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା। ଘଟଣାଟି ଏହିପରି, ସ୍ୱାମୀ ଭୁବନୀ ନିଜ ପତ୍ନୀ ସେବତୀର ତଣ୍ଟି କାଟି ହତ୍ୟା କରିଛି। ଏହା ପରେ ସେ ନିଜେ ମାନସିକ ଭାରସାମ୍ୟ ହରାଇ ନିଜେ ବେକରେ ଫାଶି ଲଗାଇ ଆତ୍ମହତ୍ୟା କରିଛି। ପାରିବାରିକ କଳହରୁ ଏହି ଘଟଣା ଘଟିଥିବା ଜଣାପଡ଼ିଛି। ସୂଚନାମତେ, ବିଭିନ୍ନ ସମୟରେ ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ହୁଏ। ଗତକାଲି ରାତିରେ ଏହି ପାଟିତୁଣ୍ଡ ଅଧିକ ହେବାରୁ ଭୁବନୀ ଉତ୍ତ୍ୟକ୍ତ ହୋଇ ଏକ ଧାରୁଆ ଅସ୍ତ୍ରରେ ସେବତୀଙ୍କ ତଣ୍ଟିକୁ କାଟି ହତ୍ୟା କରିବା ପରେ ନିଜ ବେକରେ ଦଉଡି ଦେଇ ଆତ୍ମହତ୍ୟା କରିଥିଲା। ମୃତ ଦମ୍ପତ୍ତିଙ୍କର ତିନିଝିଅ ଏବଂ ଗୋଟିଏ ପୁଅ ଅଛନ୍ତି। ଏହି ଘଟଣା ପରେ ପିଲାମାନଙ୍କ କାନ୍ଦ ଶୁଣି ପଡ଼ିଶା ଲୋକେ ଆସି ଏହି ଅଘଟଣାକୁ ଦେଖି ପୁଲିସକୁ ସୂଚନା ଦେଇଥିଲେ। ଖବର ପାଇବାପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଶରୀର ଦ୍ୱୟକୁ ଜବତ କରି ବ୍ୟବଛେଦ ପାଇଁ ପଠାଇଛି ଏବଂ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି। ସୂଚନାମତେ ଗତ ୨୦୦୦ ମସିହାରେ ଟନ୍ଦ୍ରଶେଖର ସାହୁଙ୍କ ପୁଅ ଭୂବନ ସାହୁ ଏବଂ ନିର୍ଜନ ସାହୁଙ୍କ ଝିଅ ସେବତୀ ସହ ବିବାହ ହୋଇଥିଲା। ସେମାନେ ଚାଷବାସ କରି ପରିବାର ପାଳୁଥିଲେ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top