ଓଡ଼ିଶା

ଏକ ଟଙ୍କାରେ wi-fi ! ଚା’ ଏବଂ ପାନ ଦୋକାନରେ ମିଳୁଛି ଏହି ସୁବିଧା!

ନୂଆଦିଲ୍ଲୀ ୨୯-୧ (ଓଡ଼ିଆ ପୁଅ) ଏକ ଟଙ୍କାରେ wi-fi ସୁବିଧା ! ତାହା ପୁଣି ଚା’ ଏବଂ ପାନ ଦୋକାନର ସହଜରେ ମିଳୁଛି। ଏ କଥା ଶୁଣି ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚୟ। ଆଶ୍ୟର୍ଯ୍ୟ ହେବା ସ୍ୱାଭାବିକ। କିନ୍ତୁ ଏହି ସେବା ପ୍ରକୃତରେ ଆରମ୍ଭ ହୋଇଗଲାଣି ନୂଆଦିଲ୍ଲୀ ଏବଂ ବାଙ୍ଗାଲୁରୁରେ। ଧିରେଧିରେ ଗାଁ ଗଣ୍ଡାରେ ମଧ୍ୟ ଏହି ସୁବିଧା ମିଳିବାକୁ ଯାଉଛି।

ଏବେ ମାର୍କେଟରେ ୱାଇ-ଫାଇ ଆକ୍ସେସ କରିବା ପାଇଁ ଆପଣଙ୍କୁ ଏକ ବଡ଼ କଫି ସପକୁ ଯିବାକୁ ପଡ଼ିବ ନାହିଁ। ଏଥିପାଇଁ ଆପଣଙ୍କୁ ଏହି ସୁବିଧା ଏବେ ସଡକ କଡ଼ରେ ଛିଡ଼ା ଚା’ ବାଲା କିମ୍ବା ଘର ତଳେ ଥିବା କିରାନା ଦୋକାନରେ ମଧ୍ୟ ମିଳିପାରିବ। ଏମିତି କି ଆପଣଙ୍କୁ ଏଥିପାଇଁ କେବଳ ୧ ଟଙ୍କାରୁ ନେଇକରି ୨୦ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିବାକୁ ପଡ଼ିପାରେ।

ଉଦ୍ଦେଶ୍ୟ ଗରୀବଙ୍କୁ ଇଣ୍ଟରନେଟ ସହିତ ଯୋଡ଼ିବା: wi-fi ନେଟର ସୁବିଧା ଦେଶର ମହାନଗରେ ଏବେ କେତେକ ଷ୍ଟାର୍ଟଅପ କଂପାନି ଦେଉଛନ୍ତି। କିରାନା ଷ୍ଟୋର୍ ଏବଂ ଚା’ ଦୋକାନୀଙ୍କ ସହ ଏହି ଷ୍ଟାଟଅପ୍ କଂପାନୀ ମାନେ ଟାଏ-ଅପ କରି ଆରମ୍ଭ କରିଛନ୍ତି ଏହି ସେବା।

୧ ଟଙ୍କାର କୁପନରେ ପାଞ୍ଚ ମିନଟ ମିଳିଛି ଇଣ୍ଟରନେଟ: – ଦିଲ୍ଲୀ ଏବଂ ବାଙ୍ଗାଲୁରୁ ସ୍ଥିତ କିଛି କମ୍ପାନୀ ଛୋଟ ଦୁକାନ ଉପରେ ୱାଇ-ଫାଇ ହଟ ସ୍ପଟ ବନାଇଛନ୍ତି। ୧ଟଙ୍କାର କୁପନରେ ୫ ମିନିଟ ପାଇଁ ଇଣ୍ଟରନେଟର ଫାଇଦା ନେଉଛନ୍ତି ଲୋକେ। ଏହି କୁପନ ଜରିଆରେ ଅନେକ ସୁବିଧା ପାଉଛନ୍ତି ଛାତ୍ରଛାତ୍ରୀ ତଥା ଯୁବକ ବର୍ଗ। ଯୁବକ ବର୍ଗରେ ସବୁଠାରୁ ଅଧିକ ଡିମାଣ୍ଡ ଦେଖିବାକୁ ମିଳୁଛି । ଏହି ସେବା ପ୍ରଦାନ କରୁଥିବା ଏକ ଦୋକାନୀଠାରୁ ଶୁଣିବାକୁ ମିଳିଲାଯେ, ଯୁବକ ବର୍ଗ ୧ କିମ୍ବା ୨ ଟଙ୍କାର କୁପନ କିଣି ନେଟ୍ ରୁ ଗେମ୍ କିମ୍ବା ଗୀତ ଡାଉନ ଲୋଡ୍ କରି ଖୁସିରେ ଚାଲିଯାଉଥିବା ଦେଖିବାକୁ ମିଳୁଛି। ଏପରିକି କିଛି ଛାତ୍ର ତଥା ଛାତ୍ରୀ ଯେଉଁ ମାନଙ୍କ ଘରେ ଏହି ସୁବିଧା ନାହିଁ କିମ୍ୱା ଗରିବ ଶ୍ରେଣୀର, ସେମାନେ ନିଜ ନିଜର ସ୍କୁଲ ହୋମ୍ ୱାର୍କ କିମ୍ବା ପାଠ ବିଷୟରେ ଜାଣିବା ପାଇଁ ଏହି ସେବାକୁ ବ୍ୟବହାର କରୁଛନ୍ତି।

କିପରି ଚାଲୁଛି: ଷ୍ଟାର୍ଟଅପ କମ୍ପାନି ଦୋକାନର ବାହର ରାଉଟର ଲଗାଇଛନ୍ତି। ୟୁଜର ଏହି ଦୁକାନରୁ କୁପନ କିଣି ବା ପରେ ଏକ ଓଟିପି ମିଳିଥାଏ ଯାହାକୁ ଫୋନରେ ସବମିଟ କରିବା ପରେ ସମାନେ ନେଟର ବ୍ୟବହାର କରିପାରିବେ।

୨୦୦ ମିଟରର ପରିସୀମାରେ ମିଳିପାରୁଛି ୫୦ ଏମବିପିଏସର ସ୍ପୀଡ: କମ୍ପାନୀମାନେ ଫାଇବର ଅପ୍ଟିକ ଲାଇନ ଜରିଆରେ ଇଣ୍ଟରନେଟର ସୁବିଧା ଦେଇପାରୁଛନ୍ତି। ଏଥିପାଇଁ ରାଉଟର୍ସର ସାହାଯ୍ୟରେ ୨୦୦ ମିଟର ପରିସୀମାରେ  ୫୦ ଏମବିପିଏସର ସ୍ପୀଡ ଲୋକମାନଙ୍କୁ ମିଳୁଛି।

ଏହି ସୁବିଧା ଖୁବ୍ ଶିଘ୍ର ଗ୍ରାମ ପଞ୍ଚାୟତକୁ ମଧ୍ୟ ମିଳିପାରିବ ବୋଲି ଜଣାପଡ଼ିଛି। (ପ୍ରତିକାତ୍ମକ ଫଟୋ)

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top