Home ଓଡ଼ିଶା କିଏ ହେବ ମୁଖ୍ୟମନ୍ତ୍ରୀ ପାର୍ଥି?ଜୁଏଲଙ୍କ ମନ୍ତବ୍ୟକୁ ଖଣ୍ଡନ,ପ୍ରତାପଙ୍କ କଥାକୁ ସ୍ୱୀକାର କଲେ ଧର୍ମେନ୍ଦ୍ର!

କିଏ ହେବ ମୁଖ୍ୟମନ୍ତ୍ରୀ ପାର୍ଥି?ଜୁଏଲଙ୍କ ମନ୍ତବ୍ୟକୁ ଖଣ୍ଡନ,ପ୍ରତାପଙ୍କ କଥାକୁ ସ୍ୱୀକାର କଲେ ଧର୍ମେନ୍ଦ୍ର!

1888

ଭୁବନେଶ୍ୱର:ଓଡ଼ିଶାରେ କିଏ ହେବ ବିଜେପିର ମୁଖ୍ୟମନ୍ତ୍ରୀ ପାର୍ଥି?ଏନେଇ କିଛି ଦିନ ହେଲା ଆଲୋଚନା ହୋଇ ଆସୁଛି।ଏବଂ ଧର୍ମେନ୍ଦ୍ର ହିଁ ମୁଖ୍ୟମନ୍ତ୍ରୀ ପାର୍ଥି ଭାବରେ ଦଳ ଭିତରେ ପ୍ରଚାର ହୋଇ ଆସୁଥିଲା।ଏପରି ପ୍ରଚାରକୁ କେହି କେବେ ସେମିତି ଖଣ୍ଡନ କରିବାର ଶୁଣା ଯାଇନଥିଲା।ଏପରିକି ନିଜେ ଧର୍ମେନ୍ଦ୍ର ମଧ୍ୟ ଏପରି ପ୍ରଚାରକୁ ମୌନ ସମ୍ମତି ଦେଇ ଆସୁଥିଲେ।ତେବେ ଏବେ ହଠାତ ଧର୍ମେନ୍ଦ୍ର ସାମୁହିକ ନେତୃତ୍ୱର କଥା କହିଛନ୍ତି।ଦଳ ନିଷ୍ପତି ନେବା କଥା କହିଛନ୍ତି।ତେବେ ଏତେ ଦିନ ପରେ ଆଜି ହଠାତ ଧର୍ମେନ୍ଦ୍ରଙ୍କୁ କାହିଁକି ଏପରି କହିବାକୁ ପଡ଼ିଲା ବୋଲି ଆଲୋଚନା ଜୋର ଧରିଛି।

