ଉତ୍କଳ ଗୌରବ ମଧୁବାବୁଙ୍କ ସ୍ମୃତିରେ

– ବସନ୍ତ ପଢ଼ିଆରୀ

“ତୁମ ପରି ଛୋଟ ପିଲାଟିଏ
ଗାଁ ଚାହାଳୀର ଚାଟ ସିଏ
ଚେହେରାଟି ତାର ଡଉଲ ଡାଉଲ
ବୁଦ୍ଧିରେ ତାହାକୁ ସରି କିଏ?”
ସେହି ପିଲା ଦିନେ ବଡ ହେଲା
ମଧୁ ବାରିଷ୍ଟର ବୋଲାଇଲା
କହିଲା ଜାତିର କାନେ କାନେ
ଉଠିବୁ ତୁ ଆଉ କେତେ ଦିନେ ?
ପୁରୁବ ଗୌରବ ପୁରୁବ ମହିମା
ପଡୁନାହିଁ କିରେ ତୋର ମନେ”- ?
ସେ ଯୋଗଜନ୍ମା କାଳଜୟୀ ମହାପୁରୁଷ ଅନ୍ୟ କେହି ନୁହନ୍ତି ସେ ହେଉଛନ୍ତି, ଉତ୍କଳ ଗୌରବ ମଧୁସୂଦନ। ସେ ଏ ସୁପ୍ତ, ଘୃଣିତ ଓ ନିଷ୍ପେସିତ ଓଡିଆ ଜାତିର ଯୋଗଜନ୍ମା ମୃତ ସଞ୍ଜିବନୀ ଦାତା। ଯାହାଙ୍କର ବାଲ୍ୟନାମ ଥିଲା ଗୋପାଳ ବଲ୍ଲଭ। ସେ କଟକ ସହରଠାରୁ ମାତ୍ର ୨୦ କି.ମି.ଦୂର ସାଲେପୁରର ସତ୍ୟାଭାମପୁର ଗ୍ରାମରେ ମହୀୟସୀ ମାତା ପାର୍ବତୀ ଦେବୀ ଓ ପିତା ଚୌଧୁରୀ ରଘୁନାଥ ଦାସଙ୍କ କୋଳମଣ୍ଡନ କରିଥିଲେ ୨୮ ଏପ୍ରିଲ ୧୮୪୮ ମସିହା। ୧୮୬୪ ମସିହାରେ ବର୍ତ୍ତମାନ ରେଭେନସ୍ା କଲିଜିଏଟ୍ ସ୍କୁଲରୁ ଏଂଟ୍ରାନସ୍ ପାସ୍ କରି କଲିକତା ବିଶ୍ୱବିଦ୍ୟାଳୟରୁ ୧୮୭୦ରେ ବିଏ ଓ ପରବର୍ତ୍ତୀ ଅବସ୍ଥାରେ ଏମଏ, ବିଏଲ୍ ପାସ୍ କରିଥିଲେ ୧୮୭୮ରେ। କଲିକତାରେ ଦୀର୍ଘ ୧୫ ବର୍ଷ ରହଣି ପରେ ୧୮୮୧ ମସିହାରେ ସେ କଟକ ଫେରିଥିଲେ କଟକ ଜୋବ୍ରାରେ ଯେତେବେଳେ ମଧୁବାବୁଙ୍କ ଷ୍ଟିମର୍ ଲାଗିଲା, ତାଙ୍କୁ ପାଛୋଟି ନେବା ପାଇଁ ପଲ୍ଲୀକବି ନନ୍ଦକିଶୋର ବଳ ଓ ଗୋପାଳ ବଲ୍ଲଭଙ୍କ ଭଳି ୩/୪ ଜଣ ଆତ୍ମୀୟଙ୍କ ଛଡା ଆଉ କେହି ନଥିଲେ। ସେତବେଳେ ଓଡିଶାର ପ୍ରାଣକେନ୍ଦ୍ର ଓ ପ୍ରଜ୍ଞାର ଏନ୍ତୁଡିଶାଳ କଟକ ସହର ନଷ୍ପ୍ରାଣ ଓ ନିଷ୍ପନ୍ଦ ଥିଲା। ତାହାରି ଭିତରେ ସେ ଖୋଜିଲେ ଉତ୍କଳ ମାତାର ଅସ୍ତିତ୍ୱ ଓ ଅସ୍ମିତା। କିନ୍ତୁ ସେ ସେଥିରେ ପାଇଥିଲେ ଓଡିଆ କିଏ କୁଲିଗିରି କରେ କଲିକତାରେ, ଆଉ ମାଳି କାମ କରେ ଆସାମ ଚା ବଗିଚାରେ, ଦାଦନ ଖଟେ ସୁଦୂର ରେଙ୍ଗୁନରେ ! ବଢି ମରୁଡିର ନିର୍ମମ କଷାଘାତରେ ନିଶ୍ୱ ସେତେବେଳେ ଚାଷୀକୂଳ। ୧୮୬୬ ନଅଙ୍କ ଦୁର୍ଭିକ୍ଷ ସେତେବେଳେ ଓଡିଶାର ଜନଜୀବନ ଅର୍ଥନୈତିକ ବ୍ୟବସ୍ଥାକୁ ତଳିତଳାନ୍ତ କରିଦେଇଥିଲା। ତାଙ୍କର ଆଗମନରେ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଆବାହନୀ ଗିତିକା ବେଶ ମର୍ମସ୍ପର୍ଶୀ।

“ବାରିଷ୍ଟର ପଢି ଉତ୍କଳ ନନ୍ଦନ
ଫେରି ମାତୃ ପଦ କରୁଛି ବନ୍ଦନ

ତହିଁରୁ ଶୁଭୁଛି ଉଠ ଜାଗ ଜାଗ
ଅଂଟା ଭିଡି ନିଜ କର୍ମେ ଲାଗ ଲାଗ” !

