Home ଓଡ଼ିଶା ଏ ଶ୍ରୀମନ୍ଦିରର ଚିନ୍ତା କାହାକୁ!

ଏ ଶ୍ରୀମନ୍ଦିରର ଚିନ୍ତା କାହାକୁ!

698

– ଦେବପ୍ରସାଦ ମିଶ୍ର
ସମଗ୍ର ବିଶ୍ୱ ବ୍ରହ୍ମାଣ୍ଡର ଯିଏ ନାୟକ ସ୍ୱୟଂ ଜଗନ୍ନାଥ ମହାପ୍ରଭୁ ତାହାଙ୍କ ଆବାସସ୍ଥଳୀ ଉତ୍କଳ ବା ଓଡିଶା ପ୍ରଦେଶର ପୁରୀ ଠାରେ, ଆଜି ତାଙ୍କର ବାସସ୍ଥାନ ଶ୍ରୀମନ୍ଦିର ବାଇଶି ପାହାଚ ଜନଶୂନ୍ୟ, ତାଙ୍କ ନିଜ ଘର କବାଟବି ଏ ପର୍ଯ୍ୟନ୍ତ ଅର୍ଥାତ ଦିନ ୫ ଟା ୧୫ ମିନିଟ ପର୍ଯ୍ୟନ୍ତ ଖୋଲି ନଥିଲା, ସେ ଅଘସା ମୁହଁ ବି ଟିକେ ଧୋଇ ପାରିଲେ ନାହିଁ ୫ ଟା ପରେ ଟିକେ ବାଳଭୋଗ ତାଙ୍କ ପାଟିରେ ଲାଗିଲା।ଯିଏ ପହିଲି ଭୋଗ ବେଳେ ରାତି ଥାଉ ଥାଉ ରାତି ତିନିରୁ ଉଠି ପହିଲି ଭୋଗ ଖାଇବେ ବୋଲି ସବୁ ନିତ୍ୟକର୍ମକୁ ସଅଳ ସାରି ଯାଇ ସିଂହାସନରେ ଭକ୍ତଙ୍କ ଦର୍ଶନ ପାଇଁ ତାଙ୍କ ରତ୍ନସିଂହାସନରେ ବସି ପଡନ୍ତି, ଆଜି ସିଏ ନିଜେ ତାଙ୍କରି ସେବକ ସେବାୟତଙ୍କ ହାତରେ ନଜର ବନ୍ଦୀ.ଆଜି ୨୦୧୮ ଡିସେମ୍ବର ୨୮ ତାରିଖ ଶୁକ୍ରବାର ଭୁବନେଶ୍ୱରରେ ଜଣେ ବନ୍ଧୁ ତାଙ୍କ ଘରେ ପ୍ରତିବର୍ଷ ଏ ଶୀତଦିନେ ପୁଷ ମାସରେ ଜଗନ୍ନାଥ ମହାପ୍ରଭୁଙ୍କ ସକାଳର ପହିଲି ଭୋଗ ଆଗରୁ ବରାଦ ଦେଇ ପୁରୀରୁ ପ୍ରସାଦ ଆଣି ବହୁ ବଂଧୁ ଓ ଜଗନ୍ନାଥ ଭକ୍ତଙ୍କୁ ନିମନ୍ତ୍ରଣ କରନ୍ତି ପ୍ରସାଦ ସେବନକୁ ଏମିତି ବହୁ ଭକ୍ତଙ୍କୁ ସେ ଆଗରୁ କହିଥାନ୍ତି ଫୋନ ଯୋଗେ ୨୮ ତାରିଖ ଦିନ ଖବର ଆସିଲା ଆଜି ପୁରୀରୁ ପହିଲି ଭୋଗ ଆସିପାରିବ ନାହିଁ ବର୍ତ୍ତମାନ ସକାଳ ୯ ଟା ହେଲାଣି ମହାପ୍ରଭୁଙ୍କ ପହଡ ଖୋଲିନି, ତାଙ୍କ ଦୁଆର ଖୋଲିନି.ଆଉ ପହିଲି ଭୋଗ ଆସିବ କେଉଁଠୁ !