ବାସ୍ତବରେ ଓଡ଼ିଶା ବିଜେପିରେ ବସନ୍ତ ପଣ୍ଡା ନାମକୁ ମାତ୍ର ସଭାପତି।ଧର୍ମେନ୍ଦ୍ରଙ୍କ ଇଶାରାରେ ଏଠି ସବୁ କିଛି ଘଟୁଥିଲା।ଦଳ ଭିତରେ ଏକ ବଡ଼ ଗୋଷ୍ଠୀ ଧର୍ମେନ୍ଦ୍ରଙ୍କୁ ଭାବି ମୁଖ୍ୟମନ୍ତ୍ରୀ ଭାବରେ ପ୍ରଚାର କରାଇ ଆସୁଥିଲେ।ଧର୍ମେନ୍ଦ୍ର ହିଁ ପରୋକ୍ଷ ଭାବରେ ସେପରି କରାଉଥିଲେ ବୋଲି କୁହାଯାଏ।ଦଳ ଭିତରେ ସାଙ୍ଗଠନିକ ଦାୟିତ୍ୱରେ ଥିବା ପ୍ରାୟ ନେତା/ନେତ୍ରୀ ଏହାର ଜୋରଦାର ପ୍ରଚାର କରାଉଥିଲେ।ଏପରିକି ଟିଭି ଆଲୋଚନାରେ ସିଧା ସଳଖ ଧର୍ମେନ୍ଦ୍ର ମୁଖ୍ୟମନ୍ତ୍ରୀ ପାର୍ଥି ବୋଲି କହୁଥିଲେ।ଅବଶ୍ୟ ପ୍ରତାପ ଷଡ଼ଙ୍ଗୀଙ୍କ ପରି ନେତାଙ୍କର ଏନେଇ ମତ ସଂପୂର୍ଣ୍ଣ ସଙ୍ଗଠନ ଭିତିକ ରହୁଥିଲା।ପ୍ରତାପ କହୁଥିଲେ ଏପରି ନିଷ୍ପତି ପାର୍ଲିଆମେଣ୍ଟାରୀ ବୋର୍ଡ ନେଇଥାଏ।କାହାକୁ ମୁଖ୍ୟମନ୍ତ୍ରୀ ଚେହେରା କରାଯାଇ ପାରେ,ନ’କରାଯାଇ ବି ପାରେ।ଏ’ ବାବଦରେ କହିବା ମୋ ଅଧିକାର ପରିସର ବହିର୍ଭୁତ।କେନ୍ଦ୍ରୀୟ ନେତୃତ୍ୱ ଏହି ନିଷ୍ପତି ନେବେ।କିନ୍ତୁ ଧର୍ମେନ୍ଦ୍ରଙ୍କ ମୁଖ୍ୟମନ୍ତ୍ରୀ ପାର୍ଥି ଉପରେ ସବୁଠାରୁ ବିରୋଧ କରି ଆସୁଥିବା କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ହଠାତ ଏକ ଟିଭି ଚ୍ୟାନେଲରେ କହିଲେ ଧର୍ମେନ୍ଦ୍ର ଆମର ମୁଖ୍ୟମନ୍ତ୍ରୀ ପାର୍ଥି।ଏବଂ ଏହା ପରେ ଯେଉଁଦିନ ଅପରାଜିତା ଷଡ଼ଙ୍ଗୀ ତେଣେ ଦିଲ୍ଲୀରେ ବିଜେପିରେ ଯୋଗ ଦେଲେ,ସେହି ଦିନ ହିଁ ଏଣେ ଭୁବନେଶ୍ୱରରେ ଜୁଏଲ ପୁଣି କହିଲେ ଧର୍ମେନ୍ଦ୍ର ଆମର ମୁଖ୍ୟମନ୍ତ୍ରୀ ପାର୍ଥି।ଦଳ ଭିତରେ କୌଣସି ନେତା ଏହାକୁ ଖଣ୍ଡନ କଲେ ନାହିଁ।କିନ୍ତୁ ଜୁଏଲ ବିଭିର୍ଣ୍ଣ ସ୍ତରରୁ ସମାଲୋଚିତ ହେଲେ।ଏହା ପରେ ପ୍ରାୟୋଜିତ ଢଙ୍ଗରେ କୁହାଗଲା ବିଜେପିରେ ନେତୃତ୍ୱ/ମୁଖ୍ୟମନ୍ତ୍ରୀ ଚେହେରା ପ୍ରସଙ୍ଗ ବିଜେଡି ଦ୍ୱାରା ସୃଷ୍ଟି କରାଯାଇଛି।ସେଥିପାଇଁ ଏଥିରେ ପୂର୍ଣ୍ଣଚ୍ଛେଦ ପକାଇବାକୁ ଜୁଏଲ ଏପରି କହିଲେ।କିନ୍ତୁ ଏହା ସଂପୂର୍ଣ୍ଣ ମିଥ୍ୟା।ଅପରାଜିତା ଷଡ଼ଙ୍ଗୀ ବିଜେପିରେ ଯୋଗ ଦେଉ ନଦେଉଣୁ ତୃଣମୂଳ ସ୍ତରରୁ ତାଙ୍କୁ ମୁଖ୍ୟମନ୍ତ୍ରୀ ଚେହେରା ଭାବରେ ସୋସିଆଲ ମିଡିଆରେ ପ୍ରବଳ ପ୍ରଚାର ହେଲା।ଏଥିରେ ବିଚଳିତ ହୋଇ ଜୁଏଲ ସେହିଦିନ ହିଁ ଧର୍ମେନ୍ଦ୍ର ମୁଖ୍ୟମନ୍ତ୍ରୀ ପାର୍ଥି ବୋଲି କହିଲେ।ଏବଂ ଏହାପରେ ଜୁଏଲଙ୍କ କଥା ଠିକ୍ ବୋଲି ଯୋଜନାବଦ୍ଧ ଭାବରେ ଉପସ୍ଥାପନା କରାଗଲା।

