ଜାଣନ୍ତୁ ଆପଣଙ୍କର ସାପ୍ତାହିକ ରାଶିଫଳ: ୧୬ ଅପ୍ରିଲ ରୁ ୨୨ ଅପ୍ରିଲ

ମେଷ (Aries): ଏହି ସପ୍ତାହର ପ୍ରାରମ୍ଭରେ ପାରବାରି ଉପରେ ଅଳ୍ପ ପ୍ରତିକୂଳତା ରହିବ। ବୈବାହିକ ଜୀବନରେ ଚିନ୍ତା ହୋଇପାରେ। ୧୬ ଏବଂ ୧୭ ତାରିଖରେ ଆପଣଙ୍କ ରାଶିରେ ଚନ୍ଦ୍ର ଏବଂ ସାଥିରେ ଉଚ୍ଚ ସୂର୍ଯ୍ୟଙ୍କ ପ୍ରଭାବ ହେବାରୁ ଆପଣଙ୍କପାଇଁ ସଫଳତାଦାୟକ ସମୟ ରହିବ। ଆପଣଙ୍କ ଚିନ୍ତା ଦୂର ହେବ। ବନ୍ଧୁ ବାନ୍ଧବଙ୍କ ସହ ସାକ୍ଷାତ ହେବ। ଆପଣ ଯୋଜନାବଦ୍ଧ ଭାବରେ କାର୍ଯ୍ୟ କରିବେ। ବ୍ୟବସାୟ ଯାତ୍ରା ସଫଳ ରହିବ। ୧୮, ୧୯ ଏବଂ ୨୦ ତାରିଖ ଦିନ ଆପଣ ବ୍ୟବହାରିକ ରହିବେ। କାର୍ଯ୍ୟ ସମୟରେ ଆପଣ ଆରାମ ପାଇଁ ମଧ୍ୟ ସମୟ ବାହାର କରି ପାରିବେ। ୨୧ ତାରିଖ ଦିନ ଲାଭଦାୟୀ ଦିନ ରହିବ। ବ୍ୟବସାୟରେ ଅନୁକୂଳତା ରହିବ। ନୂଆ ବସ୍ତ୍ର, ଆଭୂଷଣ, ମନୋରଞ୍ଜନ ଏବଂ ଆରାମଦାୟକ ଦ୍ରବ୍ୟ କିଣି ପାରିବେ। ୨୦ ତାରିଖରେ ଶୁକ୍ର ଆପଣଙ୍କ ରାଶିରେ ଦ୍ୱିତୀୟ ସ୍ଥାନରେ ଭ୍ରମଣ କରିବାଯୋଗୁଁ ପରିବାରରେ ସୁଖ ଶାନ୍ତି ରହିବ। ମିତ୍ରମାନଙ୍କ ତରଫରୁ ଭେଟ ଉପହାର ମିଳିପାରେ।

ବୃଷ (Taurus): ଉନ୍ନତିର ମାର୍ଗ ଖୋଲିବ। ୧୫ ତାରିଖରେ ସୂର୍ଯ୍ୟ ଆପଣଙ୍କ ରାଶିରେ ଦ୍ୱାଦଶଘରେ ହେବାରୁ ପରିଶ୍ରମ କରିବା ଉପରେ ମଧ୍ୟ ଇଚ୍ଛାମୁତାବକ ପରିଣାମ ମିଳିବାରେ ଅସୁବିଧା ଆସିବ। ସ୍ଵାସ୍ଥ୍ୟ ସ୍ୱଳ୍ପ ଖରାପ ରହିପାରେ। ୧୬ ଏବଂ ୧୭ ତାରିଖରେ କୌଣସି କାର୍ଯ୍ୟ ବିନା ବିଚାରରେ କରନ୍ତୁ ନାହିଁ। କାରଣ ଆପଣ କୌଣସି ପ୍ରକାରର ଆର୍ଥିକ ସଂକଟ କିମ୍ବା ଦେବାନେବାରେରେ ଫସିପାରନ୍ତି। ଧନ-ସଂପତ୍ତିର ମାମଲାରେ ଖୂବ ଗଭୀର ବିଚାର କରି ନିଷ୍ପତି ନିଅନ୍ତୁ। କୌଣସି ସରକାରୀ ଅଣସରକାରୀ କାଗଜପତ୍ରକୁ ଧ୍ୟାନରେ ପଢିକରି ସ୍ୱାକ୍ଷର କରିବେ। ୧୮, ୧୯ ଏବଂ ୨୦ ତାରିଖର ଦ୍ୱିପ୍ରହର ପର୍ଯ୍ୟନ୍ତ ଧୀରେ-ଧୀରେ ଆପଣଙ୍କପାଇଁ ଅନୁକୂଳ ସମୟ ଆସିବ। ବନ୍ଧୁମାନଙ୍କ ସହ ଆତ୍ମୀୟତା ରହିବ। ଜୀବନସାଥୀଙ୍କ ସାଥିରେ ଭଲ ସମୟ ବିତାଇବେ। ଆପଣଙ୍କ କାର୍ଯ୍ୟକ୍ଷମତାରେ ବୃଦ୍ଧି ହେବ। ଉତ୍ସାହର ସହିତ କାମ କରିବେ।