ଘଟଣାର ସତ୍ୟତା ଜାଣିବା ପାଇଁ ଭୁବନେଶ୍ୱରରୁ କାରରେ ବାହାରିଲା ବେଳକୁ ଧଉଳି ଛକରେ ଜଣେ ବଂଧୁଙ୍କୁ ଭେଟିଲୁ ସେ କହିଲେ ଏତେ ସକାଳୁ ପୁରୀ ବାହାରିଛ, ମୁଁ ତ ପୁରୀରୁ ମହାପ୍ରଭୁଙ୍କ ଦର୍ଶନ ନପାଇ ସିଂହଦ୍ୱାରଠାରେ ଗରୁଡସ୍ତମ୍ଭରେ ମୁଣ୍ଡିଆଟିଏ ମାରି ଫେରିଲି ଗତ କାଲି ରାତି ଅର୍ଥାତ ଗୁରୁବାର ରାତିରେ ଶ୍ରୀମନ୍ଦିରକୁ ଭିତରଛୁ ମହାପାତ୍ରଙ୍କ ସାଙ୍ଗେ ତିନିଜଣ କିଏ ମହାପ୍ରଭୁଙ୍କ ଦର୍ଶନରେ ଯାଉଥିଲେ ତାଙ୍କୁ ପୁଲିସ ଅଟକାଇବାରୁ ସେ ମହାପାତ୍ରଙ୍କ ସଙ୍ଗେ ଗଣ୍ଡୋଗଳ ଘଟି ପୁଲିସ ମାଡରେ ତାଙ୍କ ନାକ ଫାଟିଛି ପୁଲିସରେ ଦି ପକ୍ଷରୁ ଏତଲା ହୋଇଛି। ଏଇ ଘଟଣାକୁ ନେଇ ସେବାୟତମାନେ ଏକାଠି ହୋଇ ପ୍ରତିବାଦ କରି ବୋଧହୁଏ ମହାପ୍ରଭୁଙ୍କ କବାଟ ଖୋଲିନାହାନ୍ତି। ଏ ଘଟଣାର ସମାଧାନ ହେଲେ ମନ୍ଦିର ଖୋଲିବ। ସେଠୁ ଯେତେବେଳେ ଠାକୁରଙ୍କ ନାଁ ଧରି ବାହାରିଛୁ, ତେଣୁ ଯିବା.ଆମେ ପହଞ୍ଚିଲା ବେଳକୁ ମନ୍ଦିର ଖୋଲିଯାଇଥିବ ଭାବି ପୁରି ଆଡକୁ ବାହାରିଲୁ ଦିନ ୧୦ ଟାରୁ ୧୧ ଭିତରେ ବହୁ ଘରୋଇ ଗାଡି, ଟ୍ୟାକ୍ସି, ଓଲା ଆଦି ଭୁବନେଶ୍ୱର ଆଡକୁ ମାଡି ଆସୁଛନ୍ତି ଖବର ନେବାରେ ଜଣାଗଲା ମନ୍ଦିରରେ ଷ୍ଟ୍ରାଇକ ସେବକମାନେ ମନ୍ଦିର କବାଟ ଖୋଲୁନାହାନ୍ତି, ଆଉ ପହିଲିଭୋଗ କଣ ପାଇବୁ.ପ୍ରଭୁଙ୍କୁ କଣ ଦେଖିବୁ ଆଜି କିଛି ମିଳିବନି ତେଣୁ ମନ ଦୁଃଖରେ ଭୁବନେଶ୍ୱର ଫେରି ଯେ ଯୁଆଡୁ ଆସିଛୁ ଫେରିଯିବୁ। କାର ଭିତରେ ଦୁଇଜଣ ଆଉ ଜୀବନରେ ପୁରୀ କି ଜଗନ୍ନାଥ ମହାପ୍ରଭୁଙ୍କ ପାଖୁ ଆସିବାନି ବୋଲି କହୁଥାନ୍ତି, ଏଠି ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ, ତାଙ୍କର ସମଗ୍ର ଦେଶରେ ଭଲ ପ୍ରଶାସକ ଓ ମୁଖ୍ୟମନ୍ତ୍ରୀ ବୋଲି ଏତେ ସୁନାମ କିନ୍ତୁ ପୁରୀ ପରି ସ୍ଥାନରେ କାହିଁକି ମନ୍ଦିର ବନ୍ଦ.ପୁଲିସ ନା ପ୍ରଶାସନ କି ସୂଚନା କେନ୍ଦ୍ର ଏଠି ବନ୍ଦର କାରଣ ବିଷୟରେ କେହି କିଛି ସୂଚନା ଦେଇପାରୁ ନାହାନ୍ତି।ଡାକ୍ତର ଖାନା ଟପିଲା ପରେ ପଇଡ ପିଇଲା ବେଳେ ସେ ପଇଡ ବିକାଳୀଠାରୁ ପୁରୀ ସହର ଓ ଶ୍ରୀମନ୍ଦିରରେ ସେବାୟତଙ୍କ ଦୌରାତ୍ମ୍ୟ ସଂପର୍କରେ ଜାଣିବାକୁ ପାଇଲୁ, ସେ ପଇଡ ବିକାଳୀ କହୁଛି ବାବୁ କେଉଁଠି ଗାଡି ରଖିବ, ଗାଡି ରଖି ·ରିପଟୁ ତାଲା ବନ୍ଦକରି ଗଲେ ମଧ୍ୟ ଆସିଲା ବେଳକୁ ଗାଡିରେ କିଛି ନଥିବ। ଏଠି ଚୋର, ଖଣ୍ଟ, ଡକାୟତ ଏପରି ମାତିଛନ୍ତି ଯେ ପ୍ରତିଦିନ ଏଠାରେ ବୋମାଫିଙ୍ଗା, ଛୁରାମାଡ ନଚେତ ଗୁଳିମାଡ ସେ ପୁରୀ ଆଉ ପୁରୀ ହୋଇ ନାହିଁ ଏଠି ପୁଲିସ, ପ୍ରଶାସନ, ଏମ୍ଲେ.ଏ, ମନ୍ତ୍ରୀ, ସ୍ୱୟଂ ଗଜପତି, ଶଙ୍କରା·ର୍ଯ୍ୟ ମହାପ୍ରଭୁ ଥାଇ ମଧ୍ୟ ଏ ମହାପ୍ରଭୁଙ୍କ ସେବାୟତଙ୍କ ଉପରେ କାହାରି ହୁକୁମ୍ ର କିଛି ମୂଲ୍ୟ ନାହିଁ। ସରକାର ମନ୍ଦିର ପରି·ଳନା ବା ମନ୍ଦିରକୁ ନିଜ ଆୟତରେ ରଖିଥିଲେ ମଧ୍ୟ ସେବାୟତଙ୍କ ଉପରେ କାହାରି କିଛି କର୍ତ୍ତୁତ୍ୱ ନାହିଁ। ଗଲା ରଥଯାତ୍ରା ନବକଳେବର ବେଳେ ମହାପ୍ରଭୁଙ୍କ ଦାରୁ ଚିହ୍ନଟରେ ଫିକ୍ସିଂ କୁ ନେଇ ଦାରୁବ୍ରହ୍ମ ପରିବର୍ତ୍ତନ ଠିକ ସମୟରେ ନ ହୋଇ ତା ପରଦିନ ହେବାରେ.