ସେ ଅନୁଭବ କଲେ ଓଡିଆ ଜାତିର ଜୀବନ ଜାତୀୟ ଚରିତ୍ରକୁ ଓ ଭାଷାକୁ ଦେଶପ୍ରେମରେ ପ୍ଲାବିତ କରି ସ୍ୱାଧୀନତାର ସୁନେଲି ସ୍ୱପ୍ନରେ ପରିପୃକ୍ତ କରିବା ପାଇଁ ନେଲେ ଭୀଷ୍ମ ଶପଥ। ସବସ୍ୱର୍ ସମର୍ପଣର ନେଲେ ଯୁଗାନ୍ତକାରୀ ବଜ୍ର ଶପଥ।

ଉତ୍କଳ ଦୀପିକାର ପ୍ରତିଷ୍ଠାତା କର୍ମବୀର ଗୌରୀଶଙ୍କର ରାୟଙ୍କ ସାହାଯ୍ୟ ନେଇ ମଧୁସୂଦନ ଦାସ ୧୮୮୨ ମସିହାରେ ଉତ୍କଳ ସଭା ଗଠନ କଲେ। ଏହାଥିଲା ଏକ ରାଜନୈତିକ ମଞ୍ଚ। ୧୮୯୫ ମସିହା ଜାନୁଆରୀ ୧୫ ତାରିଖରେ ଯେତେବେଳେ ଓଡିଆ ଭାଷାକୁ ଉଚ୍ଛେଦ କରି ହିନ୍ଦି ଭାଷା ପ୍ରଚଳନ କଲେ ସେତେେବେଳ ମଧୁସୂଦନ ଦାସ, ଗଙ୍ଗାଧର ମେହେର, ମଧୁସୂଦନ ରାଓ ଏହାର ତୀବ୍ର ବିରୋଧ କରିଥିଲେ ଓ ଲର୍ଡ କର୍ଜ୍ଜନଙ୍କୁ ଭେଟିଥିଲେ।

୧୮୮୬ ମସିହାରେ ସେ ବଙ୍ଗାଳୀ ଭାଷାର ପ୍ରଚଳନ ବିରୁଦ୍ଧରେ ଓ ଲେଡି ଥମସ୍ ମହିଳା ଡାକ୍ତରଖାନା ରେଭେନ୍ସା କଲେଜ କ୍ୟାମ୍ପସରେ ସ୍ଥାପନା ପାଇଁ ଅଗ୍ରଣୀ ଭୂମିକା ନେଇଥିଲେ। ମହାତ୍ମାଗାନ୍ଧୀଙ୍କ ବହୁ ପୂର୍ବରୁ ମଧୁବାବୁ କଟକ ନଗରପାଳିକା ହାଟରୁ ଲୁଣ କର ହଟାଇବା ପାଇଁ ୧୧ ଫେବୃୟାରୀ ୧୮୮୮ ରେ ବ୍ରିଟିଶ ସରକାରଙ୍କ ପାଖରେ ଦୃଢ଼ ଦାବି କରିଥିଲେ। ସେତେବେଳେ ଓଡିଶାର ଲୋକଙ୍କର ମୁଣ୍ଡପିଛା ଆୟ ମାତ୍ର ୨୦ଟଙ୍କା ଥିଲା। ୧୧ ମେ ୧୮୮୫ରେ ମଧୁବାବୁ ସମ୍ବଲପୁରରେ ହିନ୍ଦିର ପ୍ରଚଳନ କେବଳ ବିରୋଧ କରିନଥିଲେ ବରଂ ଓଡିଶା ଡିଭିଜନ ସହ ମିଶ୍ରଣ ପାଇଁ ପ୍ରବଳ ଯୁକ୍ତି ଉପସ୍ଥାପନ କରିଥିଲେ। ୧୪ ମାର୍ଚ୍ଚ ୧୯୮୮ ମସିହାରେ ମଧୁବାବୁ ବେଙ୍ଗଲ ବିଧାନସଭା ପରିଷଦକୁ ଛୋଟନାଗପୁର ଆସନରୁ ନିର୍ବାଚିତ ହୋଇଥିଲେ। ୧୮୯୬ ମସିହାରେ ସେ ବେଙ୍ଗଲ ବିଧାନସଭା ପରିଷଦରେ ଓଡିଆମାନଙ୍କର ଉଚ୍ଚଶିକ୍ଷା ପାଇଁ ବୈଧାନିକ ଯୁକ୍ତି ଉପସ୍ଥାପନ କରିଥିଲେ। କୂଳବୃଦ୍ଧ ମଧୁସୂଦନ ଏ ନବ୍ୟ ଓଡ÷ିଶାର ସୃଷ୍ଟିକର୍ତ୍ତା ପ୍ରଥମ ଓଡିଆ ବାରିଷ୍ଟର, ପ୍ରଥମ ସ୍ନାନତକତ୍ତେର, ପ୍ରଥମ ବିଧାୟକ ମନ୍ତ୍ରୀ, ପ୍ରଥମ ବିଲାତ ଫେରନ୍ତା ଓ ସ୍ୱାୟତ ଶାସନର ପ୍ରଥମ ପ୍ରଚାରକ ଓ ପ୍ରତିଷ୍ଠାତା। ମଧୁବାବୁଙ୍କ ଜନ୍ମରୁ ହିଁ ଆଧୁନିକ ଓଡିଶାର ଜନ୍ମ। ତାଙ୍କ ଜୀବନ କାହାଣୀ ଓଡିଶାର ଅର୍ଦ୍ଧଶତାବ୍ଦୀର ଇତିହାସ, ସାହିତ୍ୟ, ସଂସ୍କୃତି ସହ ଓତଃପ୍ରତ ଭାବେ ଜଡିତ। ତାଙ୍କୁ ଛାଡି ଓଡିଶା ଅପୂର୍ଣ୍ଣାଙ୍ଗ, ଅଧୁରା ଓ ଅସମାହିତ। ସାର ରିଚାର୍ଡ ଗର୍ଗଙ୍କ ଉପଦେଶ କ୍ରମେ ସେ କଟକକୁ ୨୫.୦୯.୧୮୮୧ରେ ପ୍ରତ୍ୟାବର୍ତ୍ତନ କଲେ ଏବଂ ତାଙ୍କରି ପ୍ରଚେଷ୍ଟାରେ କଟକରେ ପ୍ରଥମ ବାଳିକା ଉଚ୍ଚବିଦ୍ୟାଳୟ ଓ ପୁସ୍ତକାଳୟ ସ୍ଥାପନ କରାଗଲା। ଉତ୍କଳ ସଭା ଅଗଷ୍ଟ ୩ ତାରିଖ ୧୮୮୮ରେ ଜମିଦାର କାଶୀନାଥ ଦାସଙ୍କ ସଭାପ୍ତିତ୍ୱରେ ଅଗଷ୍ଟ ୨୧, ୧୮୮୯ରେ ହୋଇଥିଲା। ଯାହାର ସଂପାଦକ ଗୌରୀଶଙ୍କର ରାୟ ଓ ଉପସଭାପତି ମଧୁବାବୁ ଥିଲେ। ମଧୁବାବୁ ୧୮୮୫ ମସିହାରେ ସାର୍ ରିଚାର୍ଡ ଥମସନ୍ଙ୍କୁ ଓଡିଶାର କୃଷି ଓ ଅର୍ଥନୈତିକ ଉନ୍ନତି ପାଇଁ ଯଥା ଜଳସେଚନ, ଶିଳ୍ପ ଓ ରେଳବାଇର ସଂପ୍ରସାରଣ ସହ ସମ୍ବଲପୁର ସହିତ ଗଞ୍ଜାମର ମିଶ୍ରଣ ପାଇଁ ବ୍ରିଟିଶ ସରକାରଙ୍କ ପାଖରେ ଦାବି ଉପସ୍ଥାପନ କରିଥିଲେ। ମଧୁବାବୁ ୧୮୮୬ ରୁ ୧୮୯୮ ପର୍ଯ୍ୟନ୍ତ ଜାତୀୟ କଂଗ୍ରେସରେ ସକ୍ରୀୟ ଅଂଶ ଗ୍ରହଣ କରିଥିଲେ। କିନ୍ତୁ ଭାଷାଭିତ୍ତିକ ଏକ ସ୍ୱତନ୍ତ୍ର ଓଡିଶା ଗଠନ କରିବାକୁ ଜାତୀୟ କଂଗ୍ରେସ ପ୍ରତ୍ୟାଖ୍ୟାନ କରିବାରୁ ସେ ସେଥିରୁ ଓହରି ଆସି ଏକ ସ୍ୱତନ୍ତ୍ର ଓଡିଶା ଗଠନ ପାଇଁ ଭୀଷ୍ମ ଶପଥ ନେଲେ ଏବଂ କଂଗ୍ରେସ ଠାରୁ ଓହରି ଆସିଲେ।

