ବ୍ରାଜିଲ : ଜେଲରୁ ଖସିଯିବାକୁ ଚେଷ୍ଟା କରୁଥିବା ୧୯ କଏଦୀଙ୍କୁ ମାରିଦିଆଗଲା

ନୂଆ ଦିଲ୍ଲୀ ୧୧-୪ (ଓଡ଼ିଆ ପୁଅ) : ଉତ୍ତର ବ୍ରାଜୀଲର ଏକ ଜେଲରୁ ଖସିବାକୁ ପ୍ରୟାସ କରୁଥିବା ୧୯ କଏଦୀଙ୍କୁ ମାରିଦିଆଗଲା। ମୃତକଙ୍କ ମଧ୍ୟରେ ଜଣେ ସୁରକ୍ଷାକର୍ମୀ ମଧ୍ୟ ଅଛନ୍ତି। ଏକ ସମାଚାର ଏଜେନ୍ସି ରିପୋର୍ଟରୁ ଏହି ଘଟଣା ସ୍ଥାନୀୟ ସମୟାନୁସାରେ ଦ୍ୱିପ୍ରହର ଗୋଟେ ବେଳେ ସାନ୍ତା ଇଜାୱେଲ ଜେଲ ପରିସରରେ ହୋଇଛି। ହଥିଆର ସହିତ ଏକ ଗୋଷ୍ଠୀ ଜେଲ ଉପରେ ଆକ୍ରମଣ କରି କିଛି କଏଦୀଙ୍କୁ ଖସାଇ ନେବାରେ ସହାୟତା କରୁଥିଲେ।

ମୃତ ୧୯ କଏଦିଙ୍କର ପରିଚୟ ମିଳିଛି। ଏହି ସମୟରେ ଜଣେ ଜେଲ ଗାର୍ଡଙ୍କର ମଧ୍ୟ ମୃତ୍ୟୁ ହୋଇଛି। ତା’ ସହିତ ଚାରିଜଣ ସୁରକ୍ଷା ଗାର୍ଡ ମଧ୍ୟ ଆହତ ହୋଇଛନ୍ତି।

Leave a Reply

Your email address will not be published. Required fields are marked *