ମିଥୁନ (Gemini): ସୂର୍ଯ୍ୟ ଆପଣଙ୍କ ରାଶିରେ ଏକାଦଶତମ ସ୍ଥାନରେ ଭ୍ରମଣ କରିବାରୁ ଆପଣଙ୍କୁ ସରକାରଙ୍କର ତରଫରୁ ଲାଭ ମିଳିବ। ଚାକିରିରେ ପ୍ରମୋଶନର ସମ୍ଭାବନା ରହିବ। ଆଧ୍ୟାତ୍ମିକ ଏବଂ ମାଙ୍ଗଳିକ କାର୍ଯ୍ୟ ହେବ। ସୂର୍ଯ୍ୟ ଏବଂ ଶୁକ୍ର ସାଥିରେ ହେବାରୁ ସମାଜର କୌଣସି ପ୍ରତିଷ୍ଠିତ ବ୍ୟକ୍ତିଙ୍କ ସହିତ ମିଳିବା ସମ୍ଭବ। ୧୬ ଏବଂ ୧୭ ତାରିଖ ଉତ୍ତମ ସମୟ ଅଟେ। ଭାଗ୍ୟ ଭଲ ରହିବ। ଚାକିରିରେ ଭଲ ପଦ ପ୍ରାପ୍ତି ହେବ। କୌଣସି ପୁରୁଣା ସାଥୀ ମିଳିପାରନ୍ତି। ଆନନ୍ଦରେ ସମୟ ବିତିବ। ଅଫିସ୍ ରେ ଆପଣଙ୍କ ସାଥୀ କର୍ମଚାରିମାନଙ୍କର ବ୍ୟବହାର ସହଯୋଗ ପୂର୍ଣ୍ଣ ରହିବ। ୧୮ ଏବଂ ୧୯ ତାରିଖରେ ଆପଣଙ୍କର କାହା ସହିତ ବିବାଦ ହୋଇପାରେ।

