Home ଓଡ଼ିଶା ଜିତିଲେ; ଯାହାର କେନ୍ଦ୍ରମନ୍ତ୍ରୀ ହେବାର ସମ୍ଭାବନା

ଜିତିଲେ; ଯାହାର କେନ୍ଦ୍ରମନ୍ତ୍ରୀ ହେବାର ସମ୍ଭାବନା

2179

ଭୁବନେଶ୍ୱର:ନିର୍ବାଚନ ଲଢେ଼ଇ ଏବେ ଚରମ ସୀମାରେ।ବିଜେଡି ବିଧାନସଭା ବାଦେ ୨୧ରୁ ୨୧ ସାଂସଦ କଥା କହୁଛି।ବିଜେପି ବି ୨୧ ସହିତ ୧୨୦, ଡବଲ ଇଞ୍ଜିନ କଥା କହୁଛି।ତେବେ ସେ ଯାହା ହେଉ,କେନ୍ଦ୍ର ବିଜେପି ପାଇଁ ୨୧ ଲୋକସଭା କଥା ବଡ଼।ଏହି ୨୧ ଲୋକସଭା ଆସନ ମଧ୍ୟରୁ କେତେକ ସ୍ଥାନରେ ବିଜେପି କେତେଜଣ ହେଭିୱେଟ୍ ପାର୍ଥି ଉତାରିଛି।ତା’ ଭିତରେ କେନ୍ଦ୍ରାପଡ଼ାରୁ ବୈଜୟନ୍ତ ପଣ୍ଡା,ଭୁବନେଶ୍ୱରରୁ ଅପରାଜିତା ଷଡ଼ଙ୍ଗୀ,କଟକରୁ ପ୍ରକାଶ ମିଶ୍ର,ପୁରୀରୁ ସମ୍ବିତ ପାତ୍ର, ବାଲେଶ୍ୱରରୁ ପ୍ରତାପ ଷଡ଼ଙ୍ଗୀ,କନ୍ଧମାଳରୁ ଐର ଖାରବେଳ ସ୍ୱାଇଁ ଆଦିଙ୍କ ପରି ନେତା ଅଛନ୍ତି।ଏମାନେ ସବୁ ଓଡ଼ିଶାରେ ପରିଚିତ ବ୍ୟକ୍ତିତ୍ୱ।

୨୦୧୪ ନିର୍ବାଚନରେ ଓଡ଼ିଶାରୁ ବିଜେପି ପାଇଁ ଫଳାଫଳା ଅତ୍ୟନ୍ତ ନୈରାଶ୍ୟଜନକ ଥିଲା।ବିଧାନସଭା କଥା ଛାଡ଼ନ୍ତୁ, ୨୧ ଲୋକସଭା ଆସନରୁ କଷ୍ଟେମଷ୍ଟେ ବିଜେପି ଗୋଟାଏ ଜିତି ପାରିଥିଲା।ବାକି ୨୦ଟା ଜାକ ବିଜେଡି ପୋଛି ନେଇଥିଲା।ଏକମାତ୍ର ସୁନ୍ଦରଗଡ଼ ଆସନରୁ ଜିତି ପାରିଥିଲେ ଜୁଏଲ ଓରାମ।ଓଡ଼ିଶା ବିଜେପି ସିନା ନିରାଶା କଲା, କିନ୍ତୁ ମୋଦୀ ବଦାନ୍ୟତା ଦେଖାଇ ଗୋଟାଏ ବଦଳରେ ଦୁଇଟି ମନ୍ତ୍ରୀ ପଦ ଦେଇଥିଲେ।ଉଦ୍ଦେଶ୍ୟ ମଧ୍ୟ ଥିଲା,ଏମାନଙ୍କ ମାଧ୍ୟମରେ ପରବର୍ତ୍ତି ନିର୍ବାଚନ ପାଇଁ ଓଡ଼ିଶାରେ ସଙ୍ଗଠନ ମଜଭୁତ କରିବା।

ସେ ଯାହା ହେଉ, କାଲିର ସ୍ଥିତି ଆଜି ନାହିଁ।ଓଡ଼ିଶାରେ ମଧ୍ୟ ମୋଦୀ ଲହର ଯଥେଷ୍ଟ ବୃଦ୍ଧି ପାଇଛି।ଏବଂ ଗତଥର ତୁଳନାରେ ଏଥର ଯଥେଷ୍ଟ ପ୍ରଭାବୀ ନେତା ସାଂସଦ ପାର୍ଥି ହୋଇଛନ୍ତି।ବୈଜୟନ୍ତ ପଣ୍ଡା ନିଶ୍ଚିତ ଓଡ଼ିଶାର ଜଣେ ପ୍ରଭାବୀ ବ୍ୟକ୍ତିତ୍ୱ।ଜାତୀୟ ରାଜନୀତିରେ ମଧ୍ୟ ସେ ଜଣେ ପରିଚିତ ନାମ।ପାର୍ଲିଆମେଣ୍ଟାରୀ ମିଳିତ କମିଟି ପକ୍ଷରୁ ସେ ବିଦେଶ ଗସ୍ତ ଯାଆନ୍ତି।ତାଙ୍କ ପାଖରେ ଅନେକ୍ ଦକ୍ଷତା ରହିଛି।ସେହିପରି ଅପରାଜିତା ଷଡ଼ଙ୍ଗୀ ଆଇଏଏସ ଚାକିରୀ ଛାଡ଼ି ରାଜନୀତିକୁ ଆସିଛନ୍ତି।ଭୁବନେଶ୍ୱର କମିଶନର, ଗଣଶିକ୍ଷା ସଚିବ, ଏବଂ କେନ୍ଦ୍ରୀୟ ଡେପୁଟେସନରେ ବିଭିନ୍ନ ବିଭାଗରେ ଯୁଗ୍ମ ସଚିବ ଭାବରେ ସେ ଦକ୍ଷତାର ସହ କାମ କରିଛନ୍ତି।ତାଙ୍କ ପାଖରେ ବହୁତ ବଢ଼ିଆ ଅଭିଜ୍ଞତା ରହିଛି।ପ୍ରକାଶ ମିଶ୍ର ମଧ୍ୟ ସେହିପରି ଜଣେ ଚେହେରା।ପୋଲିସ ମହା ନିର୍ଦ୍ଦେଶକ ସମେତ କେନ୍ଦ୍ରୀୟ ଅର୍ଦ୍ଧ ସାମରିକ ବାହିନୀର ବିଭିନ୍ନ ବିଭାଗରେ ଦାୟିତ୍ୱରେ ରହି ସାରିଛନ୍ତି।ସେ ଦିଗରେ ତାଙ୍କର ଅଭିଜ୍ଞତା ମଧ୍ୟ ବହୁତ ଭଲ।