୧୮୮୬ ମସିହାରେ ଗଜପତି ରାଜା ଦିବ୍ୟସିଂହ ଦେବଙ୍କୁ ହତ୍ୟାମାମଲାରେ ଜଡିତ କରି ଇଂରେଜ ସରକାର କଳାପାଣି ଦଣ୍ଡରେ ଦଣ୍ଡିତ କରିଥିଲେ। ତାଙ୍କ ଅବର୍ତମାନରେ ତାଙ୍କ ନାବଳକ ପୁତ୍ରଙ୍କୁ ଜଗନ୍ନାଥଙ୍କ ସେବାରୁ ବଂଚିତ କରିବା ସହିତ ରାଜ୍ୟର ଶାସନ ବ୍ୟବସ୍ଥାକୁ ନିଜ ହାତକୁ ନେଇଥିଲେ। ଏହା ବିରୁଦ୍ଧରେ ମଧୁବାବୁ ବ୍ରିଟିଶ ସରକାର ବିରୁଦ୍ଧରେ ଲଢିଥିଲେ ଏବଂ ଶେଷରେ କଲିକତା ଉଚ୍ଚନ୍ୟାୟାଳୟରେ ବିଜୟ ଲାଭ କଲାପରେ ଫଳରେ ଜଗନ୍ନାଥ ମନ୍ଦିରର ପ୍ରଶାସନିକ ସେବା ଅଧିକାର ଗଜପତିଙ୍କ ହସ୍ତରେ ପୁନଃ ନ୍ୟସ୍ତ୍ୟ କରାଗଲା ଓଡିଆ ଜାତିର ସ୍ୱାଭିମାନ ସୁରକ୍ଷିତ ହୋଇରହିଲା।

ଲାଲମୋହନ ଘୋଷଙ୍କ ସଭାପତିତ୍ୱରେ ଡିସେମ୍ବର ୨୮-୩୦-୧୯୦୩ରେ ମାଡ୍ରାସରେ ବସିଥିଲା। ଓଡିଆ ନେତାମାନଙ୍କର ସତ ପ୍ରଚେଷ୍ଟା ସତ୍ୱେ ମଧ୍ୟ ସ୍ୱତନ୍ତ୍ର ଓଡିଶା ଗଠନ ପ୍ରସ୍ତାବ ଆଲୋଚନାରେ ସ୍ଥାନ ପାଇଲା ନାହିଁ। ତେଣୁ ସେତେବେଳେ ଓଡିଶାର ଅଗ୍ରଗଣ୍ୟ ସ୍ୱାଧୀନଚେତା ନେତୃବର୍ଗ ଚିନ୍ତା କଲେ, କଂଗ୍ରେସ ଦ୍ୱାରା ଓଡିଶାର ସ୍ୱାର୍ଥ, ସ୍ୱାଭିମାନ, ଅସ୍ତିତ୍ୱ ଓ ଅସ୍ମିତାର ସଫଳ ରୂପାୟନ ସମ୍ଭବପର ନୁହେଁ, ସେହି ଜାତିପ୍ରେମ ବହ୍ନିରୁ ଉତ୍କଳ ସମ୍ମିଳନୀ ଜନ୍ମ ନେଲା। ୧୯୦୨ ଗଞ୍ଜାମର ବ୍ରହ୍ମପୁରଠାରେ ଦକ୍ଷିଣ ଓଡିଆ ସମ୍ମିଳନୀ ସଭା ଗଠିତ ହୋଇ ସ୍ୱତନ୍ତ୍ର ପ୍ରଦେଶ ପାଇଁ ଦାବି କରାଯାଇଥିଲା। ମଧୁସୂଦନ ଦାସଙ୍କ ପ୍ରଚେଷ୍ଟାରେ ଉତ୍କଳ ସମ୍ମିଳନୀ ଜନ୍ମ ହେଲା। ଏଥିରେ ଓଡିଶାର ଲବ୍ଧ ପ୍ରତିଷ୍ଠିତ ସାହିତ୍ୟରଥୀ ରାଧାନାଥ ରାୟ, ନନ୍ଦକିଶୋର ବଳ, ପ୍ରକୃତି କବି ଗଙ୍ଗାଧର ମେହେର, ଗୋପାଳ ଚନ୍ଦ୍ର ପ୍ରହରାଜ, ଦକ୍ଷିଣରୁ କୃଷ୍ଣଚନ୍ଦ୍ର ଗଜପତି, ମୟୁରଭଞ୍ଜରୁ ଶ୍ରୀ ରାମଚନ୍ଦ୍ର ଭଞ୍ଜଦେଓ ଖ୍ୟାତାନାମ ବ୍ୟକ୍ତିଙ୍କର ଅକୁଣ୍ଠ ସହଯୋଗ ରହିଲା। ମଧୁସୂଦନ ରାଓ ଉତ୍କଳ ସାହିତ୍ୟ ସମାଜର ଏକ ବାର୍ଷିକ ଅଧିବେଶନ ୧୯୦୩ ମସିହା