କର୍କଟ (Cancer): ମାନ-ସମ୍ମାନ ଏବଂ ଯଶ-କୀର୍ତ୍ତିରେ ବୃଦ୍ଧି ହେବ। ଚାକିରିରେ କୌଣସି ଉଚ୍ଚ ପଦୋନ୍ନତି ମିଳିବାର ସମ୍ଭାବନା ଅଛି। ପିତାଙ୍କ ସହିତ ସମ୍ପର୍କରେ ସୁଧାର ଆସିବ। ବିଦେଶଗମନର ସୁନ୍ଦର ଯୋଗ ଆସିପାରେ। ଉଚ୍ଚ ଶିକ୍ଷା ପାଇଁ ସୁବିଧା ଜନକ ଦିନ ଅଟେ। ୧୫ ତାରିଖ ଦିନ ସରକାରୀ କର୍ମଚାରିମାନଙ୍କ ପାଇଁ ଲାଭଦାୟକ ହେବ। କୌଣସି ବିବାଦ ମଧ୍ୟରେ ଆପଣ ନିଜକୁ ଖୁସି ଆଣିବାରେ ସକ୍ଷମ ହେବ। ଆପଣ ଆଧ୍ୟାତ୍ମିକ ମାର୍ଗ ପ୍ରତି ଆକର୍ଷିତ ହେବେ। ୧୬ ଏବଂ ୧୭ ତାରିଖ ମଧ୍ୟରେ ଯାତ୍ରାର ଯୋଗ ଅଛି ଯାହା ଆପଣଙ୍କୁ କାମରେ ସଫଳତା ଦେବ। କୌଣସି ଅଜଣା ବ୍ୟକ୍ତି ଆପଣଙ୍କ ସହାୟତା କରିବ। ଆପଣଙ୍କ କାର୍ଯ୍ୟଗୁଡ଼ିକର ସମୀକ୍ଷା ହେବ। ଆପଣଙ୍କ ଦିନ ଆଶାଜନକ ରହିବ। ନିଜର କୌଶଳ ଏବଂ ମାନସିକ କ୍ଷମତାରେ ସୁଧାର କିମ୍ବା ପରିବର୍ତ୍ତନ ଆଣିବାର ବିଚାର କରିବେ। ୧୮ ଏବଂ ୧୯ ତାରିଖ ଦିନ ଲାଭକାରୀ ରହିବ। ଚାରିପଟୁ ଲାଭ ମିଳିବ। ବହୁତ ସମୟ ଧରି ଅଟକିଥିବା ପଇସା ଫେରସ୍ତ ମିଳିବ। ଆର୍ଥିକ ସ୍ଥିତି ମଜବୂତ ହେବ। ଆପଣଙ୍କ ଲୋକପ୍ରିୟତାରେ ବୃଦ୍ଧି ହେବ।

ସିଂହ (Leo): ଆୟରେ ଅସ୍ଥିରତା ରହିବ। ମିତ୍ରମାନଙ୍କ ଏବଂ ଭାଇମାନଙ୍କ ସହିତ ବିରୋଧ ହୋଇପାରେ। ୧୬ ଏବଂ ୧୭ ତାରିଖରେ ଆପଣ ନିଜର ଯୋଗ୍ୟତା ଏବଂ କ୍ଷମତାର ଉପଯୋଗ ବ୍ୟବସାୟରେ କରି ଅଧିକ ଲାଭ ପାଇବେ। ଆପଣ ଖୂବ ପରିଶ୍ରମ କରିବେ। ଚାକିରିରେ ପରିବର୍ତ୍ତନ ଆସିପାରେ।୧୮ ଏବଂ ୧୯ ତାରିଖରେ ଆପଣ ନିଜର ଲକ୍ଷକୁ ସମ୍ପୂର୍ଣ୍ଣ କରିବା ପାଇଁ ଲାଗି ରହିବେ। ୨୦ ଏବଂ ୨୧ ତାରିଖରେ ଆର୍ଥିକ ଲାଭ ମିଳିବ। ଆପଣ ନୂଆ ନିବେଶ କରିବେ। ବରିଷ୍ଠ ଲୋକମାନଙ୍କର ସହିତ ସାକ୍ଷାତ ହେବ।

