Home ଓଡ଼ିଶା ମନୋନୟନ ସରିଛି ତଥାପି ଦ୍ଵନ୍ଦ ରହିଛି;ଭାଜପାର ଭଦ୍ରକ ଏବଂ ଭଣ୍ଡାରପୋଖରୀ ଆସନ

ମନୋନୟନ ସରିଛି ତଥାପି ଦ୍ଵନ୍ଦ ରହିଛି;ଭାଜପାର ଭଦ୍ରକ ଏବଂ ଭଣ୍ଡାରପୋଖରୀ ଆସନ

543

ଭୁବନେଶ୍ୱର:ଭଦ୍ରକ ଜିଲ୍ଲାର ଭଦ୍ରକ ଲୋକସଭା ଆସନ ଏବଂ ଭଦ୍ରକ,ଭଣ୍ଡାରପୋଖରୀ ବିଧାନସଭା ଆସନ ପାଇଁ ଭାଜପାର ପାର୍ଥି ଘୋଷଣା ହୋଇନାହିଁ।ଏସବୁ ଆସନ ପାଇଁ ପାର୍ଥି ଘୋଷଣା ବିଳମ୍ବ ହେବାର କିଛି କାରଣ ରହିଛି।ଭଦ୍ରକ ଲୋକସଭା ସଂରକ୍ଷିତ ଆସନ ହୋଇଥିବାରୁ ଭାଜପାକୁ ସେହିପରି ଜଣେ ଭଲ ପାର୍ଥି ମିଳିବାରେ ଅସୁବିଧା ହେଉଛି।

ତେବେ ଭଦ୍ରକ ଏବଂ ଭଣ୍ଡାରପୋଖରୀ ବିଧାନସଭା ଆସନ କଥା ଭିନ୍ନ।ସୂଚନା ମୁତାବକ ରାଜ୍ୟ ନେତୃତ୍ୱ ଏବଂ ଚୟନ କମିଟି ଏହି ଦୁଇଟି ଆସନ ପାଇଁ ପାର୍ଥି ମନୋନୀତ କରି ସାରିଛନ୍ତି।କିନ୍ତୁ,ଏଠାରେ ଏକ ଦ୍ଵନ୍ଦ ଉପୁଜିଥିବା କାରଣରୁ ନିଷ୍ପତି ନେବା ବିଳମ୍ବ ଘଟୁଛି।ସୂଚନା ମୁତାବକ ଭଣ୍ଡାରପୋଖରୀ ପାଇଁ ଜିଲ୍ଲା ସଭାପତି ବଦ୍ରୀ ନାରାୟଣ ଧଳଙ୍କ ନାଁ’ ଦଳ ମନୋନୀତ କରିଛି।ବଦ୍ରୀ ଧଳ ମଧ୍ୟ ଭଣ୍ଡାରପୋଖରୀକୁ ଆଶାରେ ରଖି ଦୀର୍ଘ ଦିନ ହେଲା ସଙ୍ଗଠନକୁ ମଜଭୁତ କରାଇଛନ୍ତି।ଭଣ୍ଡାରପୋଖରୀରୁ ବଦ୍ରୀଙ୍କୁ ପାର୍ଥି କରାଗଲେ ସେ ବିଜେଡିକୁ କଡ଼ା ଟକ୍କର୍ ଦେବାର ସମ୍ଭାବନା ମଧ୍ୟ ରହିଛି।

ସେହିପରି ଭଦ୍ରକ ଆସନ ପାଇଁ ଦଳ ନାରୀ ନେତ୍ରୀ ମନସ୍ମିତା ଖୁଣ୍ଟିଆଙ୍କ ନାଁ’ ମନୋନୀତ କରିଥିବା ଜଣାପଡ଼ିଛି।ମନସ୍ମିତାଙ୍କୁ ପାର୍ଥି କରି ଆଉ ଜଣେ ମହିଳାଙ୍କୁ ସୁଯୋଗ ଦେବା ଦଳ ଚାହୁଁଥିବା ବେଳେ,ମନସ୍ମିତା ମଧ୍ୟ ଭଦ୍ରକରେ ସଙ୍ଗଠନକୁ ମଜଭୁତ କରିବାରେ ଏବଂ ବିଶେଷ ଭାବରେ ମହିଳା ଆନ୍ଦୋଳନ ମାଧ୍ୟମରେ ବାରମ୍ବାର ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ଜନମତ ସୃଷ୍ଟି କରାଇଛନ୍ତି।ଉଭୟ ବଦ୍ରୀ ଧଳ ଏବଂ ମନସ୍ମିତା ପାର୍ଥି ହେବାକୁ ଦୁଇ ନିର୍ବାଚନ ମଣ୍ଡଳୀ କାର୍ଯ୍ୟକର୍ତ୍ତା ମଧ୍ୟ ଚାହୁଁଛନ୍ତି।

