ଓଡ଼ିଶା

୧୮ ବର୍ଷର ବିଜେଡ଼ି ଶାସନ ପରେ ବି କେନ୍ଦୁଝରରେ ଅସହ୍ୟ ହେଲାଣି ଜଲକଷ୍ଟ : ସ୍ୱାଧୀନତାର ୭୧ ବର୍ଷ ପରେବି ଗାଁ ଲୋକଙ୍କୁ ନାଳ ଓ ଚୁଆ ପାଣି ଭରସା

କେନ୍ଦୁଝର ୨୪-୪ (ଓଡ଼ିଆ ପୁଅ) ସ୍ୱାଧୀନତାର ପ୍ରାୟ ୭୧ବର୍ଷ ପରେ ଆଜି ବି କେନ୍ଦୁଝର ଜିଲ୍ଲାର ଅଧିକାଂଶ ଅଞ୍ଚଳରେ ଲୋକେ ବର୍ଷ ତମାମ୍ ପାଣି ଟୋପାଏ ପାଇଁ ଡହଳ ବିକଳ ହେଉଛନ୍ତି। ଜିଲ୍ଲାରେ ଏପରି ଅନେକ ଅଞ୍ଚଳ ରହିଛି ଯେଉଁଠାରେ ସରକାରଙ୍କର ବିକାଶମୁଖୀ ଯୋଜନା ଏବେବି କେବଳ ଅପହଂଚ ନୁହେଁ ଅଧିକାଂଶ ଲୋକମାନଙ୍କ ପାଇିଁ ସବନିମ୍ନ ମୌଳିକ ସୁବିଧା ମଧ୍ୟ ସ୍ୱପ୍ନ। ଜିଲ୍ଲାର ଆଦିବାସୀ ମାନଙ୍କ ଭାଗ୍ୟରେ ପିଇବାକୁ ସାମାନ୍ୟ ଶୁଦ୍ଧ ପାଣି ଟୋପାଏ ମିଳିବା ବି ସାତସପନ। ଫଳରେ ପିଇବାତ ଦୂରର କଥା ଶୌଚ ହେବାକୁ ବି ଅନୁପଯୁକ୍ତ ଅଳିଆ ଅବର୍ଜ୍ଜନା ଭରା ମଇଳା ପାଣି ପିଇ ସେମାନଙ୍କୁ ବଂଚିବାକୁ ପଡୁଛି। ଏପରି ଏକ ଅଞ୍ଚଳ ହେଲା କେନ୍ଦୁଝର ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଠାରୁ ମାତ୍ର ୯ କି.ମି ଦୂର ସଦର ବ୍ଲକର ନାଉପଦା ଗାଁ। ଏଠାକାର ଅଧିବାସୀ ମାନେ ସ୍ୱାଧୀନତାର ୭୧ ପରେ ବି ଏହି ଚୁଆର ଗୋଳିଆ ପାଣି ପିଇ ସେମାନଙ୍କ ଶୋଷ ମେଂଟାଉଛି। ଏବଂ ଏହି କାରଣରୁ ହିଁ ସେମାନେ ବିଭିନ୍ନ ରୋଗରେ ମଧ୍ୟ ପଡୁଛନ୍ତି।


ଆଦିବାସୀ ବହୁଳ କେନ୍ଦୁଝର ଜିଲ୍ଲା ସଦର ବ୍ଲକ ମହାଦେଇଯୋଡା ଗ୍ରାମ ପନ୍ଚାୟତ ରେ ରହିଛି ନାଉପଦା ଗାଁ। ଏହି ଗାଁ ରେ ରୁହନ୍ତି ୧୦୦ ରୁ ଉର୍ଦ୍ଧ ପରିବାର ର ୪୦୦ ରୁ ଉର୍ଦ୍ଧ ଲୋକ। ଗାଁ ର ପ୍ରାୟ ସମସ୍ତେ ଶ୍ରମିକ ଶ୍ରେଣୀ ର ଲୋକ। କିଏ ବାର ଦୂଆରେ ମୂଲ ମଜୁରୀ କରେ ତ କିଏ ଜଙ୍ଗଲ ରୁ କାଠ, ପତ୍ର ସଂଗ୍ରହ କରି ଗୁଜୁରାଣ ମେଣ୍ଟାଇଥାନ୍ତି। ଗାଁରେ ରହିଛି ଗୋଟିଏ ମାତ୍ର ନଳ କୂପ ଯେଉଁଥିରୁ ଆରମ୍ଭ ରୁ ହିଁ ବାହାରୁଛି ଖାଲି ନାଲିଆ ପାଣି ଓ ପାଣିକୁ କିଛି ସମୟ ରଖିଦେଲେ ସେଥିରେ ତେଲ ର ଏକ ଆସ୍ତରଣ ବସିଯାଉଛି ଓ ପାଣି ରୁ ଏକ ପ୍ରକାର ର ଦୁର୍ଗନ୍ଧ ବାହାରୁଛି। ଫଳରେ ଗାଁ ଲୋକେ ପାଣି ଟୋପାଏ ପାଇଁ ଡହଳ ବିକଳ ହେଉଛନ୍ତି। କୌଣସି ପ୍ରଶାସନିକ ଅଧିକାରୀ କିମ୍ବା ରାଜନେତାଙ୍କ ଏହି ଗାଁରେ କେବେବି ପାଦ ପଡେ ନାହିଁ। ଗମନା ଗମନ, ଶିକ୍ଷା, ସ୍ୱାସ୍ଥ୍ୟ ପରି ମୌଳିକ ସେବା ଏଠି ସାତସପନ ପିଇବା ପାଣି କଥା ନ କହିବା ଭଲ। ଆଉ ସାମାନ୍ୟ ଶୁଦ୍ଧ ପାଣି ଟୋପାଏ ଏମାନଙ୍କ ଭାଗ୍ୟରେ ଜୁଟେ ନାହିଁ। ଫଳରେ ଗାଁ ଲୋକେ ବାଧ୍ୟ ହୋଇ ଗାଁ ଠାରୁ ଦୁଇ କିଲୋମିଟର ଦୂରରେ ଜଙ୍ଗଲ ମଧ୍ୟରେ ଥିବା ଏକ ନାଳ ରୁ ଓ ନାଳ ପାଖରେ ଚୁଆ ଖୋଳି ସେଥିରୁ ହିଁ ପାଣି ସଂଗ୍ରହ କରି ବ୍ୟବହାର କରନ୍ତି। ଚୁଆର ପାଣି ବି ଏତେ କାଦୁଅ ଓ ମଇଳା ଯେ ତାହା ଶୌଚ କରିବା ଯୋଗ୍ୟ ନୁହେଁ। ତଥାପି ଗାଁ ଲୋକେ ଏହି ପାଣି ବ୍ୟବହାର କରିବାକୁ ବାଧ୍ୟ ହୁଅନ୍ତି। ଏହି ପାଣି ପିଇକି ଲୋକମାନେ ବିଭିନ୍ନ ଅଜଣା ରୋଗ ସହ ପେଟ ଚର୍ମ ଆଦି ରୋଗ ରେ ଆକ୍ରାନ୍ତ ହେଉଥିବା ଲୋକ ଅଭିଯୋଗ କରିଛନ୍ତି। ଆହୁରି ମଧ୍ୟ ଏହି ଜଙ୍ଗଲ ରେ ହାତୀ, ଭାଲୁ ଭଳି ହିଂସ୍ର ବନ୍ୟ ଜନ୍ତୁ ଙ୍କର ଭୟ ମଧ୍ୟ ରହିଥିବାରୁ ଗାଁର ମହିଳା ମାନେ ଦିନ ସମୟରେ ଦଳ ଦଳ ହୋଇ ଚୁଆ ରୁ ପାଣି ସଂଗ୍ରହ କରିବା କୁ ବାଧ୍ୟ ହୋଇଥାଆନ୍ତି ବୋଲି କହିଛନ୍ତି ଗ୍ରାମର ରଇ ମହାକୁଡ, ମାନୀ ମୁଣ୍ଡା, ବିଦେଶୀ ମହାକୁଡ ପ୍ରମୁଖ।

ଏ ଘଟଣା ସଂମ୍ପର୍କରେ ସଦର ବିଡିଓ ଆଦିକନ୍ଧ ବେହେରା ନଳକୂପର ମରାମତି ପାଇଁ ତୁରନ୍ତ ପଦକ୍ଷପ ନେବେ ବୋଲି କହିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top