କନ୍ୟା (Virgo): ଆପଣଙ୍କମଧ୍ୟରେ ଆତ୍ମବିଶ୍ଵାସ, ଉତ୍ସାହ ଏବଂ ଊର୍ଜାର ଏକ ପ୍ରବାହ ଭିତରେ ପ୍ରବାହିତ ହେବ। ଏହି ସମୟ ଆପଣ ଅନ୍ୟମାନଙ୍କର କଥାକୁ ଶୁଣିବେ ଏବଂ ତାଙ୍କର ଅନୁସାରେ ବ୍ୟବହାର କରିବେ ତେବେ ଉତ୍ତମ ପରିଣାମ ମିଳିବ। ଆପଣ ଏମିତି ଅନୁଭବ କରିବେ କି ଜୀବନରେ ଆର୍ଥିକ ଲାଭ ବିନା ଅନ୍ୟ ବିଷୟ ମଧ୍ୟ ବହୁତ ମହତ୍ଵ ରଖିଥାଏ। ଦାମ୍ପତ୍ୟଜୀବନର ଧ୍ୟାନ ରଖିବେ ତାହାର ଅନ୍ୟ ପ୍ରାଥମିକତା ରହିବ। ବର୍ତ୍ତମାନ ଆପଣଙ୍କ ଜୀବନରେ ଅନେକ ଘଟଣା ଅଚାନକ ଏବଂ ଗୋଟେ ପରେ ଗୋଟେ ସାମନାକୁ ଆସିବ ଏଥିପାଇଁ ଆପଣ ଚିନ୍ତାରେ ନ ଆସି ଏହାର ସାମନା କରିଚାଲନ୍ତୁ ଏବଂ ସାହସ ପୂର୍ବକ ଆଗକୁ ବଢ଼ନ୍ତୁ। ଭଗବାନ ଜଗନ୍ନାଥ ପ୍ରତ୍ୟେକ ସମୟରେ ଆପଣଙ୍କ ସାଥିରେ ଅଛନ୍ତି।

ତୁଳା (Libra): ବ୍ୟବସାୟ ହେତୁ ଲାଭଦାୟୀ ସ୍ଥିତି ରହିବ। ପେଟର ସମସ୍ୟାରେ ପାଇଁ ଭୋଜନରେ ଅଧିକ ଧ୍ୟାନ ରଖିବାକୁ ହେବ। ଗରମ ଉତ୍ପନ୍ନ ହେଉଥିବା ସମସ୍ୟାରେ ଆପଣ ଘେରିହୋଇ ନରହିବା ପାଇଁ ପ୍ରୟାସ କରିବେ। ବିଦ୍ୟାର୍ଥିମାନଙ୍କପାଇଁ ମଧ୍ୟମ ସମୟ ରହିବ। ୧୬ ଏବଂ ୧୭ ତାରିଖରେ ପତି-ପତ୍ନୀଙ୍କ ମଧ୍ୟରେ ହୋଇଥିବା ଭୁଲ ବୁଝାମଣାର ନିରାକରଣ ହେବ। କ୍ୟାରିୟର ଏବଂ ଚାକିରିରେ ଭଲ ଅବସର ମିଳିବ। ୧୮ ଏବଂ ୧୯ ତାରିଖରେ କାହା ଉପରେ କରାଯାଇଥିବା ଭରସା କ୍ଷତି କରିବ। ନିଜର କ୍ରୋଧ ଉପରେ ନିୟନ୍ତ୍ରଣ ରଖିବେ। ୨୦ ତାରିଖରେ ଶୁକ୍ରର ଆପଣଙ୍କ ରାଶିରେ ଅଷ୍ଟମ ସ୍ଥାନରେ ଭ୍ରମଣ କରିବାରୁ କାର୍ଯ୍ୟସ୍ଥଳ ଉପରେ ଅବରୋଧ ଆସିବାର ସମ୍ଭାବନା ରହିବ। ସ୍ଵାସ୍ଥ୍ୟର ଧ୍ୟାନ ରଖିବେ।

