ବାରହାକୁ ହତ୍ୟା କରିବା ଅପରାଧରେ ଜଘିରା ବନବିଭାଗ ଦ୍ବାରା ଦୁଇ ଜଣ ଗିରଫ

ହରିଚନ୍ଦନପୁର, ତା ୧୬.୦୪(ଓଡିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ହୁଣ୍ଡା ଗ୍ରାମ ପଞ୍ଚାୟତରେ ବାରହାକୁ ହତ୍ୟା କରିଥିବା ଅପରାଧରେ ଜଘିରା ବନବିଭାଗ ଦୁଇ ଜଣଙ୍କୁ ଗିରଫ କରିଥିବାର ଜଣାପଡିଛି। ସୂଚନା ଅନୁଯାୟୀ ସଦର ବନଖଣ୍ଡ ଅଧିନସ୍ଥ ହୁଣ୍ଡା ଓ ମଣୀପୁର ମଧ୍ୟରେ ଥିବା କୁଲାବିରା ଜଙ୍ଗଲ ମଧ୍ୟରୁ ରବିବାର ଦିନ ୧୦ଟା ସମୟରେ ଗ୍ରୀଷ୍ମ ପ୍ରବାହକୁ ନେଇ ପ୍ରବଳ ଗରମ ହେବା ଦ୍ଵାରା ଗୋଟିଏ ୭୦କିଲୋ ରୁ ଉର୍ଦ୍ଧ୍ବ ଉଜନର ବାରହା ଜଙ୍ଗଲ ନିକଟରେ ଥିବା ବିଲ ପଶିକୁ ବାହାରି ଆସିଥିଲା। ନିକଟରେ ଥିବା ପୋଖରୀରେ ଗାଧାଉଥିବା ମହିଳାମାନେ ବାରହାଟିକୁ ଦେଖି ଭୟଭୀତ ଅବସ୍ଥାରେ ଦୈାଡି ପଳାଇଥିଲେ। ବାରହା ଆସିଥିବା ଘଟଣା ଶୁଣି ସେଠାକାର କିଛି ଲୋକ ବାରହାଟିକୁ ଦୈାଡାଇ ଦୈାଡାଇ ହତ୍ୟା କରିଥିବାର ଅଭିଯୋଗ ହୋଇଛି। ହତ୍ୟା ପରେ ବାରହାଟିକୁ କୁଲାବିରା ହୁଡି ମଧ୍ୟକୁ ଟେକି ନେଇ ସେଠାରେ ତାମଧ୍ୟରୁ ମାଂସକୁ କାଟୁଥିବାର ଘଟଣା ଦିନ ୧୧.୩୦ମି ସମୟରେ ଜଘିରା ବନବିଭାଗର କର୍ତ୍ତୃପକ୍ଷ ସୂଚନା ପାଇଥିଲେ। ସୂଚନାକୁ ଭିତ୍ତି କରି ଜଘିରା ବନବିଭାଗର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ବାରହାଟିର ଅବଶିଷ୍ଟାଂଶ କିଛି ମାଂସକୁ ଜବତ କରିଥିବାର ଜଣାପଡିଛି। ବାରହାଟିକୁ ହତ୍ୟା କରାଯାଇଥିବାର ସୂଚନା ପାଇ ହତ୍ୟାର ତଦନ୍ତ କରିବା ପରେ ଦିନ ୩ଟା ସମୟରେ ହୁଣ୍ଡା ଗ୍ରାମର ଅର୍ଜ୍ଜୁନ ନାଏକ ଓ ଅଭିମନ୍ୟୁ ପାତ୍ରକୁ ଗିରଫ କରିଥିବାର ଜଣାପଡିଛି। ସୋମବାର ଦିନ ବାରହାର ଅବଶିଷ୍ଟାଂଶ ମାଂସକୁ ହରିଚନ୍ଦନପୁର ପଶୁ ଚିକିତ୍ସାଳୟକୁ ଆଣି ବ୍ୟବଚ୍ଛେଦ କରାଇଥିବାର ଜଣାପଡିଛି।

Leave a Reply

Your email address will not be published. Required fields are marked *