୧୨ ଜୁନରେ ସିଂଙ୍ଗାପୁରରେ ହିଁ ହେବ ଆମେରୀକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ କିମ ଜୋଙ୍ଗ-ଉନଙ୍କର ସାକ୍ଷାତ

ୱାସିଂଗଟନ/ନୂଆ ଦିଲ୍ଲୀ ୨ ଜୁନ୍ (ଓଡ଼ିଆ ପୁଅ) – ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶେଷରେ ଏହି କଥା ଉପରେ ମୋହର ମାରିଛନ୍ତି କି ସେ କିମ ଜୋଙ୍ଗ-ଉନଙ୍କ ସହିତ ୧୨ ଜୁନରେ ସିଂଙ୍ଗାପୁରରେ ହିଁ ସାକ୍ଷାତକାର କରିବେ। ଟ୍ରମ୍ପ ଶୁକ୍ରବାରଦିନ କହିଲେ କି ପୂର୍ବରୁ ଆମେରିକା ଉତ୍ତର କୋରିଆ ସହିତ ୧୨ ଜୁନକୁ ସିଂଙ୍ଗାପୁରରେ ହେବାକୁ ଥିବା ସମ୍ଭାବିତ ବୈଠକରୁ ପଛକୁ ହଟି ଯାଇଥିଲା। କିନ୍ତୁ ଏବେ ଏହି ବୈଠକ ନିଜର ସ୍ଥିର କାର୍ଯ୍ୟକ୍ରମ ଅନୁସାରେ ହିଁ ୧୨ ଜୁନରେ ହେବ।

ଉତ୍ତର କୋରିଆର ଉଚ୍ଚ ଅଧିକାରୀ କିମ୍ ଜୋଙ୍ଗ ଚୋଲ୍ ଶୁକ୍ରବାରଦିନ ଆମେରିକା ପହଁଞ୍ଚିଥିଲେ। ପ୍ରଥମେ ସେ ଆମେରୀକାର ବିଦେଶ ମନ୍ତ୍ରୀ ମାଇକ ପୋମ୍ପିୟୋଙ୍କ ସହିତ ସାକ୍ଷାତକରିଥିଲେ। ତା’ ପରେ ସେ ୱାଇଟ ହାଉସରେ ଆମେରୀକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହିତ ମିଶିବାକୁ ପହଁଞ୍ଚିଥିଲେ। ଏହି ସାକ୍ଷାତକାର ସମୟରେ ସେ କିମଙ୍କର ଚିଠିକୁ ଟ୍ରମ୍ପଙ୍କୁ ଦେଇଥିଲେ ଏବଂ ବାର୍ତ୍ତାକୁ ନେଇକରି ଉତ୍ତର କୋରିଆର ପକ୍ଷ ରଖିଥିଲେ। ଓଭାଲ ଅଫିସ୍ ରେ ନର୍ଥ କୋରିଆର ଉଚ୍ଚ ଅଧିକାରୀ କିମ ୟୋଙ୍ଗ ଚୋଲଙ୍କ ସହ ମିଶିବା ପରେ ଟ୍ରମ୍ପ କହିଲେ କି ତାଙ୍କୁ ଲାଗୁଛି କି ଏହି ବୈଠକ ବହୁତ ସଫଳ ହେବ।

ରାଷ୍ଟ୍ରପତି ଟ୍ରମ୍ପ କହିଲେ କି ସେ ବର୍ତ୍ତମାନ ଉତ୍ତର କୋରିଆ ଉପରେ କୌଣସି ନୂଆ ପ୍ରତିବନ୍ଧ ଲଗାଇବେ ନାହିଁ। ତା’ ସହିତ ହିଁ ସେ କହିଲେ କି ତାଙ୍କ ପାଖରେ ଥିବା ଅନେକ ନୂଆ ପ୍ରତିବନ୍ଧ ଲଗାଇବାକୁ ପ୍ରସ୍ତୁତ ଥିଲେ କିନ୍ତୁ ଯେଉଁ ପର୍ଯ୍ୟନ୍ତ ଏହି ବୈଠକ ସମ୍ପୂର୍ଣ୍ଣ ନ ଦେଉଛି ସେ ପର୍ଯ୍ୟନ୍ତ କୌଣସି ନୂଆ ପ୍ରତିବନ୍ଧକ ଲଗାଇବେ ନାହିଁ। ଏହା ସହିତ ସେ କହିଲେ କି ତାଙ୍କୁ ସେହି ଦିନର ଅପେକ୍ଷା ଅଛି ଯେତେବେଳେ ସେ ଉତ୍ତର କୋରିଆରେ ସମସ୍ତ ପ୍ରତିବନ୍ଧକ ହଟାଇ ନେବେ। ତା’ ସହିତ ସେ କହିଲେ କି ଉତ୍ତର କୋରିଆର ବରିଷ୍ଠ ଅଧିକାରୀଙ୍କ ସହିତ ତାଙ୍କ ବୈଠକ ଆଶା କରାଯାଉଛି କି ଅଧିକ ସମୟ ପର୍ଯ୍ୟନ୍ତ ଚାଲିବ ଏବଂ ଏହି ବୈଠକ ବହୁତ ଭଲ ରହିବ। ଟ୍ରମ୍ପଙ୍କ ଅନୁସାରେ ସିଂଙ୍ଗାପୁରରେ ଉତ୍ତର କୋରିଆ ସହିତ ୧୨ ଜୁନରେ ହେବାକୁଥିବା ଐତିହାସିକ ବୈଠକର ପ୍ରାରମ୍ଭ ଅଟେ ଏବଂ ଏହି ଦିନ ଏକ ପ୍ରକ୍ରିୟା ଆରମ୍ଭ ହେବ।

କୁହାଯାଇପାରେଯେ, କି ନିକଟରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୋଙ୍ଗୟାଂଗରେ ଗତ ଗୁରୁବାରଦିନ ସିଂଙ୍ଗାପୁରରେ କିମଙ୍କ ସହିତ ୧୨ ଜୁନକୁ ହେବାକୁଥିବା ବୈଠକକୁ ରଦ୍ଦ କରି ଦେଇଥିଲେ। ଅବଶ୍ୟ ସେ ୨୪ ଘଣ୍ଟା ଭିତରେ ଏହା ଉପରେ ନିଜର ନିଷ୍ପତି ବଦଳାଇଥିଲେ ଏବଂ କହିଥିଲେ କି ଉତ୍ତର କୋରିଆର ଅଧିକାରୀମାନଙ୍କ ସହିତ ସାର୍ଥକ କଥାବାର୍ତ୍ତାପରେ ଶିଖର ବାର୍ତା ଏବେ ମଧ୍ୟ ହୋଇପାରେ।

Leave a Reply

Your email address will not be published. Required fields are marked *