ନୟାଗଡ଼ ପରେ ଏବେ କେନ୍ଦ୍ରାପଡ଼ାରେ ଅଶ୍ଲିଳ ଭିଡ଼ିଓ ଭାଇରାଲ୍

କେନ୍ଦ୍ରାପଡ଼ା ୧୧-୩ (ଓଡ଼ିଆ ପୁଅ/ଚିତ୍ତରଂଜନ ଦାସ) ପୁଣି କେନ୍ଦ୍ରାପଡ଼ାରେ ଅଶ୍ଳୀଳ ଭିଡିଓ ଭାଇରାଲ। ଏହି ଜିଲ୍ଲାରେ ଏମିତି ଏକ ଭିଡିଓକୁ ନେଇ ଏବେ ପୁଣି ଚର୍ଚ୍ଚା। ଜଣେ କଲେଜ୍ ଛାତ୍ରୀଙ୍କ ଏବଂ ଜଣେ ଯୁବକଙ୍କ ସହ ଅଶ୍ଲିଳ ଭିଡିଓ ଭାଇରାଲ ହୋଇଛି।  ଖବର ଅନୁଯାୟୀ ଏହି ଘଟଣାରେ ଡେରାବିଶ ଥାନା ପୋଲିସ ଦୁଇଜଣଙ୍କୁ ଅଟକ ରଖି ପଚରା ଉଚରା କରୁଛି।

ଅନ୍ୟପଟେ ଆନ୍ତର୍ଜାତୀୟ ମହିଳା ଦିବସରେ ନୟାଗଡ ଜିଲ୍ଲା ଖଣ୍ଡପଡ଼ା ବ୍ଲକ କଣ୍ଟିଲୋ ଅଞ୍ଚଳରେ ପ୍ରେମୀ ଯୁଗଳଙ୍କ ଅଶ୍ଲୀଳ ଭିଡିଓ ଭାଇରାଲ୍ ଘଟଣାରେ ଅଭିଯୁକ୍ତ ଛାତ୍ରକୁ ପୋଲିସ ଗିରଫ କରିଛି।

ନିକଟରେ ନୟାଗଡ ଜିଲ୍ଲାରେ ଏମିତି ଅଶ୍ଳୀଳ ଭିଡିଓକୁ ନେଇ ଚର୍ଚ୍ଚା ଜୋରଦାର ହୋଇଥିଲା।ଅଭିଭାବକ ମହଲରେ ମଧ୍ୟ ଏହାକୁ ନେଇ ଅସନ୍ତୋଷ ଦେଖାଦେଇଛି।

ଗୋଟିଏ ପଟେ ଭାଇରାଲ ଭିଡ଼ିଓ ଉପରେ ରୋକ ଲଗାଇବାକୁ ପୁଲିସ ସ୍ତରରେ ଚେଷ୍ଟା ଜାରି ରହିଥିବା ବେଳେ ଏପଟେ ଗୋଟିଏ ପରେ ଗୋଟିଏ ଭିଡ଼ିଓ ସାମ୍ନାକୁ ଆସିବା ପ୍ରମାଣ କରୁଛି ଜମାରୁ ଚେତୁନାହାନ୍ତି ଯୁବଗୋଷ୍ଠୀ।

 

ଏହାକୁ ବି ପଢ଼ନ୍ତୁ …

ନୟାଗଡ କଣ୍ଟିଲୋ ମହାବିଦ୍ୟାଳୟରେ ଅଶ୍ଲୀଳ ଭିଡିଓ ଭାଇରାଲ୍ ଘଟଣା, ଅଭିଯୁକ୍ତ ଛାତ୍ରକୁ ଗିରଫ କଲା ପୋଲିସ

Leave a Reply

Your email address will not be published. Required fields are marked *