ଏମିତିରେ ମଝିରେ ଥରେ ରାଜ୍ୟ ସଭାପତି ପରିବର୍ତ୍ତନ କଥା ନେଇ ଆଲୋଚନା ହେଲା।ପ୍ରତାପ ଷଡ଼ଙ୍ଗୀ ସଭାପତି ହେଉଛନ୍ତି ବୋଲି ତୃଣମୂଳ ସ୍ତରରୁ କଥା ଉଠିଲା।ଯେତେବେଳେ ଏହା ଜୋରଦାର ପ୍ରଚାର ହେଲା,ରାଜ୍ୟ ପ୍ରଭାରୀ ଅରୁଣ ସିଂ ଆସି ଏହାକୁ ଖଣ୍ଡନ କଲେ।ଏବଂ ଦୋଷ ବିଜେଡି ଉପରେ ଲଦି ଏହା ତାଙ୍କ ଦ୍ୱାରା ସୃଷ୍ଟ ଗୁଜବ ବୋଲି କହିଲେ।ଯାହା କି ସଂପୂର୍ଣ୍ଣ ମିଛ ଥିଲା।ଅପରାଜିତା କି ପ୍ରତାପଙ୍କ କଥା ଉଠାଇବାରେ ବିଜେଡିର କୌଣସି ଭୂମିକା ନଥିଲା।ଏହା ବିଜେପିର ତୃଣମୂଳ ସଙ୍ଗଠନର ଅନ୍ତଃସ୍ୱର ଥିଲା।

ଏ ଭିତରେ ଏବେ ହଠାତ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଓଡ଼ିଶା ପରି ରାଜ୍ୟରେ ବ୍ୟକ୍ତି କେବେ ପ୍ରସଙ୍ଗ ହୁଏ ନାହିଁ।ବିଚାର ଧାରା ଏବଂ ନୀତି ହୋଇଥାଏ।ଆମ ଦଳରେ ଓଡ଼ିଶାରେ ସାମୂହିକ ନେତୃତ୍ୱରେ ନିର୍ବାଚନ ଲଢ଼ିବା ପାଇଁ ସ୍ଥିର ହୋଇଛି।କେହି ଘୋଷିତ ପାର୍ଥି ନାହାଁନ୍ତି।ଦଳରେ ଅନେକ ଯୋଗ୍ୟ ବ୍ୟକ୍ତି ଅଛନ୍ତି।ତେବେ ଆଜି ଯାଏଁ ଏକଥା କହୁ ନଥିବା ଧର୍ମେନ୍ଦ୍ର କାହିଁକି ଆଜି ଏପରି କଥା କହିଲେ?ଜୁଏଲଙ୍କ କଥାକୁ ଖଣ୍ଡନ କଲେ ଏବଂ ପ୍ରତାପ ଷଡ଼ଙ୍ଗୀଙ୍କ ପରି ନେତା ମୂଳରୁ କହି ଆସୁଥିବା କଥାକୁ ଆଜି ଧର୍ମେନ୍ଦ୍ର କହିଲେ।ବାସ୍ତବରେ ଅପରାଜିତା ଷଡ଼ଙ୍ଗୀ ବିଜେପିକୁ ଆସିବା ପରେ ହଠାତ ତାଙ୍କୁ ମୁଖ୍ୟମନ୍ତ୍ରୀ ପାର୍ଥି,ନବୀନ ପଟ୍ଟନାୟକଙ୍କ ବିକଳ୍ପ ଭାବରେ ତୃଣମୂଳ ସ୍ତରରୁ କାର୍ଯ୍ୟକର୍ତ୍ତା ଉପସ୍ଥାପନ କରିବା ଆରମ୍ଭ କରିଦେଲେ।ଏହା ପରେ ଜୁଏଲ କଥାକୁ ଖଣ୍ଡନ କରି ଧର୍ମେନ୍ଦ୍ରଙ୍କୁ ମୁଖ୍ୟମନ୍ତ୍ରୀ ପାର୍ଥି ବୋଲି କହି ପୂର୍ଣ୍ଣଛେଦ ଟାଣିବାକୁ ଚେଷ୍ଟା କଲେ।କିନ୍ତୁ ତାହା ପୂର୍ଣ୍ଣଛେଦ ନଥିଲା କମା ହୋଇ ରହିଗଲା।ଅପରାଜିତାଙ୍କ ସମର୍ଥନରେ ଅଧିକ ପ୍ରଚାର ହେଲା।ଅନ୍ୟ ଉପାୟ ନପାଇ ଶେଷରେ ଆଜି ଯାଏଁ ଯାହା ଧର୍ମେନ୍ଦ୍ର କହୁନଥିଲେ,କହିବାକୁ ବୋଧେ ବାଧ୍ୟ ହେଲେ!/ଦେବଦତ୍ତ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.