ବିଚ୍ଛା (Scorpio): ଆପଣଙ୍କ ଆର୍ଥିକ ଉନ୍ନତିର ଯୋଗ ଅଛି। ଦୈନିକ ଆମଦନୀରେ ବୃଦ୍ଧି ହେବା ହେତୁ ଏବଂ ନୂଆ ସ୍ରୋତ ପ୍ରସ୍ତୁତ କରିବାର ଦୀଗରେ ଆପଣ ଅଧିକ ଗମ୍ଭୀର ରହିବେ। ସରକାରୀ କାର୍ଯ୍ୟଗୁଡ଼ିକରେ ସଫଳତା ଏବଂ ଲାଭ ହାସଲ ହେବ। ୧୫ ତାରିଖ ଦିନ ଆପଣ ପାରିବାରିକ ସୁଖ-ଶାନ୍ତି ଲକ୍ଷରେ ନିଜକୁ ସୌଭାଗ୍ୟଶାଳୀ ମାନିବେ। ଆପଣଙ୍କ ଏହି ସମୟରେ ନୂଆ ଉପଲବ୍ଧି ପ୍ରାପ୍ତ କରିବେ ।୧୬ ଏବଂ ୧୭ ତାରିଖରେ ଆୟ ପ୍ରାପ୍ତିର ସାଧନରେ ବୃଦ୍ଧି ହେବ। ଆପଣଙ୍କ ବିଗିଡ଼ି ଥିବା କାର୍ଯ୍ୟଗୁଡ଼ିକର ସୁଧାର ହେବ। ରୋଗରୁ ମୁକ୍ତି ମିଳିବ। ୧୮ ଏବଂ ୧୯ ତାରିଖରେ ରୋଜଗାର ସମ୍ବନ୍ଧୀତ କାର୍ଯ୍ୟଗୁଡ଼ିକରେ ସ୍ଥିରତା ଆସିବ। କ୍ୟାରିୟରକୁ ଧ୍ୟାନରେ ରଖି ବନାଯାଇଥିବା ଯୋଜନା ଆଗକୁ ବଡ଼ିବ। ବୈବାହିକ ସୁଖରେ ବୃଦ୍ଧି ହେବ। ଚାକିରିରେ ଅଧିକାରୀ ଆପଣଙ୍କ କାର୍ଯ୍ୟରେ ଖୁସି ରହିବେ।

ଧନୁ (Sagittarius): ଆର୍ଥିକ ଉନ୍ନତି ପାଇଁ ଗମ୍ଭୀରତାପୂର୍ବକ ବିଚାର ପ୍ରସ୍ତୁତ କରିବେ। ସରକାରଙ୍କ ତରଫରୁ ଲାଭ ପ୍ରାପ୍ତ ହେବ। ଚାକିରିରେ ପଦୋନ୍ନତି ପ୍ରାପ୍ତ ହୋଇପାରେ। ପ୍ରେମ ସମ୍ବନ୍ଧରେ ଅହଂଙ୍କାର ଯୋଗୁଁ ମନମାଳିନ୍ୟ ହୋଇପାରେ, ଏଥିପାଇଁ ବ୍ୟବହାରରେ ନିୟନ୍ତ୍ରଣ ରଖିବେ। ଆପଣଙ୍କ ଦ୍ଵାରା ଆଧ୍ୟାତ୍ମିକ ଅଥବା ମାଙ୍ଗଳିକ କାର୍ଯ୍ୟ ହେବ। ସୂର୍ଯ୍ୟ ଏବଂ ଶୁକ୍ର ସାଥିରେ ହେବାରୁ ସମାଜର ପ୍ରତିଷ୍ଠିତ ବ୍ୟକ୍ତିମାନଙ୍କ ସହିତ ମିଳନର ସମ୍ଭାବନା ବନିପାରେ। ୧୬ ଏବଂ ୧୭ ତାରିଖଦିନ ଦ୍ୱିପ୍ରହର ପର୍ଯ୍ୟନ୍ତ ସମୟ କଷ୍ଟକାରୀ ହୋଇପାରେ। ୧୮ ଏବଂ ୧୯ ତାରିଖରେ କଳହ ଅଥବା ବାଦ-ବିବାଦ ହୋଇପାରେ। ଆର୍ଥିକ ଆମଦନୀରେ ମଧ୍ୟ ବାଧା ଉତ୍ପନ୍ନ ହୋଇପାରେ। ଘର-ପରିବାରରେ ଚିନ୍ତାପୂର୍ଣ୍ଣ ବାତାବରଣ ହୋଇପାରେ। ଆପଣଙ୍କ ମଧ୍ୟରେ ମତଭେଦ ଆଗକୁ ଚାଲି ମନଭେଦରେ ନ ବଦଳୁ ଏହାର ଧ୍ୟାନ ରଖିବେ। ୨୦ ଏବଂ ୨୧ ତାରିଖରେ ଦିନ ଶାନ୍ତିପୂର୍ବକ କଟିବ। ପୁରୁଣା ମିତ୍ରମାନଙ୍କ ସହିତ ସାକ୍ଷାତକରି ସୁଖ ଅନୁଭୂତି ହେବ। ଆପଣଙ୍କ ବାହରକୁ ଯିବାର କାର୍ଯ୍ୟକ୍ରମ ହେବ। ଆପଣଙ୍କ ଚିତ୍ତ ଧାର୍ମିକ କାର୍ଯ୍ୟରେ ବିଶେଷ ରହିବ। ଜୀବନସାଥୀଙ୍କ ସହିତ ମତଭେଦ ନ ହେଉ ଏହାର ଧ୍ୟାନ ରଖିବେ। ଭାଗିଦାରୀ ବ୍ୟବସାୟରେ କ୍ଷତି ହେବାର ଯୋଗ ଅଛି।