ଏଥିପାଇଁ ମାନ୍ୟବର ସୁପ୍ରିମ କୋର୍ଟ ମଧ୍ୟ ଏଥିରେ ହସ୍ତକ୍ଷେପ ପାଇଁ ପଦକ୍ଷେପ ନେଇ ଅବସ୍ଥା ନ ସୁଧୁରିବାରୁ ମାନ୍ୟବର କୋର୍ଟଙ୍କ ପ୍ରତିନିଧି ହାତ ଟେକିଦେବା ପରେ ମନ୍ଦିର ଆଜି ଏ ଅବସ୍ଥାରେ। ସେବାୟତ – ପ୍ରଶାସନ ମନୋମାଳିନ୍ୟ ମତାନ୍ତର ପରେ ଆଜି ଖୋଦ ମହାପ୍ରଭୁ ସେବାୟତଙ୍କ ହାତରେ ନଜରବନ୍ଦୀ ଦିନ ୫ଘଣ୍ଟା ୧୨ ମିନିଟ ପରେ ସେବାୟତଙ୍କ ମନ ହେଲାରୁ ସେମାନେ ମନ୍ଦିର କବାଟ ଖୋଲିଲେ ରାଜ୍ୟ ସରକାର ନିଯୁକ୍ତ କରିଥିବା ମୁଖ୍ୟ ପ୍ରଶାସକ କି ସରକାର କେହି ଏ ସେବାୟତଙ୍କ ମାନମାନୀ ଜିଦ ଉପରେ କିଛି କଟକଣା ଜାରି କରିପାରିଲେ ନାହିଁ।ସେବାୟତ କି ସରକାର, କେହି ଏ ଗଜପତି ମହାରାଜ ଓ ଶଙ୍କରା·ର୍ଯ୍ୟଙ୍କୁ କିଛି ପ·ରିଲେ ନାହିଁ। ଆଜି ସାରାଦେଶ କାହିଁକି ବିଦେଶରେ ପୁରୀ ଶ୍ରୀମନ୍ଦିରରେ ଏପରି ମହାପ୍ରଭୁଙ୍କୁ ନଜରବନ୍ଦୀ କରି ରଖିଥିବାର ଆଲୋଚନା ରାଜ୍ୟରେ, ଦେଶଭିତରେ ଓ ବିଦେଶରେ ଓଡିଶା ପୁରୀ ଶ୍ରୀମନ୍ଦିର ସାମନାରେ ସିଂହଦ୍ୱାର ପାଖେ ଭକ୍ତ ଓ ପୁଲିସଙ୍କ ମଧ୍ୟରେ ଟଣା ଓଟରାର ଫୋଟଚିତ୍ର ବାରମ୍ବାର ପ୍ରଦର୍ଶିତ ହେବାରୁ ମନ୍ଦିରର ସୁନାମ ଆଜି ରସାତଳଗାମୀ ହୋଇଛି। ସମଗ୍ର ପୃଥିବୀରେ ଆଜି ପୁରୀ ଶ୍ରୀମନ୍ଦିରରେ ସେବାୟତଙ୍କ ମନୋମୁଖୀ ଆଚରଣ ଓ ବ୍ୟବହାର ଉପରେ ଆଲୋଚନା।

ପଇଡ ବିକାଳୀଟି ଏହି କଥା ତା ଗରାଖଙ୍କୁ ବଖାଣୁ ଥିବା ବେଳେ ପାଖ ପଡିଶାରୁ ଲୋକେ ରୁଣ୍ଡ ହୋଇ ପୁରୀ ଆଉ ସେ ନୀଳାଚଳ ଧାମରେ ନାମିତ ହୋଇନାହିଁ ବରଂ ଭ୍ରଷ୍ଟାଚାର, ଗୁଣ୍ଡାମୀ, ଦୁଷ୍କର୍ମ, ଅନୀତି ଆଦି ସକଳ ନୀତି ବିରୋଧୀ କାର୍ଯ୍ୟକଳାପର ତୀର୍ଥ ରୂପେ ପରିଗଣିତ ହୋଇଛି।