ଓଡ଼ିଶା

ବରିଷ୍ଠ ସାମ୍ବାଦିକ କୁଲଦୀପ ନାୟାରଙ୍କର ୯୪ ବର୍ଷର ବୟସରେ ନିଧନ

ନୂଆ ଦିଲ୍ଲୀ ୨୩-୮ (ଓଡ଼ିଆ ପୁଅ) ଦେଶର ବରିଷ୍ଠ ପତ୍ରକାର କୁଲଦୀପ ନାୟାରଙ୍କର ନିଧନ ହୋଇଯାଇଛି। ଗତ ରାତିରେ ପ୍ରାୟତଃ ସାଢ଼େ ୧୨ଟା ସମୟରେ ଦିଲ୍ଲୀର ଏକ ହସ୍ପିଟାଲରେ ସେ ଅନ୍ତିମ ଶ୍ୱାସ ତ୍ୟାଗ କରିଛନ୍ତି। ସେ ଗତ ତିନ ଦିନରେ ଆଇସିୟୁରେ ଭର୍ତ୍ତି ହେଇଥିଲେ। କୁଲଦୀପ ୯୪ ବର୍ଷର ଥିଲେ। ବୟସ କାରଣରୁ ତାଙ୍କ ସ୍ୱାସ୍ଥ୍ୟ ଅନେକ ଦିନ ଖରାପ ରହୁଥିଲା। ଆଜି ଦ୍ୱିପ୍ରହର ୧ ଟା ସମୟରେ ଦିଲ୍ଲୀର ଲୋଧୀ ରୋଡରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ।

ଭାରତୀୟ ସାମ୍ବାଦିକତା କ୍ଷେତ୍ରରେ ଖ୍ୟାତନାମା କୁଲଦୀପ ନାୟାରଙ୍କର ଜନ୍ମ ୧୪ ଅଗଷ୍ଟ, ୧୯୨୩ରେ ସିୟାଲକୋଟରେ (ଏବେ ପାକିସ୍ତାନରେ) ହୋଇଥିଲା। ସେ ୟୁଏସରେ ସାମ୍ବାଦିକତାର ଡିଗ୍ରୀ ନେଇଥିଲେ। ଅନେକ ବର୍ଷ ପର୍ଯ୍ୟନ୍ତ ଭାରତ ସରକାରଙ୍କର ପ୍ରେସ ସୂଚନା ଅଧିକାରୀ ରହୁଥିବା କୁଲଦୀପ ପରେ ସାମ୍ବାଦିକତା କ୍ଷେତ୍ରରେ ପାଦ ରଖିଥିଲେ। ସେ ୟୁଏନଆଇ, ପିଆଇବି, ଷ୍ଟେଟ୍ସମ୍ୟାନ, ଇଣ୍ଡିଆନ୍ ଏକ୍ସପ୍ରେସ ସାଥିରେ ଲମ୍ବା ସମୟ ପର୍ଯ୍ୟନ୍ତ ଯୋଡ଼ି ହୋଇ ରହିଥିଲେ ଏବଂ ପ୍ରାୟତଃ ୨୫ ବର୍ଷ ପର୍ଯ୍ୟନ୍ତ ‘ଦ ଟାଇମ୍ସ’ ଲଣ୍ଡନର ସମ୍ବାଦଦାତା ମଧ୍ୟ ରହିଥିଲେ। କୁଲଦୀପ ନାୟାର ସାମ୍ବାଦିକତା ଜଗତରେ ଅନେକ ଦଶକ ପର୍ଯ୍ୟନ୍ତ ସକ୍ରିୟ ଥିଲେ। ସେ ଏମରଜେନ୍ସୀକୁ ପରି ଦେଶରେ ହୋଇଥିବା ଅନ୍ୟ ପ୍ରମୁଖ ଘଟଣା ଉପରେ ଅନେକ ପୁସ୍ତକ ଲେଖିଛନ୍ତି।

କୁହାଯାଇପାରେଯେ, କି ଏମରଜେନ୍ସୀ ସମୟରେ ଯେତେବେଳେ ପତ୍ରକାରମାନଙ୍କୁ ମୀସାର ଅନ୍ତର୍ଗତ ଜେଲରେ ରଖାଯାଇଥିଲା ସେହି ପତ୍ରକାରମାନଙ୍କ ମଧ୍ୟରେ କୁଲଦୀପ ନାୟାର ମଧ୍ୟ ଥିଲେ। କୁଲଦୀପ ଜେଲରେ କଟାଇଥିବା ନିଜର ଏହି ସମୟକୁ ପୁସ୍ତକର ରୂପ ଦେଇଥିଲେ। ଯାହାର ନାମ ‘ଇନ ଜେଲ’। ଏହି ସମୟ ସେ ଇଣ୍ଡିଆନ୍ ଏକ୍ସପ୍ରେସରେ କାମ କରୁଥିଲେ।

ସାମ୍ବାଦିକତା କ୍ଷେତ୍ରରେ କୁଲଦୀପଙ୍କର ଯୋଗଦାନକୁ କେହି ଭୁଲି ପାରିବେ ନାହିଁ। ତାଙ୍କର ଜୀବିତ ରହିଥିବା ସମୟରେ ମଧ୍ୟ ତାଙ୍କର ନାମରେ ପତ୍ରକାରମାନଙ୍କୁ ‘କୁଲଦୀପ ନାୟାର ସାମ୍ବାଦିକତା ଆୱାର୍ଡ’ ଦିଆଯାଉଛି।

ଲମ୍ବା ସମୟ ପର୍ଯ୍ୟନ୍ତ ସାମ୍ବାଦିକତା ସହିତ ଯୋଡ଼ି ହୋଇ ରହିବା ପରେ କୁଲଦୀପ ୧୯୯୭ ରେ ରାଜ୍ୟସଭାର ମନୋନୀତ ସଦସ୍ୟ ରୂପରେ ନିର୍ବାଚିତ ହୋଇଥିଲେ।ସେ ୧୯୯୬ରେ ସଂଯୁକ୍ତ ରାଷ୍ଟ୍ର ପାଇଁ ଭାରତର ପ୍ରତିନିଧିମଣ୍ଡଳର ସଦସ୍ୟ ମଧ୍ୟ ରହିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top