ମକର (Capricorn): ୧୬ ଏବଂ ୧୭ ତାରିଖଦିନ ଚାକିରି ଅଥବା ବ୍ୟବସାୟରେ ବିରୋଧୀ ବାଧକ ବନିପାରନ୍ତି। ୧୮ ଏବଂ ୧୯ ତାରିଖ ମହିଳାମାନେ କାହା ସାଥିରେ ବାଦ-ବିବାଦ ନ ପଡ଼ନ୍ତୁ ଏହାର ଧ୍ୟାନ ରଖିବେ। ମିଟିଂଗ୍ସ ଏବଂ ପ୍ରଫେସନାଲ ବିଚାର-ବିମର୍ଶର କାରଣରୁ ମାନସିକ ଆଳସ୍ୟ ରହିବ। ଅଚଳ ସଂପତ୍ତି ମାମଲାରେ ନିର୍ଣ୍ଣୟ ନେବା ପାଇଁ ଉଚିତ ସମୟ ନୁହେଁ। ବିଦ୍ୟାର୍ଥିମାନଙ୍କପାଇଁ ସମୟ ମଧ୍ୟମ କୁହାଯାଇପାରେ। ୨୦ ଏବଂ ୨୧ ତାରିଖଦିନ ଆପଣଙ୍କ ସ୍ଵାଭିମାନ ଭଂଗ ହୋଇପାରେ। ପରିଶ୍ରମ ପରେ ଆଶାର ଅନୁରୂପ ସଫଳତା ନ ମିଳିବାରୁ ମନ ଖିନ୍ନ ହୋଇପାରେ। କୌଣସି ବିଷୟରେ ବିଚାରପୂର୍ବକ ଆଗକୁ ବଢ଼ିବେ। ଦାମ୍ପତ୍ୟଜୀବନରେ ସମ୍ବନ୍ଧ ସାମାନ୍ୟ ରହିବ।