ତେବେ ଏଥିରେ ଦ୍ଵନ୍ଦ ରହୁଛି ଭାଜପାର ଜଣେ ପୂର୍ବତନ ସଙ୍ଗଠନ ସମ୍ପାଦକଙ୍କୁ ନେଇ।ସେ ହେଲେ ପଞ୍ଚାନନ ରାଉତ।ପଞ୍ଚାନନ ରାଜ୍ୟ ସଙ୍ଗଠନ ସମ୍ପାଦକ ଥିଲେ।ଏହା ପରେ ତାଙ୍କୁ ଅନ୍ୟ କ୍ଷେତ୍ରକୁ ପଠାଇ ଦିଆଯାଇଥିଲା।ତେବେ କିଛି ଦିନ ହେଲା ସେ ଦାୟିତ୍ୱ ମୁକ୍ତ ହୋଇ ଭଣ୍ଡାରପୋଖରୀରେ ଆସି ସଙ୍ଗଠନ କରୁଛନ୍ତି।ଭଣ୍ଡାରପୋଖରୀ ଆସନ ପାଇଁ ସେ ଅଶାୟୀ।ଏ ଭିତରେ ସେ ନିମନ୍ତ୍ରିତ ସଦସ୍ୟ ଭାବରେ ରାଜ୍ୟ କାର୍ଯ୍ୟକାରୀ ସଦସ୍ୟ ମଧ୍ୟ ହୋଇଛନ୍ତି।ଭଣ୍ଡାରପୋଖରୀ ଆସନ ପାଇଁ ସେ ଜିଦ କରି ବସିଛନ୍ତି।ଦିଲ୍ଲୀଠାରୁ ନାଗପୁର ଯାଏଁ ଲବି କରୁଛନ୍ତି।ତେଣୁ ଏ’ ଭିତରେ ତାଙ୍କୁ ଭଣ୍ଡାରପୋଖରୀ ଆସନ ଦିଆଯାଇ ବଦ୍ରୀ ଧଳଙ୍କୁ ଭଦ୍ରକ ଆସନ ଦିଆଯିବା କଥା ଉଠୁଛି।ଯେଉଁଥିରେ ବଦ୍ରୀ ଆଗ୍ରହୀ ନଥିବା ଜଣାପଡ଼ୁଛି।ଏପରି ନିଷ୍ପତି ଭଦ୍ରକ ସହ ଭଣ୍ଡାରପୋଖରୀରେ ମଧ୍ୟ ଭାଜପା ପାଇଁ କ୍ଷତି କାରକ ସାବ୍ୟସ୍ତ ହୋଇପାରେ ବୋଲି କୁହାଯାଉଛି।କାରଣ ଭଣ୍ଡାରପୋଖରୀ ଭାଜପା କାର୍ଯ୍ୟକର୍ତ୍ତାମାନେ ବଦ୍ରୀଙ୍କ ପାର୍ଥିତ୍ୱକୁ ଭାବି ନେଇ ବସିଛନ୍ତି।ତେଣେ ପଞ୍ଚାନନଙ୍କୁ ଭଦ୍ରକ ପଠାଇଦେବା ଯୋଜନାରେ ମଧ୍ୟ ପଞ୍ଚାନନ ଆଗ୍ରହୀ ନଥିବା ବେଳେ ଏପରି ନିଷ୍ପତି ଭଦ୍ରକ ସଙ୍ଗଠନକୁ ମଧ୍ୟ ସେପରି କିଛି ଫଳ ମିଳିପାରିବ ନାହିଁ।

ପଞ୍ଚାନନ ରାଉତ ଜଣେ ସଂଘ ପ୍ରଚାରକ।ସେ ଅବିବାହିତ ରହିବା ସହ ସାରା ଜୀବନ ସଙ୍ଗଠନ ପାଇଁ ଦେଇଛନ୍ତି।ତେଣୁ ତାଙ୍କ ପ୍ରତି ଅନ୍ୟାୟ କରାନଯାଉ ବୋଲି କହିବା କଥା।ତେବେ,ସୁବାସ ଚୌହାନ ମଧ୍ୟ ଜଣେ ପ୍ରଚାରକ ଏବଂ ଅବିବାହିତ ରହି ସାରା ଜୀବନ ସଙ୍ଗଠନ ପାଇଁ ଦେଇ ଏବଂ ତା’ ସହ ଗତ ନିର୍ବାଚନରେ ବିଜେଡିକୁ କଡ଼ା ଟକ୍କର ଦେଇ ମଧ୍ୟ ବରଗଡ଼ ଆସନରୁ ବଞ୍ଚିତ ହେଲେ କିପରି?ଏଠି ଆଉ ଏକ କଥା ସଂଘ ପ୍ରଚାରକରୁ ଆସି ଭାଜପା ସଙ୍ଗଠନ ସମ୍ପାଦକ ଭଳି ଏକ ସମ୍ନାନଜନକ ଗୁରୁ ଦାୟିତ୍ୱରେ ରହିବା ପରେ ଏକ ବିଧାନସଭା ଆସନ ପାଇଁ ଜିଦ କରିବା ସଙ୍ଗଠନ ସମ୍ପାଦକ ପଦ ମର୍ଯ୍ୟାଦାର ହାନୀ କରୁନାହିଁ କି?//ଦେବଦତ୍ତ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.