କେନ୍ଦ୍ରରେ ଯଦି ପୁଣି ମୋଦୀ ଶାସନ କରନ୍ତି ଏବଂ ଓଡ଼ିଶାରୁ ଏମାନଙ୍କ ମଧ୍ୟରୁ କେହି ସାଂସଦ ନିର୍ବାଚନ ଜିତି ପାରନ୍ତି, ତେବେ ଉପରୋକ୍ତ ଚେହେରା ମଧ୍ୟରୁ କେହି କେହି କେନ୍ଦ୍ରମନ୍ତ୍ରୀ ହେବାର ଯଥେଷ୍ଟ ସମ୍ଭାବନା ରହୁଛି।ମୋଦିଙ୍କ ମନ୍ତ୍ରୀ ମଣ୍ଡଳକୁ ଦେଖିଲେ ଜଣାପଡ଼େ ଯେ ସେ କେବଳ ଜଣେ ଭଲ ରାଜନୈତିକ ଦକ୍ଷ ବ୍ୟକ୍ତିକୁ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ଦେଇନାହାଁନ୍ତି।ମନ୍ତ୍ରୀ ମଣ୍ଡଳରେ ସ୍ଥାନ ଦେବା ବେଳେ, ବିଶେଷ କରି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ସେ ଦକ୍ଷତାକୁ ମଧ୍ୟ ଦେଖିଛନ୍ତି।କ୍ରୀଡ଼ା ମନ୍ତ୍ରୀ ପାଇଁ କ୍ରୀଡ଼ା ଅଭିଜ୍ଞତା ହେଉ, ଅବା ରେଳବାଇରେ ଚଟାର୍ଡ ଆକାଉଣ୍ଟଟାଣ୍ଟ, ବିଦେଶ ବିଭାଗ ପାଇଁ ସେନା ମୁଖିଆ, ପ୍ରତିଷ୍ଠିତ ଅର୍ଥଶାସ୍ତ୍ରୀ, ଓକିଲ, ଡାକ୍ତର ଆଦି ପ୍ରାୟ ସବୁ କ୍ଷେତ୍ରରେ ସେ ଅଭିଜ୍ଞତା, ଦକ୍ଷତା ଥିବା ବ୍ୟକ୍ତି ଖୋଜିଛନ୍ତି।ତେଣୁ ସେହି ଦୃଷ୍ଟିକୋଣରୁ ଓଡ଼ିଶାରେ ଏବେ ବୈଜୟନ୍ତ ପଣ୍ଡା, ଅପରାଜିତା ଷଡ଼ଙ୍ଗୀ, ପ୍ରକାଶ ମିଶ୍ର ଜଣେ ଜଣେ ଦକ୍ଷ ଏବଂ ଅଭିଜ୍ଞତା ସଂପର୍ଣ୍ଣ ବ୍ୟକ୍ତିତ୍ୱ।ତେଣୁ ଏମାନଙ୍କ ମଧ୍ୟରୁ ଯଦି କେହି ନିର୍ବାଚନ ଜିତି ପାରନ୍ତି, ତେବେ ଏମାନେ କେହି କେନ୍ଦ୍ରମନ୍ତ୍ରୀ ମଣ୍ଡଳରେ କୌଣସି ଭଲ ବିଭାଗରେ ମନ୍ତ୍ରୀପଦ ପାଇବାର ସମ୍ଭାବନା ରହିଛି।//ଦେବଦତ୍ତ

ଟିକେଟ ବଣ୍ଟନ ପ୍ରକ୍ରିୟାକୁ ନେଇ ସଂଘ ପରିବାରରେ ବିଦ୍ରୋହ:ବିଜେପିର ସାଥି ଏବେ ଅର୍ବାନ ନକ୍ସଲ!

ଓଡ଼ିଶା ବିଜେପି ହେବ ଆରଏସଏସ ମୁକ୍ତ: “ଟୁକୁଡ଼େ ଟୁକୁଡ଼େ” ଗ୍ୟାଙ୍ଗ, ମୋଦିଙ୍କ ପୋଷ୍ଟରକୁ ଜୋତାରେ ପିଟିଥିବା ବ୍ୟକ୍ତି ଏବେ ବିଜେପିର ସାଥି!

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.