ରାଜଧାନୀଠାରୁ ମାତ୍ର ୪୦ ମିନିଟର ରାସ୍ତା ହୋଇ ମଧ୍ୟ ମନ୍ତ୍ରୀ, ମୁଖ୍ୟ ପ୍ରଶାସକ କେହି ଏ ଘଟଣାର ସମାଧାନ କରିବାକୁ ଆସିଲେ ନାହିଁ ବରଂ ଟିଭିରେ ବୟାନ ବାଜି କରି ନିଜ ନିଜ ଯିଦରେ ଅଟଳ ରହିଲେ ଏ ମାମଲାର ତୁରନ୍ତ ଫଇସଲା ନ ହେଲେ ମାନଚିତ୍ରରେ ଓଡିଶା ଏକ ଜଗନ୍ନାଥ ବିରୋଧି ପ୍ରଦେଶ ରୂପେ ଲୋକେ ମନେ କରିବେ କାରଣ ଯେତେ ରାଜକାର୍ଯ୍ୟ ଗୁରୁତର ଓ ତୁରନ୍ତ ମନେହେଲେ ସୁଦ୍ଧା ପ୍ରଥମେ ମହାପ୍ରଭୁଙ୍କ ପୂଜା, ସେବାନୀତି ଆଦିକୁ ଗୁରୁତ୍ୱ ଦେବାକୁ ହେବ ଏ କଥା ମଧ୍ୟ ପୁରୀ ଗଜପତି ମହାରାଜ ଦିବ୍ୟସିଂହ ଦେବ କହିଛନ୍ତି।

ଏ ସବୁ ଗଣ୍ଡୋଗଳ ବିଶୃଙ୍ଖଳା ଦେଖି ରାଜ୍ୟବାସୀ ପ୍ରଥମରୁ ଦାବି କରିଆସୁଛନ୍ତି ଯେ, ପୁରୀ ଶ୍ରୀମନ୍ଦିରର ସମସ୍ତ ପୂଜା, ଦେବନୀତି, କ୍ରାନ୍ତି ମହୋତ୍ସବ ବିଶେଷକରି ରଥଯାତ୍ରା ଭଳି ମହୋତ୍ସବର ଦାୟିତ୍ୱ ମହାମାନ୍ୟ ଶଙ୍କରା·ର୍ଯ୍ୟ, (ଶ୍ରୀମଦ ନିଶୁଳା ନନ୍ଦ ସରସ୍ୱତୀ ଗୋବର୍ଦ୍ଧନପୀଠ ପୁରୀ ) ଓ ଗଜପତି ମହାରାଜଙ୍କ ହାତରେ ଦିଆଯାଉ ସରକାର ଅନ୍ୟାନ୍ୟ ଦାୟିତ୍ୱକୁ ଯଥା ଅର୍ଥ ଉନ୍ନତି, ସଂସ୍କାର, ମରାମତି ଆଦି ପାଇଁ ବିଭିନ୍ନ ପ୍ରଶାସକଙ୍କୁ ରଖାଯାଉ।ଜଗନ୍ନାଥ ମନ୍ଦିର ପାଇଁ ଏକ ସ୍ୱତନ୍ତ୍ର କୁଶଳୀ ବା ପୋଲିସ ବାହିନୀର ଗଠନ ପାଇଁ ମଧ୍ୟ ଅନୁମତି ଦିଆଯାଉ। ଶ୍ରୀ ମନ୍ଦିରକୁ ସମସ୍ତ ପ୍ରକାର ଦଳୀୟ ରାଜନିତୀରୁ ଉର୍ଦ୍ଦରେ ରଖାଯାଉ, ଲଗାତର ଶ୍ରୀମନ୍ଦିରକୁ କେନ୍ଦ୍ର କରି ଯେତେ ବିଶୃଙ୍ଖଳା, ଗଣ୍ଡୋଗଳ ଏପରିକି ୨୮ ତାରିଖ ଗଣ୍ଡୋଗଳରେ ମଧ୍ୟ ରାଜନିତୀର ସଂପୃକ୍ତି ଥିବା ବାରି ହେଉଛି। ଜଣେ ସେବାୟତ କହୁଥିଲେ ଗଲା ୨୮ ତାରିଖରେ ଯେ, ଯଦି ସ୍ଥାନୀୟ ବିଧାୟକ ଚାହିଁବେ ତେବେ ଏ ବିବାଦର ସମାଧାନ ସାଙ୍ଗେ ସାଙ୍ଗେ ତୁଟିଯିବ ଈତ୍ୟାଦି ତେଣୁ ଶ୍ରୀ ମନ୍ଦିରକୁ ରାଜନୀତିଠାରୁ ଦୂରରେ ରଖାଯାଉ ନଚେତ ଜଣେ ମୁଖ୍ୟ ପ୍ରଶାସକଙ୍କୁ ପୁରୀଠାରେ କେବଳ ପୁରୀ ଶ୍ରୀମନ୍ଦିର କଥା ବୁଝିବାକୁ ରଖାଯାଉ। ସେ ଶଙ୍କରା·ର୍ଯ୍ୟ ମହୋଦୟ ଓ ଗଜପତି ମହାରାଜଙ୍କ ପରାମର୍ଶରେ କାମ କରିବେ ଗଜପତି ମହାରାଜଙ୍କୁ ଦୈନିକ ମନ୍ଦିରର ସେବା ପୂଜା, ନୀତି, କ୍ରାନ୍ତି ଦାୟିତ୍ୱ ଦିଆଯାଉ ତାଙ୍କରି ପରାମର୍ଶ, ଆଲୋଚନା ବି·ର ବିମର୍ଷରେ ମନ୍ଦିର କାର୍ଯ୍ୟ·ଲୁ। ସରକାରଙ୍କ ସରକାରୀ ନୀତିରେ ମନ୍ଦିର ·ଲିପାରିବ ନାହିଁ, ମନ୍ଦିର ସଂକ୍ରାନ୍ତୀୟ ସମସ୍ତ କଥାରେ ସରକାର ନିଷ୍ପତି ନେବା ପୂର୍ବରୁ ଏ ଦୁଇ ଜଣଙ୍କ ପରାମର୍ଶ ନିଆଯାଉ। ଜଗନ୍ନାଥ ମହାପ୍ରଭୁ ଓ ଶ୍ରୀମନ୍ଦିରକୁ ନେଇ ହଠାତ ଓ ଆକସ୍ମିକ ବିଶୃଙ୍ଖଳା ବିରୋଧ ଦେଖାଦେଲେ ତତ୍କ୍ଷଣାତ ସମସ୍ୟାର ସମାଧାନ ପାଇଁ ଏହା ସାହଯ୍ୟ କରନ୍ତା ବୋଲି ଏହା ପୁରୀ ବାସିନ୍ଦାଙ୍କ ଆଲୋଚନା, ଶ୍ରୀମଦ ଶଙ୍କରା·ର୍ଯ୍ୟ ଓ ଗଜପତି ମହାରାଜଙ୍କୁ ସରକାର ଅଲୋଡା ବା ଅଣଦେଖା କରିବା ଉଚିତ୍ ମନେ ହେଉନାହିଁ।

ପୁରୀ ପର୍ଯ୍ୟଟନ କ୍ଷେତ୍ର ପୁରୀ ସହର ତା ଆଖପାଖ କୋଣାର୍କ, ଚନ୍ଦ୍ରଭାଗା, ସାକ୍ଷୀଗୋପାଳ ପରି ସ୍ଥାନ ଗୁଡିକରେ ଆଇନ ଶୃଙ୍ଖଳା ରକ୍ଷା ପାଇଁ ପୁଲିସ ଓ ପ୍ରଶାସନକୁ ଅଧିକ ତତ୍ପର ଓ ବ୍ୟାପକ କରାଯିବା ଆବଶ୍ୟକ ଏଠାରେ ଆବଶ୍ୟକ ସଂଖ୍ୟକ ସାଧା ପୋଷାକରେ ଗୁଇନ୍ଦା ପୁଲିସ ରଖାଯାଉ ଚୋର, ଡକାୟତ, ଦୁଷ୍କର୍ମକାରୀ, ହତ୍ୟାକାରୀଙ୍କୁ ଧରିବା ପାଇଁ ସ୍ୱତନ୍ତ୍ର ପୁଲିସ ସ୍କ୍ୱାର୍ଡ ସହିତ ସ୍ଥାନୀୟ ଯୁବକମାନଙ୍କୁ ମୃତୟନ କରାଯାଉ ମାଦକ ଦ୍ରବ୍ୟ, ଭାଙ୍ଗ, ଗଞ୍ଜେଇ, ମଦ, ବ୍ରାଉନସୁଗାର କାରବାର ଆଦି ଦେଶୀ ବନ୍ଧୁକ, ବିଦେଶୀ ବନ୍ଧୁକ, ମାଉଜର ଆଦିର ଚୋରାକାରବାରକାରି ପର୍ଯ୍ୟଟକ ବେଶରେ ଆସି ଏସବୁ କାର୍ଯ୍ୟ କରିବା ପାଇଁ ସ୍ଥାନୀୟ ଯୁବକମାନଙ୍କୁ ପ୍ରଲୋଭନ ଆଦି ଦେଖାଇ ତାଙ୍କୁ ତାଙ୍କ କାର୍ଯ୍ୟରେ ସାହାଯ୍ୟ କରିବା ପାଇଁ ଜାଲ ବିଛାଉଥିବାରୁ ସହରରେ ନାନା ପ୍ରକାର ଆଇନ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଛି ଫଳରେ ପର୍ଯ୍ୟଟନ ଋତୁରେ ପର୍ଯ୍ୟଟକଙ୍କ ସଂଖ୍ୟା କମୁଛି ଅଧିକ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଉଛି, ପୁରୀକୁ କେହି ଆସିବା ପାଇଁ ନିରାପଦ ମଣୁ ନାହାନ୍ତି। ପୁଣି ପୁରୀ ଆସିବାକୁ ଥିବା ୧୬ ନମ୍ବର ଜାତୀୟ ରାଜପଥରେ ରାସ୍ତାରେ ଦିନ ଓ ରାତିରେ ରାହାଜାନୀ ଛିନ୍ନତାଇ ଆଦି ପୁରୀ ସହର ଓ ତା ଆଖ ପାଖ ଅଞ୍ଚଳରେ ଭୁବନେଶ୍ୱର, କଟକ ଆଡୁ ଅସାମାଜିକ ବ୍ୟକ୍ତିମାନେ ଆସି ପୁରୀରେ ଡେରା ପକାଇଛନ୍ତି। ପୁରୀ ସମୁଦ୍ର କୂଳ ଅଞ୍ଚଳ କୋଣାର୍କ ଛଇତନା ସଦର ଅଞ୍ଚଳ ପିପିଲି ପାଖରେ ଏ ଦଳ ଆଡ୍ଡା ଜମାଇବରେ ଲାଗିଛନ୍ତି ବୋଲି ଆଲୋଚନା ହେଉଛି। କର୍ତ୍ତୁପକ୍ଷ ଏହା ଉପରେ ଗୁରୁତ୍ୱ ଦେବା ଉଚିତ ମନେହୁଏ।

ବରିଷ୍ଠ ସାମ୍ବାଦିକ, ସାମ୍ବାଦିକ କଲୋନୀ, ତୁଳସୀପୁର, କଟକ-୮

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.