ଡିସେମ୍ବର ୨୯ ତାରିଖରେ କଟକରେ ଡାକିଥିଲେ। ଏଥିରେ ସଭାପତିତ୍ୱ କରିଥିଲେ, ରାଧାନାଥ ରାୟ। ଏହାର ଠିକ୍ ପରଦିନ ଡିସେମ୍ବର ୩୦ ତାରିଖରେ ପ୍ରଥମ ଉତ୍କଳ ସମ୍ମିଳନୀ କଟକର ଇଦ୍ଗା ପଡିଆରେ ଅନୁଷ୍ଠିତ ହେଲା। ଏହି ଉତ୍କଳ ସମ୍ମିଳନୀରେ ପ୍ରାରମ୍ଭିକ ସଂଗୀତ ରୂପେ ରାଧାନାଥ ରାୟଙ୍କ ସଂସ୍କୃତ ଭାଷାରେ ରଚିତ, ‘ ସର୍ବେସାଂ ନୋ ଜନନୀ ଭାରତ ଧରଣୀ କଳ୍ପଲତୟେ’ ଗାନ କରାଯାଇଥିଲା। ଏହି ସମ୍ମିଳନୀରେ ସେତେବେଳେ ରେଭେନ୍ସାରେ ପାଠପଢୁଥିବା ଗୋପବନ୍ଧୁ ଦାସ ଜଣେ ସ୍ୱେଚ୍ଛାସେବୀ ଭାବରେ ଯୋଗ ଦେଇଥିଲେ।

ଏହି ସମ୍ମିଳନୀରେ ଓଡିଶାକୁ ସ୍ୱତନ୍ତ୍ର ପ୍ରଦେଶ ରୂପେ ଗଢିବା ପାଇଁ ସର୍ବ ସମ୍ମତି ରୁପେ ପ୍ରସ୍ତାବ ଗ୍ରହଣ କରାଯାଇଥିଲା। ଓଡିଶାର ସୀମା କେବଳ ଉପକୂଳ ଜିଲ୍ଲାରେ ଆବଦ୍ଧ ନୁହେଁ ଓଡିଆ ଭାଷା ଭାଷୀ ଛତିଶଟି ଗଡଜାତ ରାଜ୍ୟ ସହିତ ଉତରରେ ମେଦିନୀପୁର, ପଶ୍ଚିମରେ ଷଢେଇକଳା, ଖରସୁଆଁ, ଦକ୍ଷିଣରେ ମଂଜୁସା ଓ, ଇଚ୍ଛାପୁରମ୍, ପ୍ରଭୃତି ଅଂଚଳ ପର୍ଯ୍ୟନ୍ତ ଓଡିଶାର ସୀମା ପରିବ୍ୟାପ୍ତ ବୋଲି ମତ ପ୍ରକାଶ ପାଇଥିଲା। ଓଡିଶାରେ ରହୁଥିବା ଯେ କୋ÷ଣସି ଧର୍ମ ଜାତି, ଭାଷାଭାଷୀ ଲୋକଙ୍କୁ ଓଡିଆ ଭାବରେ ଚିହ୍ନିତ କରିବା ପାଇଁ ଅହ୍ୱାନ ଦେଇଥିଲେ। ଓଡିଆ ସ୍ୱାତନ୍ତ୍ର୍ୟର ପରିଚୟ ରୂପେ ସେ ଉତ୍କଳ ସମ୍ମିଳନୀରେ ଓଡିଆ ମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ପଗଡିର ପରିକଳ୍ପନା କରିଥିଲେ ଏବଂ ନିଜେ ସେଭଳି ଏକ ପଗଡି ପିନ୍ଧି ଉତ୍କଳ ସମ୍ମିଳନୀରେ ଅଂଶ ଗ୍ରହଣ କରିଥିଲେ। ମଧୁବାବୁଙ୍କ ପ୍ରଚଳିତ ଏହି ପଗଡି ମଧ୍ୟ ଓଡିଶାର ପ୍ରଚଳିତ ଓ ପ୍ରସାରିତ ହୋଇଥିଲା। ମଧୁବାବୁଙ୍କ ପ୍ରଚେଷ୍ଟାର ଓଡିଶାରେ ବିଭିନ୍ନ ସ୍ୱାୟତ ଶାସନ ବ୍ୟବସ୍ଥାରେ ନିର୍ବାଚନରେ ଓଡିଆଙ୍କ ଅଂଶ ଗ୍ରହଣ ନାରୀଶିକ୍ଷାର ବିକାଶ, ଶିଳ୍ପର ବିକାଶ, କଟକର ତାରକଷି କାମର ବିକାଶ, ଏବଂ ତାଙ୍କରି ପ୍ରେରଣାରେ ଓଡିଆମାନଙ୍କର ଦାବି ହସଲପାଇଁ ବିଭିନ୍ନ ସଂଗଠନ ସୃଷ୍ଟି ହେବା ସହିତ ଓଡିଶାରେ ଏକ ନବଜାଗରଣର ଉନ୍ମାଦନା ଖେଳିଗଲା।

୧୯୨୧ ମସିହାରେ ମଧୁବାବୁ ବିହାର ଓ ଓଡିଶାର ମନ୍ତ୍ରୀ ହେଲେ। ତାଙ୍କର ନ୍ୟାୟ ସଂଗତ ବାଗ୍ମିତା ବିଧାନସଭାକୁ ସ୍ତବ୍ଧ କରୁଥିଲା। ଯେଉଁଦିନ ମଧୁବାବୁ ଲୋକପ୍ରତିନିଧି ଭାବେ ମନ୍ତ୍ରୀମାନେ ଦରମା ନେବା ଉଚିତ ନୁହେଁ ଭାରତ ବର୍ଷରେ ପ୍ରଶ୍ନ ଉତଥାପନ କଲେ, ସେ ପ୍ରସ୍ତାବ ତାଙ୍କର ଗ୍ରହଣୀୟ ହେଲା ନାହିଁ। ତେଣୁ ସେ ୧୯୨୩ ମସିହା ମାର୍ଚ୍ଚ ୮ ତାରିଖ ଦିନ ମନ୍ତ୍ରୀ ପଦରୁ ଇସ୍ତଫା ଦେଲେ। ମଧୁବାବୁ ୧୯୩୦ ମସିହାରେ ଲଣ୍ଡନର ଗୋଲ ଟେବୁଲ ବୈଠକରେ ଯୋଗ ଦେଇଥିଲେ। ସେତେବେଳେ ତାଙ୍କର ଓଡିଶାକୁ ସ୍ୱତନ୍ତ୍ର ପ୍ରଦେଶ ଗଠନ ଦାବିକୁ ଇଂରେଜ ସରକାର ଗ୍ରହଣ କରିଥିଲେ। ୧୯୩୨ ମସିହାରେ ସାଇମନ୍ କମିଶନ ଆଗମନକୁ କଂଗ୍ରେସ ପ୍ରତ୍ୟାଖାନ କରିଥିବା ବେଳେ କମିଶନ ସ୍ୱତନ୍ତ୍ର ଓଡିଶା ଗଠନର ସପକ୍ଷରେ ଥିବାରୁ ମଧୁବାବୁ ସାଇମନ୍ କମିଶନଙ୍କୁ ସ୍ୱାଗତ ଜଣାଇଥିଲେ ଯାହାର ଫଳଶୃତି ସ୍ୱରୂପ ଓଡିଶାର ସୀମା ନିର୍ଦ୍ଧାରଣ ପାଇଁ ଓଡନେଲ କମିଟି ଗଠନ ହେଲା। ୧୯୩୬ ମସିହା ଏପ୍ରିଲ ପହିଲାରେ ଓଡିଶା ଏକ ସ୍ୱତନ୍ତ୍ର ରାଜ୍ୟରୂପେ ଆତ୍ମ ପ୍ରକାଶ କଲା। ବିହାରି ବାବୁ ରାଜେନ୍ଦ୍ର ପ୍ରସାଦଙ୍କ ପରି କେତେକ କଂଗ୍ରେସ ନେତା ଷଢେଇ କଳା, ଖରସୁଆଁ ଓଡିଶା ବାହାରେ ରହୁ ବୋଲି ଚାହୁଁଥିଲେ। ତାହା ହିଁ ହେଲା। ସିଂହଦେଓଙ୍କର କ୍ଷୁଦ୍ର ସ୍ୱାର୍ଥ ଯୋଗୁଁ ଓଡିଶାର ଅପୁରନ୍ତ କ୍ଷତି ହେଲା। ଓଡିଶାର ବହୁ ଅଞ୍ଚଳ ଇଛାପୁର, ମଞ୍ଜୁଷା, ଟିକାଲି, ଜଳନ୍ତର, ବୁଡାଇସିଂ, ପାଡେରୁ, ସୁଜନକୋଟା, ସିଂହଭୂମି