କୁମ୍ଭ (Aquarius): ମିତ୍ରମାନଙ୍କ ଏବଂ ସ୍ଵନଜନମାନଙ୍କ ସହିତ କୌଣସି ସମାରୋହରେ ଯାଇପାରନ୍ତି ଅଥବା ପର୍ଯ୍ୟଟନର ଆନନ୍ଦ ନେବେ। ପରୋପକାର କାର୍ଯ୍ୟ ଆପଣଙ୍କୁ ଆନ୍ତରିକ ଖୁସି ପ୍ରଦାନ କରିବ। ରୋଗଗ୍ରସ୍ତ ବ୍ୟକ୍ତିମାନଙ୍କ ସ୍ୱାସ୍ଥ୍ୟରେ ସୁଧାର ଦେଖାଯିବ। ଜୀବନସାଥୀ ଏବଂ ସନ୍ତାନମାନଙ୍କ ସାଥିରେ ସୁଖମୟ ସମୟ ବିତାଇ ପାରିବେ। ଚାକିରିପେଶା ଲୋକ ସନ୍ତୋଷ ଏବଂ ଆସ୍ୱସ୍ତି ଭାବନା ଅନୁଭବ କରିବେ। ଏକ୍ସପୋର୍ଟ-ଇମ୍ପୋାର୍ଟ ର କାର୍ଯ୍ୟରେ ଜଡ଼ିତ ବ୍ୟାପାରିମାନଙ୍କୁ ବିଶେଷ ଲାଭ ଏବଂ ସଫଳତା ମିଳିବ। କୌଣସି ବିଷୟରେ ନିର୍ଣ୍ଣୟ ନେବା ପୂର୍ବରୁ ଶାନ୍ତ ଚିତ୍ତରେ ପ୍ରତ୍ୟେକ କୋଣ ଅନୁକୋଣକୁ ବିଚାର କରନ୍ତୁ। କାମର ଦୌଡ଼ରେ ପରିବାରର ଆଡ଼କୁ ଧ୍ୟାନ ଦେଇ ପାରିବେ ନାହିଁ। ଯାତ୍ରାରେ ଚୋଟ ଲାଗିବା ଅଥବା ସ୍ଵାସ୍ଥ୍ୟ ବିଗିଡ଼ିବାର ସମ୍ଭାବନା ଥିବାରୁ ଯାତ୍ରା କରନ୍ତୁ ନାହିଁ। କୌଣସି ଧାର୍ମିକ ଅଥବା ମାଙ୍ଗଳିକ କାର୍ଯ୍ୟରେ ଉପସ୍ଥିତ ରହିବେ। ବ୍ୟାପାରର ପ୍ରୟୋଜନରେ ଯାତ୍ରା କରିବାର ଯୋଗ ଅଛି। ଆକସ୍ମିକ ଧନଲାଭ ହେବାରୁ ଆପଣ ଆନନ୍ଦିତ ହେବେ। ଅବିବାହିତମାନଙ୍କ ପାଇଁ ବିବାହ ଯୋଗ ଅଛି। ବିଦ୍ୟାର୍ଥିମାନଙ୍କୁ ପଢ଼ାରେ ବିଶେଷ ଧ୍ୟାନ ଦେବାକୁ ପଡ଼ିବ।

ମୀନ (Pisces): ଆପଣ ବଡ଼ ଯୋଜନା ପ୍ରସ୍ତୁତ କରିବେ ଏବଂ ଏହା ଉପରେ ଅଟଳ ରହିବେ। ୧୬ ଏବଂ ୧୭ ତାରିଖ ଦିନ ସମୟ ଠିକ ରହିବ। ଆପଣଙ୍କ ଇଚ୍ଛାନୁଯାୟୀ କାର୍ଯ୍ୟ ଧୀର ଗତିରେ ଆଗକୁ ବଢ଼ିବ। ଆପଣ ନିଜର କାର୍ଯ୍ୟଗୁଡ଼ିକରେ ସନ୍ତୁଷ୍ଟ ରହିବେ। ନିଜର କୌଣସି କ୍ରୟ କରିବେ। ୧୮ ଏବଂ ୧୯ ତାରିଖ ଦିନ ଉତ୍ତମ ରହିବ। ସ୍ଵାସ୍ଥ୍ୟ ଉତ୍ତମ ରହିବ। ଆପଣଙ୍କ ବୁଦ୍ଧିରେ କରାଯାଇଥିବା ନିବେଶ ଲାଭକାରୀ ରହିବ। ୨୦ ତାରିଖ ରେ ଭାଗ୍ୟ ବୃଦ୍ଧି ହେବ। ଭାଇ-ଭଉଣୀମାନଙ୍କ ସବନ୍ଧ ଅଧିକ ପ୍ରଗାଢ଼ ହେବ। ଛୋଟ କିନ୍ତୁ ଆନନ୍ଦଦାୟକ ଯାତ୍ରା ହେବ। ୨୦ ଏବଂ ୨୧ ତାରିଖ ଦିନ ସମୟ ପ୍ରତିକୂଳ ଅଟେ। ଆର୍ଥିକ ବିଷୟଗୁଡ଼ିକର ଚିନ୍ତା ରହିବ।

Leave a Reply

Your email address will not be published. Required fields are marked *