ଜିଲ୍ଲା ପରିକ୍ରମା

ଉତ୍କଳ ସାମ୍ବାଦିକ ସଂଘର ବାର୍ଷିକ ଉତ୍ସବ

ନୟାଗଡ଼, ୧୯ା୧(ଓଡ଼ିଆପାୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ପଠାଣି ସାମନ୍ତ ଅଡ଼ିଟୋରିୟମଠାରେ ନୟାଗଡ଼ ଜିଲ୍ଲା ଶାଖା ପକ୍ଷରୁ ଉତ୍କଳ ସାମ୍ବାଦିକ ସଂଘର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସଂଘର ରାଜ୍ୟ ସଭାପତି ବିଭୂତି ଭୂଷଣ କରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟଅତିଥିଭାବେ ବିଧାୟକ ଡ.ଅରୁଣ କୁମାର ସାହୁ ଯୋଗଦେଇଥିବାବେଳେ ମୁଖ୍ୟବକ୍ତଭାବେ ଜିଲ୍ଳାପାଳ ଅରିନ୍ଦମ ଡାକୁଆ, ସମ୍ମାନୀତ ଅତିଥିଭାବେ ବିଧାୟକ ରବିନାରାୟଣ ମହାପାତ୍ର, ପିଡି ଡିଆରଡିଏ ଅଭୟ କୁମାର ନାୟକ, ଏନଏସି ଚେୟାରମ୍ୟାନ ଗୁରୁପ୍ରସାଦ ଜେନା, ସଂଘ ସାଧାରଣ ସଂପାଦକ ପୂର୍ଣର୍ଚନ୍ଦ୍ର ନାୟକ, ସଂଘ କାର୍ଯ୍ୟକାରୀ ସଭାପତି ହାରାଧନ ବାନାର୍ଜୀ, ବରିଷ୍ଠ ସାମ୍ବାଦିକ ସୁବାସ କୁମାର ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ। ମୁଖ୍ୟଅତିଥି ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଶ୍ରୀଯୁକ୍ତ ସାହୁ ସାମ୍ବାଦିକମାନଙ୍କ ସମସ୍ୟା, ସ୍ୱାଧୀନ ଭାରତ ବର୍ଷରେ ସାମ୍ବାଦିକଙ୍କ ସ୍ୱାଧୀନତା ଓ କର୍ତ୍ତବ୍ୟ ନିଷ୍ଠା ଉପରେ ବିକ୍ଷିପ୍ତ ଭାବରେ ଭାବଗର୍ଭକ ବକ୍ତବ୍ୟ ରଖିଥିଲେ। ଏଥିରେ ପ୍ରଶାନ୍ତ ଦାସ ଅତିଥିମାନଙ୍କୁ ମଂଚକୁ ନିମନ୍ତଣ କରିଥିଲାବେଳେ ଚନ୍ଦ୍ରବିଜୟୀ ମିଶ୍ର ଅତିଥି ପରିଚୟ ପ୍ରଦାନ, ଜିଲ୍ଲା ସଂଘ ସଭାପତି ଶ୍ରୀକାନ୍ତ ଖଟେଇ ଅଭିଭାଷଣ, ଆଦର୍ଶ ପଟ୍ଟନାୟକ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ। ଏହି ପରିପ୍ରେକ୍ଷିରେ ପିଡବ୍ଳୁ ଡାକ ବଙ୍ଗଳାରୁ ସାମ୍ବାଦିକମାନଙ୍କ ଏକ ଶୋଭାଯାତ୍ରା ସହର ପରିକ୍ରମା କରି ଜିଲ୍ଳା ସଂସ୍କୃତି ଭବନଠାରେ ପହଂଚି ଥିଲା। ସାମ୍ବାଦିକତା କ୍ଷେତ୍ରରେ ଶେଷ୍ଠତ୍ୱ ପ୍ରତିପାଦନ କରିଥିବା ସାମ୍ବାଦିକମାନଙ୍କୁ ମୁଖ୍ୟଅତିଥି ଉପଢୌକନ ସହ ମାନପତ୍ର ପ୍ରଦାନ କରିଥିଲେ। ଏହି ଉତ୍ସବରେ ରାଜ୍ୟର ୨୪ଟି ଜିଲ୍ଳାରୁ ପ୍ରତିନିଧିତ୍ୱ କରୁଥିବା ଉତ୍କଳ ସାମ୍ବାଦିକ ସଂଘର ମୁଖ୍ୟମାନେ ଏବଂ ନୟାଗଡ଼ ଜିଲ୍ଳାର ବହୁ ସାମ୍ବାଦିକମାନେ ଯୋଗଦେଇଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top