ଜିଲ୍ଲା, କଣ୍ଡାଇ, ତାମ୍ର ଲୋକ, ମଧ୍ୟପ୍ରଦେଶର ସଂକରା ଗ୍ରାମକୁଞ୍ଜ, ଫୁଲଝର, ବସ୍ତରର ସୀମାବର୍ତ୍ତୀ ଅଂଚଳ ଆଉ ଓଡିଶାକୁ ଫେରିଆସିଲା ନାହିଁ। କେନ୍ଦ୍ର ସରକାର ବି ଆନ୍ତରିକତା ରଖିଲେ ନାହିଁ। ବିଶାଖାପାଟଣା, ବିଜୟାନଗରମ୍ ବି ଓଡିଶାରୁ ଚାଲିଗଲା। ଆନ୍ଧ୍ର କବଳରେ କୋରେଡା ଗ୍ରାମର ୨୭୦ ପରିବାର, ଗଜପତି ଜିଲ୍ଲାର ନଳବନ୍ତକୁ ନେଇ ୧୯୩୬ ମସିହାରୁ ସୀମା ବିବାଦ ଲାଗି ରହିଛି। କୁଟିଆ ଗ୍ରାମକୁଞ୍ଜର ୨୨ ଖଣ୍ଡ ଗାଁ, କୋରାପୁଟର ୨୨ ଖଣ୍ଡ ଗାଁ, ରାୟଗଡାର ୯ ଖଣ୍ଡ ଗାଁ, ଗଞ୍ଜାମର ୧୪ ଖଣ୍ଡ ଗାଁ, ମୟୁରଭଞ୍ଜର ୧୦ଖଣ୍ଡ ଗାଁ, କେନ୍ଦ୍ୁଝରର ୫ଖଣ୍ଡ ଗାଁ, ଗଜପତିର ୧୪ ଖଣ୍ଡ ଗାଁ, ବାଲେଶ୍ୱରର ୨ ଖଣ୍ଡ ଗାଁ ଏ ସବୁ ସୀମା ବିବାଦ ଘେରରେ ରହିଗଲା। କିନ୍ତୁ ଏ ସବୁ ଦେଖିବାକୁ ମଧୁବାବୁ ୧୯୩୪ ମସିହା ଫେବୃଆରୀ ୪ ତାରିଖରେ ସେ ଇହଲୀଳା ସମ୍ବରଣ କଲେ। ମଧୁବାବୁଙ୍କର ତ୍ୟାଗ ବିଶ୍ୱ ଇତିହାସରେ ବିରଳ ଓ ଅନନ୍ୟ। କୂଳବୁଦ୍ଧ ମଧୁସୂଦନ ଏ ନବ୍ୟ ଓଡିଶାର ସୃଷ୍ଟିକର୍ତା ସେ ପ୍ରଥମ ଓଡିଆ ଗ୍ରାଜୁଏଟ୍, ପୋଷ୍ଟଗ୍ରାଜୁଏଟ୍, ପ୍ରଥମ ଓକିଲ, ତଥା ପ୍ରଥମ ବିଧାୟକ, ପ୍ରଥମ ମନ୍ତ୍ରୀ ପ୍ରଥମ ବିଲାତ ଯାତ୍ରୀ, ଓ ସ୍ୱାୟତ ଶାସନର ପ୍ରଥମ ପଚାରକ, ପ୍ରତିଷ୍ଠାତା। ମଧୁବାବୁଙ୍କ ଜନ୍ମରୁ ହିଁ ଆଧୁନିକ ଓଡିଶାର ଜନ୍ମା ତାଙ୍କ ଜୀବନ କାହାଣୀ ଓଡିଶାର ଅର୍ଦ୍ଧଶତାଦ୍ଦୀର ଇତିହାସ, ସାହିତ୍ୟ, ସଂସ୍କୃତି ସହ ଓତଃପ୍ରୋତଃ ଭାବେ ଜଡିତ। ତାଙ୍କୁ ଛାଡି ଓଡିଶା ଅପୂର୍ଣ୍ଣାଙ୍ଗା, ମଧୁରା ଓ ଅସମାହିତ। ସାର ରିଚାର୍ଡ ଗର୍ଗଙ୍କ ଉପଦେଶ କ୍ରମେ ସେ କଟକରୁ ୨୫. ୦୯. ୧୮୮୧ରେ ପ୍ରତ୍ୟାବର୍ତ୍ତନ କଲେ ଏବଂ ତାଙ୍କରି ପ୍ରଚେଷ୍ଟାରେ କଟକ ବାଳିକା ଉଚ୍ଚବିଦ୍ୟାଳୟ ଓ ପୁସ୍ତକାଳୟ ସ୍ଥାପନ କରାଗଲା। ଉତ୍କଳ ସଭା ଅଗଷ୍ଟ ୩ ତାରିଖ ୧୮୮୮ ରେ ଜମିଦାର କାଶୀନାଥ ଦାସଙ୍କ ସଭାପତିତ୍ୱରେ ଅଗଷ୍ଟ ୨୧, ୧୮୮୮ ରେ ହୋଇଥିଲା। ଯାହାର ସଂପାଦକ ଗୋ÷ରୀଶଙ୍କର ରାୟ ଓ ଉପସଭାପତି ମଧୁବାବୁ ଥିଲେ। ମଧୁବାବୁ ୧୮୮୫ ମସିହାରେ ସାର ରିଚାର୍ଡ ଥମସନ୍ଙ୍କୁ ଓଡିଶାର କୃଷି ଓ ଅର୍ଥନୈତିକ ଉନ୍ନତି ପାଇଁ ଯଥା ଜଳସେଚନ, ଶିଳ୍ପ ଓ ରେଳବାଇର ସଂପ୍ରସାରଣ ସମ୍ବଲପୁର ସହିତ ଗଂଜାମର ମିଶ୍ରଣ ପାଇଁ ବ୍ରିଟିଶ ସରକାରଙ୍କ ପାଖରେ ଦାବି ଉପସ୍ଥାପନ କରିଥିଲେ। ମଧୁବାବୁ ୧୮୮୬ରୁ ୧୮୯୮ ପର୍ଯ୍ୟନ୍ତ ଜାତୀୟ କଂଗ୍ରେସର ସକ୍ରିୟ ଅଂଶ ଗ୍ରହଣ କରିଥିଲେ। କିନ୍ତୁ ଭାଷା ଭିତିକ ଏକ ସ୍ୱତନ୍ତ୍ର ଓଡିଶା ଗଠନ କରିବାକୁ ଜାତୀୟ କଂଗ୍ରେସ ପ୍ରତ୍ୟାଖ୍ୟାନ କରିବାକୁ ସେ ସେଥିରୁ ଓହରି ଆସି ଏକ ସ୍ୱତନ୍ତ୍ର ଓଡିଶା ଗଠନ ପାଇଁ ଭୀଷ୍ମ ଶପଥ ନେଲେ ଏବଂ କଂଗ୍ରେସ ଠାରୁ ଓହରି ଆସିଲେ। ତାଙ୍କ ବିଷୟରେ ଭାରତର ବିଭିନ୍ନ ରାଜନୈତିକ ଦଳରେ ମତବାଦର ପରିଚୟ ମଧ୍ୟ ମିଳିଥାଏ। ଜଣେ ସାମାଜିକ କର୍ମୀ ଶିକ୍ଷା ଓ ଶିଳ୍ପର ପୃଷ୍ଠପୋଷକ ତଥା ରାଜନୈତିକ ଅଧିକାରର ପ୍ରବକ୍ତା ଭାବେ ସେ ଏ ଭଳି କୋ÷ଣସି ପଦକ୍ଷେପ ଗ୍ରହଣ କରିନଥିଲେ ଯାହାକୁ ତାଙ୍କ ବିରୋଧୀମାନେ ଅନାବଶ୍ୟକ ବୋଲି ସମାଲୋଚନା କରିବେ। ସେ ଜଣେ ଦୃଢ ଇଶ୍ୱରବିଶ୍ୱାସୀ, ଯିଏ ସତ୍ୟ, ଓ ନୀତିନିଷ୍ଠ ମଣିଷ ଥିଲେ। ଏଇଭଳି ଭାବେ ଜଣେ ସାଧୁ, ନିସ୍ୱାର୍ଥ ଏବଂ ସାହାସୀ ମହାନ ନେତାଙ୍କର ଜୀବନ ଓ ଦର୍ଶନ ଆଜିର ଭାରତକୁ ଗୋ÷ରବଶଳୀ କରିବା ସହିତ ଦେଶଣ ମୁକ୍ତି ସଂଗ୍ରାମ ଓ ପ୍ରଗତୀରେ ସହାୟକ ହୋଇପାରିବ ଏହା ନିଃସଂଶୟ।

(ଫଟୋ ସୌଜନ୍ୟ – http://madhusudandas.org)

Leave a Reply

Your email address will not be published. Required fields are marked *