ପୋଖରୀରେ ବୁଡ଼ି ଦୁଇ ଭଉଣୀ ମୃତ

ମୟୁରଭଞ୍ଜ ୨୪/୫ (ଓଡ଼ିଆ ପୁଅ) ମୟୁରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଧାନା ଅନ୍ତର୍ଗତ ଦୁର୍ଗାପୁର ଗ୍ରାମରେ ଆଜି ସକାଳେ ଦୁଃଖଦ ଘଟଣା ଘଟିଯାଇଛି। ଖବରରୁ ପ୍ରକାଶଯେ, ଆଜି ସକାଳୁ ଦୁର୍ଗାପୁର ଗ୍ରାମର ରଂଜିତା ନାୟକ (୯), ରୁଚି ନାୟକ (୮) ଦୁଇ ଭଉଣୀ ନିକଟସ୍ଥ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ସେମାନେ ନଫେରିବାରୁ ପରିବାରଲୋକ ଏବଂ ଗ୍ରାମବାସୀମାନେ ଖୋଜାଖୋଜି କରିଥିଲେ। ପରେ ସ୍ଥାନୀୟ ଗ୍ରାମବାସୀଙ୍କ ସହାୟତାରେ ପୋଖରୀରେ ଖୋଡିବାରୁ ସେମାନେ ପାଣିରେ ବୁଡ଼ିଯାଇଥିବାର ଜଣାପଡ଼ିଲା ଏବଂ ସଂଙ୍ଗେସଂଙ୍ଗେ ନିକଟସ୍ଥ ହସପିଟାଲକୁ ନେବା ପରେ ଡାକ୍ତର ଦ୍ୱୟଙ୍କୁ ମୃତ ଘୋଷଣା କରିଥିଲେ।
Image credit : http://zidbits.com

Leave a Reply

Your email address will not be published. Required fields are marked *